କେନ୍ଦ୍ରଶିକ୍ଷା ମନ୍ତ୍ରୀ ଙ୍କୁ କହି ସମ୍ପୂର୍ଣ ଫୀ ଛାଡ଼ କରିବାକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଦାବି ଜଣାଇଲା ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର ତା 29-8-20 ରିଖ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗତ 27. 08. 20 ରେ ପତ୍ର ଲେଖି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ କରୋନା ପାଇଁ ସ୍କୁଲ ରେ 50% ସ୍କୁଲ ଫି ସାଧାରଣ ଅଭିଭାବକ ମାନଙ୍କପାଇଁ କମେଇବାକୁ ଅନୁରୋଧ କରିଛନ୍ତି l ଓଡିଶା ଅଭିଭାବକ ମହାସଂଘ କହିଛି, ଏହାକୁ ନେଇ ମାନ୍ୟଵର ହାଇ କୋର୍ଟରେ ଏକ ମାମଲା ଚାଲୁରହିଛି l ଆମ୍ଭେ ସପୂର୍ଣ ସ୍କୁଲ ଫି ପାଇଁ କେସ ଲଢ଼ୁଥିବା ବେଳେ ଆପଣ 50% କହି ଅଭିଭାବକ ମାନଙ୍କୁ ପରିହାସ କରିଛନ୍ତି l
ଯଦି ସରକାରଙ୍କର କାମ ନାହିଁ ତ ଦରମା ନାହିଁ ତାହେଲେ ସ୍କୁଲ ନାହିଁ ତ ସ୍କୁଲ ଫି କଣ ପାଈଁ ଦେବୁ l ଏହାକୁ ନେଇ ମାନ୍ୟଵର କୋର୍ଟ ନିଷ୍ପତି ଦେବାକୁ ଥିବାବେଳେ ଆପଣଙ୍କ ଏହି ପତ୍ର ଦ୍ବନ୍ଦରେ ପକେଇଲାପରି ଲାଗୁଛି l ଏହାକୁ ଦୟାକରି ସମ୍ପୂର୍ଣ ଭାବେ ଫି ଛାଡ଼ ପାଇଁ ଲେଖିଲେ 15 ଲକ୍ଷ ଅଭିଭାବକ ଚିରୋପକୃତ ହେବେ l ମହାସଂଘ ଆହୁରି ମଧ୍ୟ କହିଛି , ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ଓ ଅନ୍ୟାନ୍ୟ କେନ୍ଦୀୟ ସ୍କୁଲ ଯଥା ନବୋଦୟ/ଡିଏମ ସ୍କୁଲ ପରି ବିଦ୍ୟାଳୟରେ ବର୍ତମାନ ମଧ୍ୟ ଜବରଦସ୍ତି ପlଠ ନପଢେଇ ଫି ଆଦାୟ କରୁଛନ୍ତି l ଏହାକୁ ବନ୍ଦ କରିବାକୁ ଆମେ ମାନ୍ୟଵର କେନ୍ଦ୍ର ଶିକ୍ଷାମନ୍ତ୍ରୀ, ପିମଓ କୁ ମଧ୍ୟ ଅନୁରୋଧ କରିଛୁ, କିନ୍ତୁ ଏ ପର୍ଯ୍ୟନ୍ତ କିଛି ନିଷ୍ପତି ନେଇ ନାହାନ୍ତି I
ଏହାଦ୍ୱାରା ହଜାର ହଜାର ସରକାରୀ ଚାକିରି କରିନଥିବା ଅଭିଭାବକ ହଇରାଣ ହୋଈ ଫି ଡିପୋଜିଟ କରିପାରୁ ନାହାନ୍ତି l ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି l ତେଣୁ ମହାସଂଘ ଅନୁରୋଧ କରିଛି କି ଆପଣ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଏହାକୁ ଛାଡ଼ କରାଇ ପାରିଲେ ହଜାର ହଜାର ଅଭିଭାବକ ଉପକୃତ ହେବେ l ତତ ସହିତ କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କ ମଧ୍ୟରେ ଯେଇଁ ଜିମ ନିର୍ମାଣ କରିବାକୁ ନିଷ୍ପତି ହୋଇଛି ତାକୁ ବର୍ତମାନ ପାଇଁ ସ୍ଥଗିତ ରଖି ସେହି ଅର୍ଥରେ ଫି ଛାଡ଼ କଲେ ସମସ୍ତେ ଉପକୃତ ହେବେ l ମହାସଂଘ ଆଶାକରୁଛି ଯେ ଆପଣ ଆଉ ଦୁଇଟି ଚିଠି ମୁଖ୍ୟମନ୍ତ୍ରୀଙ୍କୁ ସମ୍ପୂର୍ଣ ଫି ଛାଡ଼ ପାଇଁ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟର ଫି ଛାଡ଼ ପାଇଁ ଲେଖିଲେ ଓ ତଦନୁଯାୟୀ କାର୍ଯ୍ୟକରି ହେଲେ ଏହି ମହାମାରୀ ସମୟରେ ଅଭିଭାବକ ମାନେ ମାନସିକ ଶାନ୍ତି ପାଇବେ l