୮ମ ବେତନ ଆୟୋଗ କୁ ନେଇ ଯେବାଠାରୁ ଘୋଷଣା ହୋଇଯାଇଛି, ସେବେଠାରୁ ସରକାରୀ କର୍ମଚାରୀ ମାନେ ଏହିକଥା କୁ ନେଇ ଚିନ୍ତିତ ଅଛନ୍ତି ଅଷ୍ଟମ ବେତନ ଆୟୋଗ ଲାଗୁ ହେଲେ ତାଙ୍କ ବେତନ ରେ କେତେ ବୃଦ୍ଧି ହେବ l କିନ୍ତୁ ବର୍ତମାନ ଏହି ଚିନ୍ତାର ପତନ ଘଟିଛି, ଗୋଲଡମ୍ୟାନ ସ୍ୟାକ୍ସ ର ରିପୋର୍ଟ ଅନୁସାରେ ଅଷ୍ଟମ ପେ କମିଶନ ଲାଗୁ ହେବାପରେ ସରକାରୀ କର୍ମଚାରୀ ମାନଙ୍କର ସାଲାରୀ ୧୪ ରୁ ୧୯କୁ ବୃଦ୍ଧି ହୋଇପାରେ, ଏହା ସହିତ ଗୋଲଡ଼ ମ୍ୟାନ ସେକ୍ସ ର ରିପୋର୍ଟ ଅନୁସାରେ ଏହା ୨୦୨୬ ରୁ ୨୦୨୭ ରେ ଲାଗୁ ହେବ l
ପୁନର୍ବାର କେନ୍ଦ୍ର ସରକାର ଙ୍କ କର୍ମଚାରୀ ଙ୍କ ଦରମା ପାଖାପାଖି ୧ଲକ୍ଷ ଟଙ୍କା ପ୍ରତି ମାସରେ ହୋଇଯିବ, ଏବଂ ଅଷ୍ଟମ ବେତନ କମିଶନ ପରେ ଏହାର ବୃଦ୍ଧି ୧୪ ରୁ ୧୯ ପ୍ରତିଶତ କୁ ବୃଦ୍ଧି ହୋଇଯିବ l ଏଥିପାଇଁ ୩ଟି ସମ୍ଭାବିତ ଯୋଜନା ପ୍ରସ୍ତୁତ ହୋଇଛି l ଅଷ୍ଟମ ବେତନ କମିଶନ ଅନୁସାରେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ୬୫ ଲକ୍ଷ ପେନସନ ହୋଲଡ଼ର ଲାଭାନ୍ବିତ ହେବେ l ଚଳିତବର୍ଷ ଜାନୁଆରୀ ୧୬ ତାରିଖ ରେ କେନ୍ଦ୍ରୀୟ କ୍ୟାବିନେଟ ଏହାର ମଞ୍ଜୁରୀ ଦେଇଛି l ସପ୍ତମ ବେତନ କମିଶନ ରେ ଏହା ୨ .୫୭ ଥିଲା ବର୍ତମାନ ଏହାକୁ ଆହୁରି ବୃଦ୍ଧି କରିବା ପାଇଁ ଦାବି ହେଉଛି l ଯଦି ଏହି ବେତନ ଲାଗୁ ହୋଇଗଲା ତେବେ ସରକାରୀ କର୍ମଚାରୀ ମାନଙ୍କର ବେତନ ଓ ପେନସନ ରେ ଅଧିକ ବୃଦ୍ଧି ହେବ l