Odisha news

ବିଜ୍ଞାପନ କୁ ନେଇ ରାଜନୀତି, GIVA ହଟାଇଲା ବିଜ୍ଞାପନ

0

ଜୁଏଲାରୀ ବ୍ରାଣ୍ଡ ଜିଭା ବଲିଉଡ ଅଭିନେତ୍ରୀ କୃତି ସେନନ ଙ୍କ ରକ୍ଷାବନ୍ଧନ ବିଜ୍ଞାପନ କୁ ଏହା ମଧ୍ୟରେ ହଟାଇ ଦିଆଯାଇଛି, ଉକ୍ତ ବିଜ୍ଞାପନ ରେ କୃତି ଙ୍କ ପୋଷାକ କୁ ନେଇ ସୋସିଆଲ ମିଡିଆରେ ଉତେଜନା ବଢି ଯାଇଥିଲା, ୟୁଜର୍ସ ତାଙ୍କ ପୋଷାକ କୁ ନେଇ ଟ୍ରୋଲ କରିଥିଲେ, ଜିଭା ପକ୍ଷରୁ ୨୬ ଅଗଷ୍ଟ ରେ ଏହାକୁ ନେଇ ଗୋଟିଏ ବୟାନ ଜାରି କରାଯାଇଛି, ଏହି ବୟାନ ରେ ସେ କୃତି ଙ୍କ ପୋଷାକ ବିଷୟରେ କୌଣସି ମନ୍ତବ୍ୟ ଜାରି କରିନାହିଁ l

ଜିଭା କହିଛି ଯେ ‘ ଆମେ ଭାରତୀୟଂସନ୍ସ୍କ୍ରୁତି, ପରମ୍ପରା ଓ ପର୍ବପର୍ବାଣୀ ଖୁବ ସମ୍ମାନ କରିଥାଉ, ଏବଂ ନିର୍ଦ୍ଧିଷ୍ଠ ପର୍ବରେ ଆମେ ସମ୍ପୂର୍ଣ ଖୁସିର ମାହୋଲ ରଖିବାକୁ ଚେଷ୍ଟା କରିଥାଉ ଓ ସେଥିରେ ବିଶ୍ୱାସ ରଖିଥାଉ, ଚାଳିତଥର ଆମେ ଆମର ପୋଷା ଜୀବଜନ୍ତୁ ଙ୍କୁ ମଧ୍ୟ ସେଥିରେ ସାମିଲ କରିବାକୁ ଚାହୁଁଚୁ, ଯଦି ଆମର ନିକଟରେ ପ୍ରକାଶ ପାଇଥିବା ବିଜ୍ଞାପନ ରେ କାହାର ମନକୁ ଆଘାତ ହୋଇଛି ତେବେ ଏହା ଆମର ଉଦେଶ୍ୟ ନୁହେଁ, ସମ୍ମାନ ପୂର୍ବକ ଆମେ ସେହି ବିଜ୍ଞାପନ ସମସ୍ତ ପ୍ଲାଟଫର୍ମ ରୁ ହଟାଇ ଦେଇଚୁ, ଏହି ପାର୍ବଣ ଋତୁରେ ଆପଣଙ୍କୁ ଅନେକ ଶୁଭେଚ୍ଛା ” l

କଂଗ୍ରେସ ର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀ ଏହି ବିଜ୍ଞାପନ କୁ ଆଲୋଚନା ପରିସର କୁ ଆସିଥିବା କୃତି ସେନନ ଙ୍କ ସପକ୍ଷରେ ମଙ୍ଗଳବାର ଦିନ କହିଥିଲେ ଯେ ନିଜ ସ୍ୱାର୍ଥ ପାଇଁ ମହିଳା ମାନଙ୍କୁ ଆକ୍ଷେପ କରିବା ଠିକ ନୁହେଁ l ମହିଳା ଙ୍କ ପୋଷାକ ତାଙ୍କ ପରିଚୟ ସୃଷ୍ଟି କରେନାହିଁ, ନିଜସ୍ୱ ନିଷ୍ପତି ତାଙ୍କର ଅଧିକାର ରହିଛି l

ଘଟଣାଟି ହେଲା ଏହିପରି ଥିଲା ଜିଭା ପକ୍ଷରୁ ରକ୍ଷାବନ୍ଧନ ପାଇଁ ଗୋଟିଏ ବିଜ୍ଞାପନ ସୁଟିଂ କରାଯାଇଥିଲା, ଏହି ବିଜ୍ଞାପନ ରେ ଯେଉଁ ପୋଷାକରେ କୃତି ଙ୍କୁ ଦେଖିବାକୁ ମିଳିଥିଲା , ତାହାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲିଂ  ଚାଲିଥିଲା, ଏବଂ କଙ୍ଗନା ମଧ୍ୟ କୃତି ଙ୍କୁ ଆକ୍ଷେପ କରିଥିଲେ , ଯାହାକୁ ନେଇ ରାହୁଲ ଗାନ୍ଧୀ କୃତି ଙ୍କ ସପକ୍ଷରେ ବାହାରିଥିଲେ , ସ୍ଥିତି ଏପରି ହୋଇଥିଲା ଏହି ବିବାଦ ଏତେ ବଢିଗଲା ଯେ ଜିଭା କୁ ଏହି ବିଜ୍ଞାପନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରୁ ଉଠାଇବାକୁ ପଡିଲା l

Nalco
Leave A Reply