Odisha news

ଆଫଗାନିସ୍ଥାନ ଶରଣାର୍ଥୀ ଙ୍କୁ ଜୋର ଜବରଦସ୍ତି ମାଡ ମାରି ଦେଶରୁ ବିଦା କରୁଛି ପାକିସ୍ତାନ ପୋଲିସ ଓ ସେନା, କଣ ରହିଛି ଏହାପଛର କାରଣ

0

ପାକିସ୍ତାନ ଆଫଗାନିସ୍ଥାନ ଶରଣାର୍ଥୀ ଙ୍କୁ ଜୋର ଜବରଦସ୍ତି ଆଫଗାନିସ୍ଥାନ ପଠାଇବାର ପ୍ରକ୍ରିୟା ଦ୍ରୁତ କରିଦେଇଛି, ଏହି ଅନୁସାରେ ୨.୨୩୯ ରୁ ଅଧିକ ଆଫଗାନିସ୍ତାନୀ ଙ୍କୁ ବର୍ଡ଼ର ରାସ୍ତାରେ ଆଫଗାନିସ୍ଥାନ ପଠାଇ ଦିଆଯାଇଛି l  ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ ମାର୍ଚ୍ଚ ୩୧ ସମୟ ସୀମା ସମାପ୍ତ ହେବା ପରେ ଗୁରୁବାର ଦିନ ମଧ୍ୟ ଦ୍ରୁତ ଗତିରେ ଏହି ପ୍ରକ୍ରିୟା ଜାରି ରହିଥିଲା l  ପାକିସ୍ତାନ ର ଗଣମାଧ୍ୟମ ରିପୋର୍ଟ ଅନୁସାରେ ଖେବର ର ଡେପୁଟି କମିଶନର କହିଛନ୍ତି ଯେ ଆଫଗାନିସ୍ଥାନ ର ଶରଣାର୍ଥୀ ଙ୍କୁ ତାଙ୍କ ଦେଶକୁ ପଠାଇ ଦିଆଯାଇଛି, ସେମାନେ ଖେବର ସହିତ ବିଭିନ୍ନ ଜିଲ୍ଲାରେ ରହିଆସୁଥିଲେ l ଟ୍ରାଞ୍ଜିଟ କ୍ୟାମ୍ପ ରେ ପହଁଚିଥିବା ୮୯୪ ଜଣ ଆଫଗାନ ନାଗରିକ ଙ୍କ ନିକଟରେ କୌଣସି ପ୍ରମାଣପତ୍ର ନଥିଲା, ଯେବେକି ୬୩୭ ଜଣଙ୍କ ନିକଟରେ ଆଫଗାନ ସିଟୀଜେନ କାର୍ଡ ରହିଛି l

ଆଫଗାନିସ୍ଥାନ ର ବଢି ଯାଇଛି ଚିନ୍ତା –
ବୁଧବାର ଦିନ ଆଫଗାନିସ୍ଥାନ ର ଉଦ୍ୟୋଗ ଓ ବ୍ୟାପାର ମନ୍ତ୍ରୀ ଙ୍କ ପ୍ରତିନିଧିତ୍ବ ରେ ଗୋଟିଏ ପ୍ରତିନିଧି ମଣ୍ଡଳ ପାକିସ୍ଥାନ ଯାଇଥିଲେ, ଏବଂ ଆଫଗାନ ଗଣମାଧ୍ୟମ ର ରିପୋର୍ଟ ଅନୁସାରେ ମନ୍ତ୍ରୀ ଆଫଗାନ ନାଗରିକଙ୍କୁ ସ୍ବେଛାକୃତ ଭାବରେ ନିଜ ଦେଶକୁ ଫେରିବାକୁ କହିଛନ୍ତି l ଏବଂ ଏଥିରେ ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସି ଙ୍କ ନିର୍ଧାରିତ ନିୟମ ମାନିବାକୁ କୁହାଯାଇଛି l

ପାକିସ୍ଥାନ ରୁ ଫେରୁଥିବା ଶରଣାର୍ଥୀ ଙ୍କ ସଂଖ୍ୟା ଦ୍ରୁତ ଗରିରେ ବୃଦ୍ଧି ପାଉଛି, କିନ୍ତୁ ସବୁଠୁ ଦୁଃଖରେ କଥା ହେଲା ବର୍ତମାନ ସେମାନଙ୍କ ନିକଟରେ ନା ମୁଣ୍ଡ ଉପରେ ଛାତ ଅଛି ନା ପାଦ ତଳେ ମାଟି ଅଛି l  ଏବଂ ଜୀବିକା ନିର୍ବାହ ପାଇଁ ରୋଜଗାର ମଧ୍ୟ ଜରୁରୀ , ଯାହାକି ସେମାନଙ୍କ ନିକଟରେ ନାହି l

ଆଫଗାନ ମିଡ଼ିଆ ରିପୋର୍ଟ ଅନୁସାରେ ଅନେକ ଆଫଗାନ ଶରଣାର୍ଥୀ କହିଛନ୍ତି ଯେ ପାକିସ୍ତାନ ପୋଲିସ ତାଙ୍କ ସହିତ ଖୁବ ଦୁର୍ବ୍ୟବହାର କରିଛନ୍ତି, ପାକିସ୍ତାନ ପୋଲିସ ତାଙ୍କ ନିକଟରୁ ସମସ୍ତ ପଇସା ପତ୍ର ଛଡାଇ ରଖିଲା , ଏବଂ ମାଡ଼ ମାରି ପାକିସ୍ଥାନ ରୁ ବିଦା କଲା l

Leave A Reply