ଭୁବନେଶ୍ୱର,(ନି.ପ୍ର): ବୁଧବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁର୍ଘଟଣା ଘଟାଇଥିବା କାର୍ ଡ଼୍ରାଇଭରୁ ଶୁକ୍ରବାର ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତ ହେଲା ଏୟାରଫିଲ୍ଡ ଥାନା ଅଧୀନ ପୋଖରୀପୁଟ ଅଞ୍ଚଳର ବେବସ୍ମିତ୍ ପାଢ଼ୀ ।
ଉକ୍ତ ଦୁର୍ଘଟଣାରେ ସେ ସେ ମଧ୍ୟ ଆହତ ହୋଇଥିଲେ । ସେ ହସ୍ପିଟାଲରୁ ଚିକିତ୍ସା ହୋଇ ଫେରିବାପରେ ପୋଲିସ ତାଙ୍କୁ ଶୁକ୍ରବାର ଗିରଫ କରିଛି ।
