ନୂଆଦିଲ୍ଲୀ : ଅଧିକାଂଶ ଲୋକ ଏହିପରି ରହିଛନ୍ତି ଯେଉଁ ମାନେ ବିୟର ପିଇବାକୁ ଅନେକ ଭଲ ପାଇଥାନ୍ତି l ଥାଇଲାଣ୍ଡରେ ଜଣେ ସାଂସଦ ବିୟରର ପାଗଳ ଅଟନ୍ତି ,ତେଣୁ ସେ ଥାଇଲାଣ୍ଡ ସରକାରୀ ପ୍ରଶାସନରେ ଗୋଟିଏ ଅଦ୍ଭୁତ ବିଲ୍ ପାସ କରିବାକୁ ଚାହୁଁଛନ୍ତି l ସେ ଗୋଟିଏ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥା ହୋଇ କହିଛନ୍ତି ଯେ ଯଦି ଏହି ବିୟର ବିଲ୍ ପାସ ହୋଇଗଲା ତେବେ ସଂକେତ ମିଳିବ ଯେ ଥାଇଲାଣ୍ଡର ପରିସ୍ଥିତି ବଦଳି ଯିବ l ସାଂସଦ ଜଣଙ୍କ ନାମ ହେଉଛି ତାଓ ,ସେ ପ୍ରଥମେ ୨୦୧୭ ରେ ଚର୍ଚାକୁ ଆସିଥିଲେ l ବେଆଇନ ଭାବରେ ବିୟର ତିଆରି କରୁଥିବାରୁ ଗୋଟିଏ ରାତି ତାଙ୍କୁ ହାଜତ ରେ କାଟିବାକୁ ପଡିଥିଲା l ସେହି ସମୟରେ ତାଓ ଜଣେ ଯୁବ ବ୍ୟବସାୟୀ ଥିଲେ ଓ ବିୟର ବ୍ୟବସାୟରେ ନାମ କମାଇବାକୁ ଚାହୁଁଥିଲେ l ଦୁଇ ବର୍ଷ ପରେ ସେ ଗୋଟିଏ ରାଜନୈତିକ ଦଳରେ ସାମିଲ ହୋଇଗଲେ l
ଏହା ଏକ ଯୁବକ ମାନଙ୍କ ପାଇଁ ଆଧାରିତ ଆନ୍ଦୋଳନ ଥିଲା ,ଯାହା ମିଲେଟାରିର ସମର୍ଥନରେ ଚାଲୁଥିବା ଦଳକୁ ହଲାଇ ଦେଇଥିଲେ l ସିଏ ଯେଉଁ ପାର୍ଟିରୁ ରାଜନୀତି ଆରମ୍ଭ କରିଥିଲେ ସେହି ଦଳରୁ ୨୦୧୯ ରେ ମତଦାନ ଜିତି ତୃତୀୟ ସ୍ଥାନ ହାସିଲ କଲେ l ସେ ରାଜନୈତିକ ସ୍ତରରେ ବିବାଦୀୟ ହୋଇଥିଲେ ମଧ୍ୟ ନିଜସ୍ୱ ସମ୍ପର୍କ ଖୁବ ଭଲ ଅଟେ l କରୋନା ମହାମାରୀ କାରଣରୁ ସେ ଆର୍ଥିକ ଅନାଟନ ଭିତରେ ଗତି କରି ନିଜର ବିୟର ବାରକୁ ବନ୍ଦ କରି ଦେଇଛନ୍ତି l ସେ କହିଛନ୍ତି ଥାଇଲାଣ୍ଡର ବିୟର ମାର୍କେଟରେ ଲାଇସେନ୍ସ ପାଇବା ଖୁବ ଜଟିଳ ଅଟେ l ତାଓ ଚାହୁଁଛନ୍ତି ଯୁବ ବ୍ୟବସାୟୀ ମାନେ ଥାଇଲାଣ୍ଡର କିମ୍ବା ବିୟର ମାର୍କେଟରେ ନିଜ ସ୍ଥାନ ଠିକରେ ରଖନ୍ତୁ l କାରଣ ଥାଇଲାଣ୍ଡର ଥିବା ବିୟର ଉଦ୍ୟଗ ଉପରେ କେବେଳ କୋଟିପତି ମାନଙ୍କର ପ୍ରଭୁତ୍ୱ ରହିଛି l