Odisha news

ଆଦିତ୍ୟ ମୃତୁ୍ୟ ମାମଲା : ପଲିଗ୍ରାଫ୍ ଟେଷ୍ଟରେ ପପୁ, ବିକାଶ, ଦିପୁ , ହାଇକୋର୍ଟରେ ବିଦ୍ୟାଶ୍ରୀ

0

ଭୁବନେଶ୍ୱର,(ନି.ପ୍ର): ମାନବ ପ୍ରେମୀ ଆଦିତ୍ୟ ଦାଶ ମୃତୁ୍ୟ ମାମଲାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଗୁରୁବାର ଲାଏ ଡିଟେକ୍ସନ୍ ଟେଷ୍ଟ ପାଇଁ ଫୋରନ୍ସିକ୍ ଲ୍ୟାବକୁ ଡକାଇ କରିଥିଲେ ।

ଶୁକ୍ରବାର ଦିନ ଆଦିତ୍ୟ ଦାଶଙ୍କ ତିନି ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କୁ ଏକା ସଙ୍ଗେ ଲାଏଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଚାରି ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ତିନିଜଣଙ୍କୁ ତଦନ୍ତକାରୀ ଟିିମ୍ର ଶତାଧିକ ପ୍ରଶ୍ନ ପଚାରିଥିଲେ ।

ଅନ୍ୟପକ୍ଷରେ ଆଦିତ୍ୟ ଦାଶଙ୍କ ମୃତୁ୍ୟ ମାମଲା ନୂଆ ମୋଡ ନେଇଛି । ପତ୍ନୀ ବିଦ୍ୟାଶ୍ରୀ ଆଦିତ୍ୟଙ୍କ ବାପା ଓ ମାଙ୍କୁ ନେଇ ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଦିତ୍ୟଙ୍କ ମା ପଦ୍ମାଳୟା ଦାଶ ବାପା ନନ୍ଦକିଶୋର ଦାଶ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପକ୍ଷରୁ ଏନେଇ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା ।

ସକାଳ ୧୧ଟା ବେଳେ ପପୁ, ବିକାଶ ଓ ଦୀପକଙ୍କୁ କ୍ରାଇମ୍ ବ୍ରାଞ୍ଚ ଆଣି ଲାବ୍ରେ ହାଜର କରିବା ପରେ ୩ଟା ୩୦ ମିନିଟ୍ରେ ବାହାରକୁ ଛାଡିଥିଲା । ସେମାନଙ୍କ ଉତ୍ତରରୁ ମଧ୍ୟ ପ୍ରଶ୍ନ ତିଆରି କରାଯାଇ ପଚରାଯାଇଥିଲା । ବିଦ୍ୟାଶ୍ରୀଙ୍କ ଉତ୍ତର ସହ ଏହି ତିନି ଜଣଙ୍କ ଉତ୍ତର ଓ ଦୀପକକୁ ଆଧାର କରି ଫରେନ୍ସିକ୍ ଟିମ୍ କ୍ରାଇମ୍ବ୍ରାଞ୍ଚରେ ଉପସ୍ଥାପନ କରିବ ।

ଯାହାକୁ ଆଧାର କରି କ୍ରାଇମ୍ବ୍ରାଞ୍ଚ ତଦନ୍ତ ଆଗକୁ ବଢାଇବ । ପଲିଗ୍ରାଫ୍ ଟେଷ୍ଟର ବାର ଘଣ୍ଟା ନପୁରୁଣୁ ଶାଶୂ, ଶ୍ୱଶୁରଙ୍କୁ ଧରି ବିଦ୍ୟାଶ୍ରୀ ହାଇକୋର୍ଟରେ ମାମଲା ଦାୟର କରିବା ଘଟଣା ଏବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ।

ବିଦ୍ୟାଶ୍ରୀ କରିଥିବା ଦାଏର ଆବେଦନରେ ଦର୍ଶାଯାଇଛି ଯେ, ଆଦିତ୍ୟ ବୃଦ୍ଧାଶ୍ରମ କରିବା ସହିତ ମଦ ବିରୋଧୀ ଅଭିଯାନରେ ସାମିଲ ହୋଇଥିଲେ । ଏତଦ୍ ବ୍ୟତୀତ ପ୍ରେରଣାଦାୟୀ ବକ୍ତା ଭାବେ ସେ ବେଶ୍ ଲୋକପି୍ରୟତା ହାସଲ କରିଥିଲେ । ନିଜର ସେବା ମନୋବୃତ୍ତି ଯୋଗୁ ସେ ଲୋକଙ୍କ ନିକଟତର ହୋଇପାରିଥିଲେ । ଉଭୟ ପରିବାର ସହମତିରେ ବିଦ୍ୟାଶ୍ରୀଙ୍କ ସହିତ ଆଦିତ୍ୟଙ୍କ ବିବାହ ହୋଇଥିଲା । ମାତ୍ର ବିବାହର ୨୭ ଦିନ ପରେ ଲିଙ୍ଗରାଜ ରୋଡ ରେଲଧାରଣା ନିକଟରୁ ତାଙ୍କ ମୃତଦେହ ମିଳିଥିଲା ।

ଏହି ଘଟଣାକୁ ନେଇ ଜିଆରପି ପୋଲିସ୍ ଥାନାରେ ମାମଲା ରୁଜୁ କରି ତଦନ୍ତ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ କ୍ରାଇମ୍ବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି । ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତଦନ୍ତ ଭାର ଠିକ୍ ଭାବେ କରାଯାଉଥି ନାହିଁ ତେଣୁ ଆଦିତ୍ୟ ମୃତୁ୍ୟ ଘଟଣାର ସିବିଆଇ ତଦନ୍ତ କରାଯାଉ କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ ନଥିବା କୌଣସି ସ୍ୱାଧୀନ ଏଜେନ୍ସିକୁ ତଦନ୍ତ ଭାର ଦିଆଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି । ଏହି ଘଟଣାରେ ଏକ ନିରପେକ୍ଷ ଓ ତ୍ୱରିତ ତଦନ୍ତ ଆବଶ୍ୟକ ବୋଲି ଦର୍ଶାଇ ଦାୟ ମାମଲାରେ ରାଜ୍ୟ ଗୃହ ସଚିବ, ଜିଆରପି ଏସ୍ପି, ସିବିଆଇ ଓ କ୍ରାଇମ୍ବ୍ରାଞ୍ଚକୁ ପକ୍ଷଭୁକ୍ତ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନ୍ଜୀବୀ ବ୍ୟୋମକେଶ ତି୍ରପାଠୀ ମାମଲା ପରିଚାଳନା କରୁଛନ୍ତି ।

IEC 2 years
Leave A Reply