Odisha news

ବିଶ୍ୱଐତିହ୍ୟ ଦିବସ ଉପଲକ୍ଷେ “ଐତିହ୍ୟ” ତରଫରୁ ପଦଯାତ୍ରା

0

ଭୁବନେଶ୍ୱର ୧୮:୪. ସାସ୍କୃତିକ ଅନୁଷ୍ଠାନ “ଐତିହ୍ୟ” ଏବଂ ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ସହଯୋଗରେ ବିନ୍ଦୁ ସାଗରର ଉତ୍ତରେଶ୍ୱର ମନ୍ଦିର ନିକଟରୁ ଆଜି ବିଶ୍ୱ ଐତିହ୍ୟ ଦିବସ ଅବସରରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓଡ଼ିଶାର ତଥା ଭୂବନେଶ୍ୱରର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସଂସ୍କୃତ ବିଭାଗର ଉପନିଦେ୍ର୍ଦଶକ ଶୁଚୀସ୍ମିତା ମନ୍ତ୍ରୀ ଏବଂ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ସଂରକ୍ଷକ ଶ୍ରୀ ପଞ୍ଚାନନ ମିଶ୍ର ପ୍ରାଚୀନ ମନ୍ଦିରର ଗଠନ ଓ ସଂରକ୍ଷଣ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ତଥା ବି.ଏମ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଡକ୍ଟର ପ୍ରଭାତ କୁମାର ରଥ ବିନ୍ଦୁସାଗର ତଥା ଏହାର ସନ୍ନିକଟ ମନ୍ଦିରଶୈଳୀ ବାବଦରେ ଆଲୋକପାତ କରିଥିଲେ ।
ଉକôଳ ସମ୍ମିଳନୀର ରାଜ୍ୟ ସଭାପତି ପ୍ରଫେସର ଅଦ୍ୱୈତ କୁମାର ପାତ୍ର ଏହି ପଦଯାତ୍ରାର ମହତ୍ୱ ଓ ଗୁରୁତ୍ୱକୁ ନିଜ ଅନୁଭୂତି ମାଧ୍ୟମରେ ପ୍ରକାଶ କରିଥିଲେ । ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର କୁ୍ୟରେଟର ଡକ୍ଟର ରୁଦ୍ରନାରାୟଣ ବେହେରା ଛାତ୍ରଛାତ୍ରୀଙ୍କୁ ପର୍ଶୁରାମେଶ୍ୱର, ମୁକ୍ତେଶ୍ୱର, ସିଦେ୍ଧଶ୍ୱର ଆଦି ମନ୍ଦିରର କାରୁକାର୍ଯ୍ୟ ବାବଦରେ ଅବଗତ କରାଇଥିଲେ । ସଂସ୍କୃତି ବିଭାଗ ସହଯୋଗରେ ଅନୁଷ୍ଠିତ ଏହି ପଦଯାତ୍ରାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ସହ ସ୍ଥାନୀୟ ଭକ୍ତମଧୁ ବିଦ୍ୟାପୀଠ, ସୋଆ ବିଶ୍ୱବିଦ୍ୟାଳୟର ଆତିଥ୍ୟ ଓ ପର୍ଯ୍ୟଟନ ବିଭାଗ, ଉକôଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଓଡ଼ିଶା ଇତିହାସ ତଥା ମନ୍ଦିର କଳା ସମ୍ପର୍କରେ ଅନେକ ତଥ୍ୟ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ସପନ ଶତପଥି, ଲଲାଟେନ୍ଦୁ ମିଶ୍ର, କେଦାରନାଥ ଗବେଷଣାର କର୍ମକତ୍ତା ଜଗତ ଚନ୍ଦ୍ର ଦାଶ, ସଶାଙ୍କ ଶେଖର ମହାନ୍ତି, ଜୀବନାନନ୍ଦ ମହାନ୍ତି, ମଣ୍ଟୁ ନାୟକ ତଥା ସ୍ଥାନୀୟ ନାଗରିକମାନେ ଭାଗ ନେଇଥିଲେ ।
ଶେଷରେ “ଐତିହ୍ୟ” ଅନୁଷ୍ଠାନ ସଞ୍ଚାଳକ ଡକ୍ଟର ଅରୁଣ କୁମାର ନାୟକ ସମସ୍ତ ଛାତ୍ରଛାତ୍ରୀ ଓ କର୍ମକତ୍ତାଙ୍କୁ ପଦଯାତ୍ରା ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply