Odisha news

୫୧ ଜଣ ପିଲାଙ୍କୁ ସାମୁହିକ ବ୍ରତପନ୍ନୟନ

0
ବ୍ରହ୍ମପୁର : ସ୍ଥାନୀୟ ଗୋସାଇଁ ନୂଆଁଗା ସ୍ଥିତ ଉତ୍ତରେଶ୍ୱର ମନ୍ଦିର ପରିସରରେ ପରିଚାଳନା କମିଟି ପକ୍ଷରୁ ସାମୁହିକ ବ୍ରତପନ୍ନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ମୁଖ୍ୟ ପଞ୍ଚାନନ ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ଆଜି ଏକାବନ ବ୍ରହ୍ମଚାରୀ ବ୍ରତ ଗ୍ରହଣ କରିଥିଲେ। ମନ୍ଦିର କମିଟି ଏବଂ ଗ୍ରାମବାସୀ ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ର ପ୍ରାୟ ଏକାବନ ଜଣ ଗରିବ ବ୍ରାହ୍ମଣ ପରିବାର ଉପକୃତ ହେଇଛନ୍ତି।ଏହି ଅବସରରେ ଚାରିକର୍ମ,ପଞ୍ଚଗ୍ରାସ, ଯଜ୍ଞପବିତ ଧାରଣ ,ଦୀକ୍ଷା ଗ୍ରହଣ, ପାଦପୂଜା, ରୋଷଣୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ବ୍ରହ୍ମଚାରୀ ଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ଅବସରରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ।
Nalco
Leave A Reply