ଘଟଗାଁ,୨୨/୦୫- କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ମୁର୍ଗାପାହାଡି ଗ୍ରାମରୁ ବନବିଭାଗ ଗୋଧି ଶିକାର ଅଭିଯୋଗ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମୁର୍ଗାପାହାଡି ଗ୍ରାମର ରାମରାୟ ମୁଣ୍ଡା ୫୩। ରାମରାୟ ଗ୍ରାମ ନିକଟ ଅଟେଇ ଜଙ୍ଗଲରେ ଗୋଟିଏ ଗୋଧି ଶିକାର କରିଥିଲେ । ବନବିଭାଗ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇ ଉକ୍ତ ସ୍ଥାନରେ ଚଢାଉ କରି ରାମରାୟକୁ ଗିରଫ କରିବା ସହିତ ମୃତ ଗୋଧି ଓ ଶିକାର ପାଇଁ ବ୍ୟବହୃତ ଧନୁତୀରକୁ ଜବତ କରି ବନ କାର୍ଯ୍ୟଳୟକୁ ଅଣାଯାଇଛି। ତେବେ ଆସନ୍ତା କାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଫରେଷ୍ଟର ଯତୀନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।