Odisha news

ଦଣ୍ଡ ପରମ୍ପରା, ସାଂସ୍କୃତିକ ମୂଲ୍ୟବୋଧ ଏବଂ ରଙ୍ଗମଞ୍ଚର ପୁନରୁଦ୍ଧାର ଦାବି ନେଇ ସାମ୍ବାଦିକ ବନ୍ଧୁ ମିଳନ

0
ବ୍ରହ୍ମପୁର : ଦଣ୍ଡ ପରମ୍ପରା, ସାଂସ୍କୃତିକ ମୂଲ୍ୟବୋଧ ଏବଂ ରଙ୍ଗମଞ୍ଚର ପୁନରୁଦ୍ଧାର ଦାବି ନେଇ ‘ଓଡିଶା ଚିତ୍ରାଳୟ ମାଲିକ୍ ସଂଘ’ ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଗୋସାଇଁ ନୂଆଗାଁ  ମା’ କାଳୁଆ ହୋଟେଲ୍ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଚିତ୍ରାଳୟ ମାଲିକ୍ ସଂଘ ସଭାପତି ଦିଲ୍ଲୀପ କୁମାର ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍, ଦଣ୍ଡ ନାଟ ମହାସଂଘ ସଭାପତି ଶିବରାମ ପ୍ରଧାନ, ମା’ କୁରେଇଶୁଣୀ ଲୋକକଳା ନିର୍ଦ୍ଦେଶକ ସଂଘ ସଭାପତି ଜି. ରାଜେନ୍ଦ୍ର ରେଡ୍ଡୀ, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ଲାଇଟ୍ ଆଣ୍ଡ ସାଉଣ୍ଡ ଏସୋଷିଏସନ୍ ଉପ ସଭାପତି ଧ୍ରୁବ କୁମାର ପ୍ରଧାନ, କିନ୍ନର ସଂଘ ସଭାପତି ଶାନ୍ତିଲତା ପଣ୍ଡା ଓ ସମ୍ପାଦକ ପ୍ରୀତି ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଆମ ପରମ୍ପରା ଆମ ସଂସ୍କୃତି ଆମ ସ୍ବାଭିମାନର ପ୍ରତୀକ ଓ ଭାବାବେଗର ପରିଚାୟକ ହେତୁ ସେଥିରେ ସାମାନ୍ୟତମ ଅବହେଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ପୁନଶ୍ଚ ମୁକ୍ତ ମଞ୍ଚ ନାଟକ ନିମନ୍ତେ ମଞ୍ଚ କଳାକାରମାନଙ୍କୁ ଜିଲ୍ଲା ପ୍ରଶାସନ ଫେରେଇ ଦେବା ନିମନ୍ତେ ଦାବି କରିଥିଲେ । ନତୁବା ସବୁ ବର୍ଗର କଳାକାର ଆଗାମୀ ମାର୍ଚ୍ଚ ବାର ତାରିଖ ଶୁକ୍ରବାର ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବା ଏପରିକି ଆବଶ୍ୟକ ହେଲେ ଦକ୍ଷିଣ ଓଡ଼ିଶା ସ୍ତରରେ ଏହାକୁ ଗଣ ଆନ୍ଦୋଳନରେ ରୂପାନ୍ତରିତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ ।
          ଏତଦ୍ ବ୍ୟତୀତ ପଲ୍ଲବୀ ନାଟ୍ୟ ସଂସ୍ଥା, ମଞ୍ଚଜ୍ୟୋତି, ଜଗାବଳିଆ ଡାନ୍ସ ଗ୍ରୁପ ଆଦି ଜିଲ୍ଲାର ବହୁ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତା ଏହି ଅବସରରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ସ୍ଵାଗତ ଭାଷଣ, କୁନି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ମନୋଜ ବରଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶରତ ଚନ୍ଦ୍ର ପାଢ଼ୀ, ପ୍ରଫୁଲ୍ଲ ନାୟକ, ଶିବରାମ ସେଠୀ, ବାବୁଲା ମହାପାତ୍ର, ଗୀତା ସ୍ୱାଇଁ, ସରୋଜିନୀ ପାଣି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply