ବେଲଗୁଣ୍ଠା, 12/03, ଆଜି ବେଲଗୁଣ୍ଠା ସ୍ଥିତ ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ବେଲଗୁଣ୍ଠା ବ୍ଳକ୍ ରେ କାର୍ଯ୍ୟରତ ନୂତନ ପେନସନ୍ ଯୋଜନାଭୂକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇ ଏଥିରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ଆଜିର ବୈଠକରେ 200 ରୁ ଊର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସର୍ବସମ୍ମତି କ୍ରମେ ସଂଘର ସଭାପତି ଭାବେ ମୃତ୍ୟୁଞ୍ଜୟ ପଣ୍ଡା,ଉପସଭାପତି ଭାବେ ଶଲ୍ୟ କୁମାର ସିୟ,ସମ୍ପାଦକ ଭାବେ ମନୋରଞ୍ଜନ ବିଷୋୟୀ, ସହ ସମ୍ପାଦିକା ଭାବେ ଗିତାଞ୍ଜଳୀ ରଥ, କୋଷାଧ୍ୟକ୍ଷ ଭାବେ ଶଙ୍କର ନାରାୟଣ ସେଠୀ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବେ ବଲ୍ଲଭ ପଣ୍ଡା, ନିକୁଞ୍ଜ ନାୟକ, ଛାୟାକାନ୍ତ ମହାପାତ୍ର, ସନିତ କୁମାର ଜେନା, ପ୍ରଦୀପ୍ କୁମାର ମାହୁନ୍ତଙ୍କୁ ଚୟନ କରାଯାଇଥିଲା I ଆଜିର ବୈଠକରେ ଆଗାମୀ ଦିନରେ ସଂଘର କାଯ୍ୟକ୍ରମ ସହିତ ମିଳିତ ପ୍ରାଥମିକ ଶିକ୍ଷକସଂଘର ଆହ୍ୱାନକ୍ରମେ ସମୂହ ଛୁଟି ଉପରେ ଆଲୋଚନା କରାଯାଇଥିଲା I
