Odisha news

ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ସାଇବିହାରଠାରେ ମାଁ କାଳୁଆଙ୍କ ଯାତ୍ରା ଆରମ୍ଭ

0

ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ସାଇବିହାରଠାରେ ମାଁ କାଳୁଆଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି। ଏହାକୁ ନେଇ ସାହି ଉତ୍ସବମୂଖର ହୋଇଯାଇଛି। ସୋମବାର ପ୍ରଥମ ଦିନରେ ଦେବୀଙ୍କ ଆମନ୍ତ୍ରଣ ପରେ ଅସ୍ଥାୟୀ ମଧ୍ୟପରେ ଘଟ ସ୍ଥାପନ କରାଯାଇଥିଲା। ସେଠାରେ ଉପଚାର ପୂଜା, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ମାଁଙ୍କ ଘଟ ନିମଖଣ୍ଡି ଗ୍ରାମ ଏବଂ ଚାଣକ୍ୟପୂରୀ ପରିକ୍ରମା କରିଥିଲା। ମଙ୍ଗଳବାର ଦ୍ବିତୀୟ ଦିନରେ ଅଷ୍ଟମୀ ପୂଜା ପରେ ମାଁଙ୍କ ଘଟ ପ୍ରହଲ୍ଲାଦ ନଗର, ଗଣେଶ ନଗର ଏବଂ ରାଜୀବ ନଗର ପରିକ୍ରମା କରିଥିଲା। ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ମାଁଙ୍କ ଯାତ୍ରା ଚାଲିବ। ଆୟୋଜକଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ସୁଧାଂଶୁ ପାଣିଗ୍ରାହୀ ନାମକ ଜଣେ ସାହିବାସିନ୍ଦାଙ୍କୁ ସ୍ବପ୍ନାଦେଶ ଦେଇଥିଲେ ମାଁ। ସ୍ବପ୍ନାଦେଶ ପ୍ରକାରେ ଯାତ୍ରା ଆୟୋଜନର ଭାର ନେଇଛି ସାଇବିହାର ୱେଲଫେୟାର୍‌ କମିଟି। ସଭାପତି ପି.ହେମନ୍ତ କୁମାର, ସଂପାଦକ ସମୀର କୁମାର ରଥ, ଉପସଭାପତି ଉପେନ୍ଦ୍ର କର, ଯୁଗ୍ମ ସଂପାଦକ ସୁଧାଂଶୁ ଶେଖର ପାଣିଗ୍ରାହୀ ଏବଂ କୋଷାଧ୍ୟକ୍ଷ ନଟବର ସାହୁଙ୍କ ସମେତ କମିଟିର ସଦସ୍ୟ ଏବଂ ସାହିବାସୀ ଯାତ୍ରା ପରିଚାଳନା କରିଛନ୍ତି। ପ୍ରତ୍ୟେକ ସନ୍ଧ୍ୟାରେ ମାଁଙ୍କ ଘଟ ପ୍ରଥମେ ପ୍ରଶାନ୍ତ ମିଶ୍ରଙ୍କ ଘରକୁ ଯିବା ପରେ ଗ୍ରାମଦେବତୀଙ୍କ ମନ୍ଦିରକୁ ଯାଇ ସେଠାରୁ ନଗର ପରିକ୍ରମା କରୁଛି। ମୁଖ୍ୟ ପୁରୋହିତ ପଣ୍ଡିତ ଜିତେନ୍ଦ୍ର କୁମାର ଶତପଥୀଙ୍କ ତତ୍ବାବଧାନରେ ପୂଜା ଚାଲିଛି।

Nalco
Leave A Reply