ଭୁବନେଶ୍ୱର, ଜାନୁଆରୀ ୦୮, ୨୦୨୪ : ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଗ୍ଲୋବାଲ ଏନଭାଇରନମେଣ୍ଟ ଫାସିଲିଟି (ଐଊଏ) ଅନୁଦାନ ପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଏକ ସ୍ଥିତି ସମୀକ୍ଷା କର୍ମଶାଳା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଅଛିା ପ୍ରକଳ୍ପ ଲକ୍ଷ୍ୟ ହାସଲ ସହିତ ଏହାର ସଫଳ ରୂପାୟନ ପାଇଁ ଆନ୍ତଃବିଭାଗୀୟ ସହଯୋଗକୁ ସୁଦୃଢ଼ କରିବାକୁ ଅଧିକାରୀମାନଙ୍କୁ ଡ. ପାଢ଼ୀ ପରାମର୍ଶ ଦେଇଥିଲୋ
ଏହି କର୍ମଶାଳାରେ ଗ୍ରୀନ୍-ଏଜି ପ୍ରକଳ୍ପ ଏବଂ ସୁସ୍ଥାୟୀ ଧାନ ଓ ଗହମ ଚାଷ ପ୍ରଣାଳୀ ପ୍ରକଳ୍ପର ଅଦ୍ୟାବଧି କାର୍ଯ୍ୟକାରିତା ସ୍ଥିତି ସମ୍ପର୍କରେ ଉପସ୍ଥାପନ କରାଯାଇଥିଲାା ଏଥିସହିତ ପ୍ରକଳ୍ପର ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା/ ରଣନୀତି ଉପରେ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରାଯାଇଥିଲାା ଏହି କର୍ମଶାଳାରେ ବିଭିନ୍ନ ସରକାରୀ ବିଭାଗର ନିର୍ଦ୍ଦେଶକ, ମୁଖ୍ୟ ବନ ସଂରକ୍ଷକ, ବନ୍ୟପ୍ରାଣୀ ଓ ଯୋଜନା ଅଧିକାରୀମାନେ ଉପସ୍ଥିତ ଥିଲୋଶ୍ରୀ ତାକାୟୁକି ହାଗିଓ୍ୱାରା, ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ନେତୃତ୍ୱରେ ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନର ଅନ୍ୟାନ୍ୟ ସଦସ୍ୟ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲୋ ଗ୍ରୀନ- ଏଜି (ଜିଇଏଫ୍- ୬) ପ୍ରକଳ୍ପ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଲ୍ୟାଣ୍ଡସ୍କେପର ୧୬୫୦ ଗୋଟି ଗ୍ରାମରେ କାର୍ଯ୍ୟକାରୀ ହୋଇଥିବା ବେଳେ ଏଫ୍ଓଏଲ୍ୟìଆର୍ (ଜିଇଏଫ୍-୭) ପ୍ରକଳ୍ପ ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାର (ପ୍ରତି ଜିଲ୍ଲାର ୩ଟି ବ୍ଲକ୍)ରେ କାର୍ଯ୍ୟକାରୀ କରାଯିବା
ଶ୍ରୀ ଶୁଭମ ସାକ୍ସେନା, ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ କର୍ମଶାଳାକୁ ସ୍ୱାଗତ କରିଥିଲୋ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଟିମ୍ ଓ ରାଜ୍ୟ ପ୍ରକଳ୍ପ ପରିଚାଳନାୟୁନିଟ୍ (ଏସ୍ ପିଏମ୍ୟୁ) ଓଡ଼ିଶାଙ୍କ ଦ୍ୱାରା ପ୍ରକଳ୍ପ ସଂକ୍ର୍ରାନ୍ତରେ ସବିଶେଷ ଉପସ୍ଥାପନା ଓ ଆଲୋଚନା କରାଯାଇଥିଲାା ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ଉପସ୍ଥାପନା ପରେ ପ୍ରକଳ୍ପ କାର୍ଯ୍ୟକାରିତାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ କାର୍ଯ୍ୟପନ୍ଥା/ରଣନୀତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲାା ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ମାର୍ଗଦର୍ଶନ ସହିତ କର୍ମଶାଳା ଶେଷ କରାଯାଇଥିଲାା