ପୁରୁଣା ଲାପଟପ୍ ଏବଂ ଡେସ୍କଟପ୍ ଅଧିକ ଶକ୍ତିଶାଳୀ ହେବ ; ଜିଓପିସି ପ୍ରଦାନ କରିବ ୧୬ ଜିବି RAM ଏବଂ ୧୦୦୦ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍
- ସମସ୍ତ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ - ୮ ବର୍ଷ ପୁରୁଣା କମ୍ପ୍ୟୁଟରକୁ ମଧ୍ୟ ଏଆଇ ରେଡି କରିବ; ପ୍ଲାନ ମୂଲ୍ୟ ୧,୦୦୦ ଟଙ୍କାରୁ ଆରମ୍ଭ
ମୁମ୍ବାଇ, ସେପ୍ଟେମ୍ବର ୦୨, ୨୦୨୬: ଯଦି ଆପଣଙ୍କର ପୁରୁଣା ଲାପଟପ୍ କିମ୍ବା ଡେସ୍କଟପ୍ ମନ୍ଥର ହୋଇଯାଇଛି, ତେବେ ଆପଣଙ୍କୁ ତୁରନ୍ତ ଏକ ନୂଆ କିଣିବାକୁ ନପଡିପାରେ। ରିଲାଏନ୍ସ ଜିଓର ଜିଓପିସି କ୍ଲାଉଡ୍ ପ୍ରଯୁକ୍ତି ବ୍ୟବହାର କରି ଆପଣଙ୍କ ପୁରୁଣା କମ୍ପ୍ୟୁଟରର ଶକ୍ତି ବୃଦ୍ଧି କରିବ। ଉପଭୋକ୍ତାମାନେ ନୂତନ ହାର୍ଡୱେର୍ ନକିଣି ସେମାନଙ୍କର ରହିଥିବା ଲାପଟପ୍ କିମ୍ବା ଡେସ୍କଟପ୍ରେ ୧୬ ଜିବି ପର୍ଯ୍ୟନ୍ତ RAM ଏବଂ ୧ ଟିବି ବା ୧୦୦୦ ଜିବି ଷ୍ଟୋରେଜ୍ ଆକ୍ସେସ୍ କରିପାରିବେ।
ଯେକୌଣସି ଇଣ୍ଟରନେଟ୍ ବ୍ୟବହାରକାରୀ ଏକ ସ୍ୱତନ୍ତ୍ର ସବସ୍କ୍ରିପସନ୍ ଭାବରେ ଏହି ଜିଓପିସି ସେବାର ଲାଭ ଉଠାଇପାରିବେ। ଏହାର ଅର୍ଥ ହେଉଛି ଯେକୌଣସି ଟେଲିକମ୍ କିମ୍ବା ବ୍ରଡବ୍ୟାଣ୍ଡ କମ୍ପାନୀ ଇଣ୍ଟରନେଟ୍ ସଂଯୋଗ ପ୍ରଦାନ କରିଥାଉ ନା କାହିଁକି ଜିଓପିସି ବ୍ୟବହାର କରାଯାଇପାରିବ। କମ୍ପାନୀ ସୂଚନା ଅନୁଯାୟୀ, ସେବାକୁ ପାଞ୍ଚ ମିନିଟରୁ କମ୍ ସମୟ ମଧ୍ୟରେ ସକ୍ରିୟ କରାଯାଇପାରିବ, ଯେଉଁଥିପାଇଁ ଡାଟା ସ୍ଥାନାନ୍ତରଣ କିମ୍ବା ନୂତନ ହାର୍ଡୱେର୍ ଲଗାଇବା ଆବଶ୍ୟକ ପଡିବ ନାହିଁ। ଉଲ୍ଲେଖଯୋଗ୍ୟ, ଜିଓପିସି ପୂର୍ବରୁ ଜିଓ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାମାନଙ୍କ ପାଇଁ ସୀମିତ ରହିଥିଲା।
ଜିଓ ପକ୍ଷରୁ ପ୍ରକାଶ କରାଯାଇଛି ଯେ ଜିଓପିସି ଏକ ପୁରୁଣା କମ୍ପ୍ୟୁଟରକୁ ଏତେ ଶକ୍ତିଶାଳୀ କରିପାରିବ ଯେ ଏହା ଏଆଇ ସହିତ ଜଡିତ ବ୍ୟାପକ ପ୍ରସେସିଙ୍ଗ ଏବଂ ଷ୍ଟୋରେଜ୍ ଚାହିଦାକୁ ସହଜରେ ପୂରଣ କରିପାରିବ। ଏଥିପାଇଁ କମ୍ପ୍ୟୁଟିଂର ଏକ ବଡ ଭାଗ ଜିଓପିସି କ୍ଲାଉଡ୍ରେ ହେବ। କମ୍ପାନୀ ସୂଚନା ଅନୁଯାୟୀ ୮ ବର୍ଷ ପୁରୁଣା କମ୍ପ୍ୟୁଟର ମଧ୍ୟ ଆଧୁନିକ ଏଆଇ-ଚାଳିତ ଆପ୍ ପାଇଁ ଆବଶ୍ୟକ କାର୍ଯ୍ୟଦକ୍ଷତା, ଷ୍ଟୋରେଜ୍ ଏବଂ କ୍ଷମତା ହାସଲ କରିପାରିବ।
ଜିଓପିସି ପାଇଁ ପ୍ଲାନଗୁଡିକ ୧,୦୦୦ ଟଙ୍କାରୁ ଆରମ୍ଭ ହେବ। ୮ ଜିବି RAM ଏବଂ ୫୦୦ ଜିବି ଷ୍ଟୋରେଜ୍ ପ୍ରଦାନ କରୁଥିବା ଦୁଇ ମାସିଆ ପ୍ଲାନ୍ ୧,୦୦୦ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ୧୬ ଜିବି RAM ଏବଂ ୧ ଟିବି ବା ୧୦୦୦ ଜିବି ଷ୍ଟୋରେଜ୍ ଉପଲବ୍ଧ ହେଉଥିବା ଜିଓପିସି ଅଲଟ୍ରା ପ୍ଲାନର ମୂଲ୍ୟ ଦୁଇ ମାସ ପାଇଁ ୧,୨୦୦ ଟଙ୍କା ରହିଛି। ପାଞ୍ଚ ମାସିଆ ପ୍ଲାନ୍ ଯଥାକ୍ରମେ ୨,୦୦୦ ଟଙ୍କା ଏବଂ ୨,୫୦୦ ଟଙ୍କାରେ ଉପଲବ୍ଧ ହେବ। ସେହିଭଳି ୧୨ ମାସିଆ ପ୍ଲାନ୍ (୧୦+୨ ମାସ) ର ମୂଲ୍ୟ ଯଥାକ୍ରମେ ୪,୦୦୦ ଟଙ୍କା ଏବଂ ୫,୦୦୦ ଟଙ୍କା ରହିଛି। ସମସ୍ତ ପ୍ଲାନ ମୂଲ୍ୟରେ ଜିଏସଟି ଅନ୍ତର୍ଭୁକ୍ତ ରହିଛି।
ଜିଓପିସି କ୍ଲାଉଡ୍ରେ ଚାଲିଥାଏ, ତେଣୁ ଏକ ସ୍ଥିର ଇଣ୍ଟରନେଟ୍ ସଂଯୋଗ ଆବଶ୍ୟକ ହୋଇଥାଏ। ବ୍ରଡବ୍ୟାଣ୍ଡ ବ୍ୟତୀତ, ଏହାକୁ ଏକ ନିର୍ଭରଯୋଗ୍ୟ ୪ଜି କିମ୍ବା ୫ଜି ସଂଯୋଗ ସହିତ ମଧ୍ୟ ବ୍ୟବହାର କରାଯାଇପାରିବ।
