Odisha news

ଶୀତ ଋତୁରେ ସୂର୍ଯ୍ୟ ପୂଜନର ବୈଜ୍ଞାନିକ ଓ ଧାର୍ମିକ ମହତ୍ୱ

0

ପୌରାଣିକ କାଳରୁ ସୂର୍ଯ୍ୟ ଙ୍କୁ ଦେବତା ଙ୍କ ସ୍ଥାନ ଦିଆଯାଇଛି l ପଞ୍ଚ ଦେବ ଙ୍କ ମଧ୍ୟରୁ ସୂର୍ଯ୍ୟ ହିଁ ଏପରି ଦେବତା ଯିଏ କି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଦେଖାଯାଇ ଥାଆନ୍ତି l ମାନ୍ୟତା ରହିଛ୍ହି ଯେ ଯେଉଁ ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିଥାଏ ସେ ଯଶ , ପୁଣ୍ୟ , ସୁଖ୍ୟାତି ଓ ପ୍ରତିଷ୍ଠା ଲାଭ କରିଥାଏ l ହିନ୍ଦୁ ଧର୍ମରେ ଯେ କୌଣସି ବ୍ରତର ଶୁଭାରମ୍ଭ ସୂର୍ଯ୍ୟ ଉଦୟ ଠାରୁ ଆରଂଭ ହୋଇଥାଏ l

ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ପାଇଁ ଗୋଟିଏ ନିର୍ଦ୍ଧାରିତ ସମୟରେ ହୋଇଥାଏ l ଯାହାକି ଜୀବନ ରେ ଫଳପ୍ରଦ ହୋଇଥାଏ l

ଆଜି ଆସନ୍ତୁ ଜାଣିବା ଶୀତ ଋତୁରେ ସୂର୍ଯ୍ୟ ଦେବ ଙ୍କୁ ଉପାସନା କରିବାର ବୈଜ୍ଞାନିକ ଓ ପୌରାଣିକ ସମୟ କଣ ରହିଛି -:

ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ କରିବାର ପ୍ରକୃତ ସମୟ :-
ରୁଗ୍ ବେଦ ଅନୁସାରେ ସୂର୍ଯ୍ୟ ଉଦୟ ହେବାର ଗୋଟିଏ ଘଣ୍ଟା ମଧ୍ୟରେ ଅର୍ଘ୍ୟ ଦେବା ଜରୁରୀ l କାହିଁକି ନା ଏହି ସମୟରେ ସୂର୍ଯ୍ୟ ଦେବଙ୍କ ଶୀତଳ ସ୍ଵଭାଵ ରହିଥାଏ l ଏହି ସମୟର ସୂର୍ଯ୍ୟ ଙ୍କ କିରଣ ରୋଗ ରୁ ମୁକ୍ତି ମିଳିଥାଏ ଏବଂ କାର୍ଯ୍ୟ ରେ ସଫଳତା ମିଳିଥାଏ , ଆତ୍ମ ବଳ ବୃଦ୍ଧି ହୋଇଥାଏ , ରାଜ କୃପା ଓ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l

ସୂର୍ଯ୍ୟ ପୂୁଜନ ର ଧାର୍ମିକ ମହତ୍ୱ :-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବ ଅନ୍ୟ ସମସ୍ତ ଗ୍ରହର ରାଜା ଅଟନ୍ତି lପ୍ରାଚୀନ କାଳରେ କେବଳ ମଣିଷ ନୁହନ୍ତି ଦେବତା ମାନେ ମଧ୍ୟ ସୂର୍ଯ୍ୟ ଦେବଙ୍କ ଆରାଧନା କରୁଥିଲେ l ଲଙ୍କା ଯିବା ପୂର୍ବରୁ ଭଗବାନ ରାମଚନ୍ଦ୍ର ମଧ୍ୟ ସୂର୍ଯ୍ୟ ଦେବଙ୍କୁ ପୂଜା କରିଥିଲେ l ଶ୍ରୀକୃଷ୍ଣ ଙ୍କ ପୁତ୍ର ସାମ୍ବ ସୂର୍ଯ୍ୟ ପୂଜନ ଦ୍ୱାରା କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ l

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପୂୁଜନ ର ମହତ୍ୱ :-
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଙ୍କୁ ନବଗ୍ରହ ଙ୍କ ର ପ୍ରଥମ ଗ୍ରହ ଓ ପିତା ଙ୍କ ଭାବର ପ୍ରଥମ ଗ୍ରହ ବୋଲି କୁହାଯାଇ ଥାଏ l ପିତା – ପୁତ୍ର ଙ୍କ ସମ୍ପର୍କ ରେ ବିଶେଷ ଲାଭ ପାଇଁ ସୂର୍ଯ୍ୟ ସାଧନା ପୁତ୍ର କରିବା ଉଚିତ l ସୂର୍ଯ୍ୟ ଦେବ ଙ୍କ କୃପାରୁ କୁଣ୍ଡଳୀ ରେ ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ l ସୂର୍ଯ୍ୟ ଙ୍କୁ ଜଳ ଅର୍ପଣ ଦ୍ୱାରା ବିଗିଡି ଯାଇଥିବା କାର୍ଯ୍ୟ ରେ ସଫଳତା ମିଳିଥାଏ l

ସୂର୍ଯ୍ୟ ପୂଜନ ର ଧାର୍ମିକ ମହତ୍ୱ :-
* ଶୀତ ଋତୁରେ ସୂର୍ଯ୍ୟ ଦେବ ୧୧ ହଜାର ରଶ୍ମୀଙ୍କ ସହିତ ଉତପ୍ତ ହୋଇ ସର୍ଦି ରୁ ଆରାମ ଦେଇ ଥାଆନ୍ତି l ତେଣୁ ଶୀତ ଋତୁରେ ସୂର୍ଯ୍ୟ ପୂଜନ ଦ୍ୱାରା ଶରୀର କୁ ଲାଭ ମିଳିଥାଏ l

* ଶୀତ ଋତୁରେ ଥଣ୍ଡା କାରଣରୁ ଶରୀରରେ ଭିଟାମିନ ଡି ହ୍ରାସ ହୋଇଥାଏ l ତେଣୁ ସୂର୍ଯ୍ୟ ଙ୍କ କିରଣ ପଡିବା ଦ୍ୱାରା ରୋଗରୁ ମୁକ୍ତି ମିଳିଥାଏ ଓ ଶରୀର କୁ ଭିଟାମିନ ଡି ପ୍ରାପ୍ତ ହୋଇଥାଏ l

* ବିଶେଷ ଭାବେ ଶୀତ ଋତୁରେ ସୂର୍ଯ୍ୟ ନମସ୍କାର କରିବାର ଚମତ୍କାର ଲାଭ ସର୍ବାଙ୍ଗକୁ ପ୍ରାପ୍ତ ହୋଇଥାଏ l ତେଣୁ ଶୀତ ଋତୁରେ ସୂର୍ଯ୍ୟ ଙ୍କ ସମୁଖରେ ଠିଆ ହୋଇ ସୂର୍ଯ୍ୟ ନମସ୍କାର କରିବା ଆବଶ୍ୟକ l

Leave A Reply