ଭୁବନେଶ୍ୱର,(ନି.ପ୍ର): ଖଣ୍ଡଗିରି ଥାନା ପୋଲିସ ଦୁଇଟି ପୃଥକ ପୃଥକ ମାମଲାରେ ଶୁକ୍ରବାର ଦିନ ଦୁଇ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାସହ ସେମାନଙ୍କଠାରୁ ଚୋରୀ ସାମଗ୍ରୀ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲ ଭରତପୁର ଗିନିଶ୍ ବିହାରର ସନାତନ ନାୟକ(୨୦) ଏବଂ ଯଦୁପୁରର ରାଜୁ ଖାନ୍(୨୧) ।
ଭରତପୁର ଗିନିଶ୍ ବିହାରରେ ଗୋଟେ ବିଲ୍ଡିଂରେ ତ୍ରୀନାଥ ମହାରଣା ଏବଂ ସନାତନ ନାୟକ ରୁହନ୍ତି । ତ୍ରୀନାଥଙ୍କ ଘରେ ତାଙ୍କ ବଡ ଭାଇ ସବୁବେଳେ ରାତିରେ ଗାଡି ରକନ୍ତି । ଗତ ୨୦ ତାରିଖରେ ତ୍ରୀନାଥଙ୍କ ଭାଇ ଗାଡି ରଖି ଯାଇଥିବା ସମୟରେ ସନାତନ ଉକ୍ତ ଗାଡିକୁ ଭାଙ୍ଗି ନେଇ ପଳାଇଥିଲେ । ଏ ନେଇ ତ୍ରୀନାଥ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଶୁକ୍ରବାର ଦିନ ଗିରଫ କରି କୋର୍ଟ ଚାଲାଣ କରିଛି ।
ସେହିପରି ଜାଗମରା ଆଇଟିଆର୍ କଲେଜ ନିକଟରେ ରୁହନ୍ତି । ଗତ ୧୭ ତାରିଖ ଦିନ ରାତିରେ ଦେବାଶିଷ୍ ଶୋଇଥିବା ସମୟରେ ଯଦୁପୁରର ରାଜୁ ଝରକା ତାଡି ଦେବାଶିଷଙ୍କ ଲ୍ୟାପଟପ୍ ଓ ମୋବାଇଲ୍ ଚୋରୀ କରି ନେଇଥିଲା । ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଜବତ କରିଛି । ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବାବେଳେ, ଜାମିନ୍ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।