ଡିସେମ୍ବର ୪ରେପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଭାରତୀୟ ନୌସେନାର ସାମୁଦ୍ରିକ ଦକ୍ଷତା ନମୁନା ପ୍ରଦର୍ଶନ କାର୍ୟ୍ୟକ୍ରମ
ସୁପରିଚାଳନା ସଂପର୍କରେ ରାଜ୍ୟ ପ୍ରଶାସନ ତରଫରୁପ୍ରସ୍ତୁତି ବୈଠକ
ଭୁବନେଶ୍ୱର (Suvendra Pattanaik) : ଆସନ୍ତା ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ଅବସରରେପୁରୀର ବ୍ଲୁ ଫ୍ଲାଗ ସାମୁଦ୍ରିକ ବେଳାଭୂମିରେ ଭାରତୀୟ ନୌସେନାଏହାର ଦକ୍ଷତାର ନମୁନା ତଥା ଶକ୍ତି ପ୍ରଦର୍ଶନ କରିବ । ଏହି କାର୍ୟ୍ୟକ୍ରମରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ୟ୍ୟକ୍ରମ ରହିଛି ।ସେଦିନ ଏଠାରେ ନୌସେନାସମେତବିଭିନ୍ନଅତିଥିଏବଂନିମନ୍ତ୍ରିତଅତିଥିଙ୍କୁ ମିଶାଇ ପ୍ରାୟ୭୫୦୦ଅତିଥିଯୋଗଦେବେ। ଦେଶାତ୍ମବୋଧକ ଚେତନା ଜାଗ୍ରତ କରୁଥିବା ଏହି ବିରଳ ତଥା ଆକର୍ଷଣୀୟ ଦୃଶ୍ୟକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ଲକ୍ଷାଧିକ ଜନସାଧାରଣଙ୍କର ସମାଗମ ହେବ ବୋଲି ଆକଳନ କରାଯାଉଛି ।
ଏହି କାର୍ୟ୍ୟକ୍ରମସୁଚାରୁରୂପେଅନୁଷ୍ଠିତ ହେବା ଓ ପରିଚାଳନା ପାଇଁଭାରତୀୟନୌସେନା, ଓଡ଼ିଶାସରକାରତଥାପୁରୀ ଜିଲ୍ଲା ପ୍ରଶାସନ ମିଳିତଭାବେପ୍ରସ୍ତୁତି ଜାରି ରଖିଛନ୍ତି । ଏହିପରିପ୍ରେକ୍ଷୀରେଚଳିତନଭେମ୍ବର୧୪ତାରିଖରେମୁଖ୍ୟଶାସନସଚିବ ଶ୍ରୀ ମନୋଜଆହୁଜାଙ୍କଅଧ୍ୟକ୍ଷତାରେଏକପ୍ରାରମ୍ଭିକବୈଠକରେ ଆଲୋଚନା କରାଯାଇଥିଲା।ତଦନୁସାରେ ଆବଶ୍ୟକ ସବିଶେଷ ପ୍ରସ୍ତୁତି ସଂପର୍କରେ ଆଉ ଏକ ବୈଠକରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗତ ସୋମବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ(ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଓ୍ୱାଇ.ବି.ଖୁରାନିଆ, ଡିଜିପି-ଅଗ୍ନିଶମ ସେବା ବିଭାଗ ଡଃ. ସୁଧାଂଶୁ ଷଡଙ୍ଗୀଙ୍କ ସମେତ ପୂର୍ତ୍ତ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କ୍ରୀଡା ଓ ଯୁବସେବାତଥା ଶକ୍ତି ବିଭାଗ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶଆଦି ବିଭାଗର ପ୍ରମୁଖ ଶାସନ ସଚିବ , କମିଶନର ତଥା ଶାସନ ସଚିବ, ରାଜ୍ୟ ପରିବହନ କମିଶନର, ନିର୍ଦ୍ଦେଶକ ,ପର୍ୟ୍ୟଟନ ବିଭାଗ, ନିର୍ଦ୍ଦେଶକ,ସୂଚନା ଓ ଲୋକ ସଂପର୍କ ବିଭାଗଙ୍କ ସମେତ ଅନ୍ୟ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଭାରତୀୟ ନୌସେନାର ପ୍ରତିନିଧି ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହିକାର୍ୟ୍ୟକ୍ରମକୁଭଲଭାବରେଓଶାନ୍ତିଶୃଙ୍ଖଳାରସହଅନୁଷ୍ଠିତହେବାପାଇଁବିଭିନ୍ନଆଲୋଚନାକରାଯିବା ସହ ସଂପୃକ୍ତ ବିଭାଗୀୟ ମୁଖ୍ୟମାନଙ୍କୁସେମାନଙ୍କର ସଂପର୍କିତ କାର୍ୟ୍ୟ ସୁଚାରୁରୂପେ ନିର୍ବାହକରିବା ପାଇଁଅନୁରୋଧକରାଯାଇଛି ।
ବିଭିନ୍ନକାର୍ୟ୍ୟ ମଧ୍ୟରେ ପୂର୍ତ୍ତବିଭାଗତରଫରୁସମଙ୍ଗ ଏବଂ ପୁରୀ କ୍ରୀଡ଼ା କମ୍ପ୍ଲେକ୍ସ ଠାରେଅସ୍ଥାୟୀହେଲିପ୍ୟାଡପ୍ରସ୍ତୁତି, ପାର୍କି ଅଂଚଳରପ୍ରସ୍ତୁତି, ବିଭିନ୍ନସ୍ଥାନରେଆବଶ୍ୟକବେରିକେଡିଂଏବଂ ରାସ୍ତାମରାମତିପାଇଁଅନୁରୋଧକରାଯାଇଛି।ସ୍ୱାସ୍ଥ୍ୟଓପରିବାରକଲ୍ୟାଣବିଭାଗତରଫରୁଆବଶ୍ୟକଆମ୍ବୁଲାନ୍ସବ୍ୟବସ୍ଥା, ପୁରୀଜିଲ୍ଲାମୁଖ୍ୟଚିକିତ୍ସାଳୟକୁ ଅଧିକଶଯ୍ୟାବ୍ୟବସ୍ଥାସହ ପ୍ରସ୍ତୁତିରଖାଯିବା, ଭିଭିଆଇପି ଅଂଚଳସମେତଜନଗହଳିସ୍ଥାନରେପ୍ରାଥମିକଚିକିତ୍ସାବ୍ୟବସ୍ଥାଏବଂଯଥେଷ୍ଟସଂଖ୍ୟକଓଆରଏସ୍ ପ୍ୟାକେଟରଖାଯିବା ପାଇଁ ପରାମର୍ଶ ସହ ଅଧିକଆବଶ୍ୟକତାଦୃଷ୍ଟିରୁ ଏମସ୍ ଭୁବନେଶ୍ୱରକୁମଧ୍ୟସହାୟତାପାଇଁଅନୁରୋଧକରାଯାଇଛି।ସିଭିଲଡିଫେନ୍ସସ୍ୱେଚ୍ଛାସେବୀଓ ସେଣ୍ଟ ଜୋନ ଆମ୍ବୁଲାନ୍ସର ମଧ୍ୟସହଯୋଗନିଆଯିବ।
ଭୁବନେଶ୍ୱରରୁ ପୁରୀଏବଂ ପୁରୀ ମଧ୍ୟରେଟ୍ରାଫିକ୍ ନିୟନ୍ତ୍ରଣ, ଯାନବାହନପାର୍କିଂ, ଜନଗହଳିସ୍ଥାନର ପରିଚାଳନା, ନୌସେନା ଅତିଥିମାନଙ୍କୁ ନେବା ଆଣିବା କରିବାକୁ ଥିବା ବସ ତଥା ଯାନର ପାର୍କିଂ, ଭୁବନେଶ୍ୱର-ପୁରୀ ମୁଖ୍ୟ ରାସ୍ତାସମେତବିଭିନ୍ନଗୁରୁତ୍ୱପୂର୍ଣ୍ଣସ୍ଥାନରେଅଗ୍ନିଶମବିଭାଗଏବଂପୁଲିସବିଭାଗ ତରଫରୁ କର୍ମଚାରୀ ଓଅଧିକାରୀମୁତୟନରହିବେ ।ବିଭିନ୍ନସ୍ଥାନରେଟ୍ରାଫିକ୍ ପରାମର୍ଶସୂଚନା ( ସାଇନେଜ୍ ) ଓ ହୋଡିଂ ଆଦିଲଗାଯିବଏବଂଗୁରୁତ୍ୱପୂର୍ଣ୍ଣସ୍ଥାନରେସିସିଟିଭିକ୍ୟାମେରା ଲଗାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।ଏହିକାର୍ୟ୍ୟକ୍ରମକୁ କଳିଙ୍ଗ ଷ୍ଟାଡିଅମ, ଭୁବନେଶ୍ୱରରୁଏବଂକଟକରବାରବାଟୀଷ୍ଟାଡିଅମରୁସିଧାପ୍ରସାରଣଦେଖିବା ବ୍ୟବସ୍ଥା ପାଇଁକ୍ରୀଡାଓଯୁବସେବାବିଭାଗକୁଅନୁରୋଧକରାଯାଇଛି।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ବ୍ଲୁଫ୍ଲାଗ୍ ସମେତପୁରୀସମୁଦ୍ରକୂଳରେପ୍ରାୟ୧୦୦ଅସ୍ଥାୟୀ ବାୟୋଟଏଲଟସ୍ଥାପନକରାଯିବଏବଂ ଏହାରସୁପରିଚାଳନା ପାଇଁମଧ୍ୟ ଅନୁରୋଧକରାଯାଇଛି।ସମୁଦ୍ରକୂଳକୁଯାଇଥିବାସମସ୍ତରାସ୍ତାରସୌନ୍ଦର୍ୟ୍ୟକରଣବ୍ୟବସ୍ଥା ପାଇଁ ମଧ୍ୟ ଅନୁରୋଧକରାଯାଇଛି।
ଅଧିକଜନଗହଳିସ୍ଥାନରେଏଲଇଡିସ୍କ୍ରିନସାହାର୍ୟ୍ୟରେକାର୍ୟ୍ୟକ୍ରମପ୍ରସାରଣସହଧାରା ବିବରଣୀ ପ୍ରଦାନବ୍ୟବସ୍ଥା ରହିବ ।ନୌସେନାର କୌଶଳ ପ୍ରଦର୍ଶନକାର୍ୟ୍ୟକ୍ରମ ଥିବାରୁ ଏହି ସ୍ଥଳକୁ ନଭେମ୍ବର୨୭ରୁଡିସେମ୍ବର୫ତାରିଖପର୍ୟ୍ୟନ୍ତନୋ ଫିସିଂ ଜୋନ (ମାଛଧରାନିଷେଧଅଂଚଳ) ଘୋଷଣାକରାଯିବ । ଏ ସଂପର୍କରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟଜୀବୀମାନଙ୍କୁ ସୂଚନା ପ୍ରଦାନ କରାଯିବ।କାର୍ୟ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀବେଳାଭୂମି ପରିସରପରିସ୍କାର, ପରିଚ୍ଛନ୍ନତା, ସଂଲଗ୍ନ ବିଭିନ୍ନ ରାସ୍ତାକୁ ଅବରୋଧ ମୁକ୍ତ କରାଯିବା ସଂପର୍କରେ ବୈଠକରେ ଆଲୋଚନା ପୂର୍ବକ ନିଷ୍ପତ୍ତି ନିଆଯାଇଛି । ପୁରୀ ଜିଲ୍ଲାପାଳଏବଂ ଜିଲ୍ଲା ଆରକ୍ଷୀଅଧିକ୍ଷକଙ୍କୁ ସାମଗ୍ରିକ ଭାବେସମସ୍ତ ବ୍ୟବସ୍ଥାତଦାରଖକରିବାକୁନିର୍ଦ୍ଦେଶଦିଆଯାଇଥିବା ବେଳେ ରାଜ୍ୟସ୍ତରରୁ ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନଙ୍କୁ ଏହି କାର୍ୟ୍ୟକ୍ରମ ସୁଚାରୁରୂପେ ପରିଚାଳନା କରିବା ପାଇଁ ତଦାରଖ କରିବା ପାଇଁ ଅନୁରୋଧ କରାଯାଇଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ପ୍ରାୟ ୫୦ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଏହି କାର୍ୟ୍ୟକ୍ରମର ସୁପରିଚାଳନା ପାଇଁ ନିୟୋଜିତ କରିବା ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । ଗୃହବିଭାଗସ୍ୱତନ୍ତ୍ରଶାସନସଚିବଶ୍ରୀଆର.କେ.ଶର୍ମାଙ୍କୁବିଭିନ୍ନ କାର୍ୟ୍ୟର ସମନ୍ୱୟ ପାଇଁନୋଡାଲ ଅଧିକାରୀଭାବେମନୋନୀତକରାଯାଇଛି।