Odisha news

ମଦ ପିଇବା ପଡିଲା ମହଙ୍ଗା ଲକ୍ଷ ଲକ୍ଷ ଟଙ୍କା ଦେଲେ ଜୋରିମାନା

0

ମଦର ନିଶା ମଣିଷକୁ ଯେକୌଣସି କାର୍ଯ୍ୟ କରାଇ ପରେ l ମଦ ନିଶାକୁ ଓଲ୍ହାଇ ମଣିଷ କିଛିବି କରିପାରେ ,ଯାହାର ଉଧାରଣ ଦେଖିବାକୁ ମିଳିଛି ବ୍ରିଟେନରେ l କରୋନା ଭାଇରସର ସଂକ୍ରମଣ କାରଣରୁ ଜଣେ ବ୍ୟକ୍ତି ଆଇସୋଲେସନରେ ରହିଥିଲା l କିନ୍ତୁ ମଦ ନିଶା ତାକୁ ଏପରି ବିଚଳିତ କରିଦେଲା ଯେ ସେ ଆଇସୋଲେସନରୁ ବାହାରି ସିଧା ବାରରେ ପହଁଚିଲା

କ୍ରେବି ଜ୍ୟକ ନାମକ ଜଣେ ବ୍ୟକ୍ତିକୁ ଦୁଇ ସପ୍ତାହ ପାଇଁ ଆଇସୋଲେସନରେ ରହିବା ପାଇଁ ଆଦେଶ ଦିଆଯାଇଥିଲା l କାରଣ ତା ପାଖରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା l କିନ୍ତୁ କ୍ରେବି ମଦ ପିଇବା ପାଇଁ ଏପରି ବିଚଳିତ ହୋଇଯାଇଥିଲେ ଯେ ଆଇସୋଲେସନ ସେଣ୍ଟରରୁ ଲୁଚି ଗୋଟିଏ ମଦ ବାରକୁ ପଳାଇ ଯାଇଥିଲେ l

ଏହା ପରେ ପୋଲିସରେ ମାମଲା ରୁଜୁ କରା ଯାଇଥିଲା l ପୋଲିସ ଏକ ଘଣ୍ଟା ପର୍ଯ୍ୟନ୍ତ ଖୋଜିବା ପରେ ଗୋଟିଏ ମଦ ବାର ବାହାରେ ତାଙ୍କ କାର ସହିତ କ୍ରେବି  ମିଳିଥିଲେ l ଏହାପରେ କ୍ରେବି ନିଜର ଭୁଲକୁ ସ୍ୱୀକାର କରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା l କୋର୍ଟଙ୍କ ନିର୍ଦେଶ ଅନୁସାରେ କ୍ରେବିଙ୍କ ଉପରେ ୪,୧୭,୦୦ ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦେଶ ଦିଆଯାଇଥିଲା l କ୍ରେବି ମଧ୍ୟ ନିଜର ଭୁଲ ପାଇଁ ଏହି ଜୋରିମାନା ଦେବାକୁ ରାଜି ହୋଇଥିଲେ l ଏହାପରେ ପୁନର୍ବାର ଆଇସୋଲେସନ ସେଣ୍ଟରରେ ଛଡାଯାଇଥିଲା l

Nalco
Leave A Reply