Odisha news

ଉତ୍କଳିକା ହସ୍ତଶିଳ୍ପ ପଦର୍ଶନୀ ନାମରେ ଟଙ୍କା ହରି ଲୁଟ : ୩ ଦିନ ବିତିଲା ଅଧା ରୁ ଅଧିକ ଷ୍ଟଲ ଖାଲି

ବଜାର ରୁ କିଣି ଜିନିଷ ହେଉଛି ପଦର୍ଶନୀ , ନାହିଁ ପ୍ରଚାର ପ୍ରସାର

0
କୋଣାର୍କ:୧୨/୩ କେନ୍ଦ୍ରସରକାର ଙ୍କ ବୟନ ଶିଳ୍ପ ମନ୍ତ୍ରାଳୟ ଓ ଓଡିଶା ସରକାରଙ୍କ ହସ୍ତଶିଳ୍ପ ନିର୍ଦେଶାଳୟ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନ ରେ ସ୍ଥାନୀୟ ହସ୍ତଶିଳ୍ପ ଜିନିଷକୁ ପ୍ରଚାର ଓ ପ୍ରସାର କରିବା ସହିତ ଶିଳ୍ପୀ ମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତ୍ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି  ପୁରୀ ଜିଲ୍ଲା ପାଇଁ ଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ (ଭୁବନେଶ୍ୱର) ପକ୍ଷରୁ ଏହି ହସ୍ତଶିଳ୍ପ ପଦର୍ଶନୀ  ବିଭିନ୍ନ ଜାଗା ରେ ଅନୁଷ୍ଠିତ ହୋଇଥାଏ ।ଅନରୁପ ଭାବେ ପ୍ରତିବର୍ଷ ପରି ଚଳିତ ବର୍ଷ  କୋଣାର୍କ ରିଙ୍ଗ ରୋଡ଼ ରେ ଅବସ୍ତିତ ଅର୍ବାନ ହାଟ ପରିସରରେ ଭୁବନେଶ୍ୱର ର ଉତ୍କଳିକା ପକ୍ଷରୁ ୫୦ ଗୋଟି ଷ୍ଟଲ ନିର୍ମାଣ କରାଯାଇ ୧୦ ଦିନ ପାଇଁ  ହସ୍ତଶିଳ୍ପ ପଦର୍ଶନ କରା ଯାଉଥିବା ଦେଖାଯାଈଛି ।ମାତ୍ର ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟପାଇଁ ଓ ନାମକୁ ମାତ୍ର ପଦର୍ଶନୀ କରିଦେଇ ନିଜର କର୍ତ୍ତବ୍ୟ ସାରିଦେବା ଲକ୍ଷ୍ୟ ନେଇ ଏଠାରେ ୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଦର୍ଶନୀ କୁ ନେଇ କୌଣସି ପ୍ରଚାର କି ପ୍ରସାର କରାଯାଉନଥିବା କୁ ନେଇ ନିର୍ମାଣ କରାଯାଇଥିବା ୫୦ ଗୋଟି ଷ୍ଟଲ ମଧ୍ଯରୁ ଅର୍ଦ୍ଧଧିକ ଷ୍ଟଲ ରେ କୌଣସି ହସ୍ତଶିଳ୍ପ ପାଦର୍ଶନୀ କରାଯାଉନଥିବା ଦେଖାଯାଈଛି ।ବିଶେଷ ଭାବେ ହସ୍ତଶିଳ୍ପ ସାମଗ୍ରୀ ପଦର୍ଶନ କରାଯିବା ବଦଳରେ ଯୋଗ ଦେଇଥିବା ଶିଳ୍ପୀ ମାନେ ବଜାର ରୁ କିଣି ସାମଗ୍ରୀ ଗୁଡିକ ନିଜ ନାମରେ ଦର୍ଶାଇ ଏକ ପ୍ରକାର ଜିନିଷ ବିଭିନ୍ନ ଷ୍ଟଲ ରେ ବାଣ୍ଟି ରଖୁଥିବା ଦେଖାଯାଈଛି ।ଫଳରେ ଏହା ଏଠାର ସ୍ଥାନୀୟ ଓ ପର୍ଯ୍ୟଟକ ଙ୍କୁ ଆକର୍ଷିତ ନକରି ଉକ୍ତ ପ୍ରଦର୍ଶନୀ ପ୍ରତି ବିମୁଖ ହୋଇ  ଅର୍ବାନ ହାଟ ମଧ୍ୟ କୁ  ଯାଉ ନଥିବା ଦେଖିବାକୁ ମିଳିଛି ।
ଉତ୍କଳିକା ପକ୍ଷରୁ ନିଜ ବଜେଟ ରେ ଥିବା ଟଙ୍କା କୁ ମାର୍ଚ୍ଚ ମାସ ମଧ୍ୟରେ ଯେପରି ହେଉ ଖର୍ଚ୍ଚ କରି ସାରିଦେବା ଲକ୍ଷ୍ୟରେ ଏହି ହସ୍ତଶିଳ୍ପ ପଦର୍ଶନୀ କରାଯାଉ ଥୁବା ଅନୁମେୟ।କାରିଗର ଙ୍କ ଯିବା ଆସିବା ଖର୍ଚ୍ଚ,ଖାଇବା ଖର୍ଚ୍ଚ, ଏପରି କି ରହିବା ଖର୍ଚ୍ଚ ଦର୍ଶାଇ ସମସ୍ତ ଟଙ୍କା ଖର୍ଚ୍ଚ ହେଉଥିବା ବିଶେଷ ସୁତ୍ର ରୁ ଜଣା ପଡ଼ିଛି । ରାଜ୍ୟ ସରକାର କାରିଗର ମାନଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା ପାଇଁ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ମେଳାର ଆୟୋଜନ କରୁଥିବା ବେଳେ ବିଭାଗର କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀ କାରିଗର ମାନଙ୍କ ନାର୍ଯ୍ୟ ପାରିଶ୍ରମିକ ଦେବା ବଦଳରେ ନିଜ ହାତ ଚିକ୍କଣ କରିବା ଚକରରେ ରହୁଥିବା କୋଣାର୍କ ଅଞ୍ଚଳର କାରିଗର ମାନଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଯେଉଁ ଲକ୍ଷ୍ୟ ନେଇ କୋଣାର୍କ ସ୍ଥିତ ଅର୍ବାନହାଟ ପରିସରରେ ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ଆୟୋଜନ କରାଯାଇଛି ତାହା କୋଣାର୍କ ବଜାର ଠାରୁ ଅପହଞ୍ଚ ଅଞ୍ଚଳରେ କରାଯାଇଥିବା ଯୋଗୁଁ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ବ୍ଯବସାୟୀ ମାନଙ୍କ ସାମଗ୍ରୀ ବିକ୍ରି ନ ହେବା ସେମାନଙ୍କ ମଧ୍ୟରେ ହତାଶର ବାତାବରଣ ଖେଳାଇ ଦେଇଛି।
ଏହି ହସ୍ତଶିଳ୍ପ ପ୍ରଦର୍ଶନୀ ଗତ ୧୦ ତାରିଖ ଠାରୁ ବ୍ଯାନର ଓ ଫଟୋ ଚିତ୍ରରେ ଆରମ୍ଭ ହୋଇଥିଲା ବେଳେ କୋଣାର୍କ ଅଞ୍ଚଳର କୌଣସି ଜନସାଧାରଣ ଅଥବା କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନଙ୍କୁ ବି ଅଜଣା ହୋଇ ରହିଛି। ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ବିଭାଗର ଏଭଳି ଖାମଖିଆଲି ଓ ବେପରୁଆ ମନୋଭାବ ନୀତି ଯୋଗୁଁ ରାଜ୍ୟ ସରକାରଙ୍କ ଲକ୍ଷାଧିକ ଟଙ୍କା ପାଣିରେ ପଡିବା ସହ ଏହାକୁ ନେଇ ଉର୍ଦେଶରେ କରାଯାଇଛି ତାହା ଫଳପ୍ରଦ ହେବା ଆଶଙ୍କା ପ୍ରକାଶ ପାଇଛି। ଏହି ସମ୍ବେଦନଶୀଳ ବିଷୟ ଉପରେ ବିଭାଗୀୟ ମନ୍ତ୍ରୀ, ସଚୀବ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, କାରିଗର ସଂଘ, କୋଣାର୍କ ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକ ସମୂହ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ  ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି।
Nalco
Leave A Reply