ବେଲ୍ଲଗୁଣ୍ଠା , -08/09- ଆଜି ବେଲ୍ଲଗୁଣ୍ଠା ବ୍ଲକ ଖୈରପୁଟି ପଞ୍ଚାୟତରେ ପୋଖରୀ ନିଲାମ ପାଈଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ସକାଳ 10 ଟା ରୁ ନିଲାମ ଆରମ୍ଭ ହେଇଥିଲା । ସେଠାରେ ହୋ ହାଲ୍ଲା ହେବାର ସମ୍ଭାବନା ଥିବାରୁ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ମାନେ ଭିଡ ଜମାଇଥିଲେ । ପଞ୍ଚାୟତ ଅନ୍ତର୍ଗତ ସାନ ସାଦେରା ପୋଖରୀ ଦୁଇଗୋସ୍ଟି ଙ୍କ ମଧ୍ୟରେ ପୋଖରୀକୁ ନିଲାମରେ ନେବାକୁ ପ୍ରତିଯୋଗିତା ଚାଲିବାରୁ ଗତ ବର୍ଷ 89,000 ରେ ନିଲାମ ହେଇଥିବା ବେଳେ ଚଳିତ ବର୍ଷ 2,15,050 (ଦୁଇ ଲକ୍ଷ ପନ୍ଦର ହଜାର ପଚାଶ ଟଙ୍କା )  ଟଙ୍କା ଜାହାକି ଗତ ବର୍ଷ ତୁଳନାରେ ଏକ ଲକ୍ଷ ଛବିଶ ହଜାର ଅଧିକା ।
ଖୈରପୁଟି ଡମୁଣି ପୋଖରୀକୁ ନୂଆ ସାହି ବାସିନ୍ଦାଙ୍କ ନିଷ୍ପତି ପ୍ରକାରେ ଜୁବ ସମାଜ ସେବୀ  ଜଗନ୍ନାଥ ନାୟକ ଙ୍କ ନାମରେ ରଖା ଜାଇଥିବା ଜଣା ପଡିଛି । ପଞ୍ଚାୟତର ଚାରଟି ଗ୍ରାମ , ଖୈରପୁଟି , ସାନ ସାଦେରା , ବଡ ସାଦେରା ଓ ଇନ୍ଦନ ପୁର ରେ ଆଜି ବାରଟି ପୋଖରୀ ନିଲାମ ହେବାର ଥିଲା କିନ୍ତୁ ସମୟ ଅଭାବରୁ  9 ( ନହ ) ଟି ପୋଖରୀ ନିଲାମ ହେଇଥିବା ବେଳେ ବାକି ତିନଟି କୁ ସ୍ତଗୀତ ରଖାଯାଇଥିବା ଜଣାପଡ଼ିଛି । ଆଜିର ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରତିମା ଜେନା , ସମିତି ସଭ୍ୟ ପ୍ରଭାତ କୁମାର ସ୍ବାଇଁ , ପି ଈ ଓ ପୂର୍ଣ ଚନ୍ଦ୍ର ବେହେରା , ଜି ପି ଓ , ଓ ଵେଲଫେର ଅଧିକାରୀ ଊପସ୍ତିତ ଥିଲେ ।

LEAVE A REPLY

Please enter your comment!
Please enter your name here