Odisha news

ଅପରେସନ କ୍ଲିନ ସ୍ୱିପ କଣ ? କଣ ପାଇଁ ଅପରେସନ କ୍ଲିନ ସ୍ୱିପକୁ ନେଇ ଚାଲିଛି ଚର୍ଚା ?

0

ଅପରେସନ କ୍ଲିନ ସୁଇପ ଆରମ୍ଭ ହୋଇଛି ଯୋଗୀ ଅଦିତ୍ୟନାଥ ଙ୍କ ଗଡ଼ ଉତ୍ତରପ୍ରଦେଶ ରୁ, ଯୋଗୀଙ୍କ ଶାସନ କାଳ ମଧ୍ୟରେ ଦେଶବାସୀ ଏତିକି ଜାଣି ସାରିଛନ୍ତି ଯେ ଯୋଗୀ ରାଜ୍ ରେ ଅପରାଧ ଓ ଆତଙ୍କବାଦ ର ସ୍ଥାନ ନାହିଁ, ସାରା ଭାରତ ବର୍ଷରେ ଉତ୍ତରପ୍ରଦେଶ ହେଉଛି ସବୁଠୁ ସମ୍ବେଦନଶୀଳ ସ୍ଥାନ, ଯେଉଁଠି ଅନେକ ସମୟରେ କିଛି ନା କିଛି ଅଘଟଣ ଘଟି ଚାଲିଥାଏ l କିନ୍ତୁ ଯେବେଠାରୁ ଯୋଗୀ ଅଦିତ୍ୟନାଥ ରାଜ୍ୟର ଭାର ସମ୍ଭାଳିଛନ୍ତି ରାଜ୍ୟରେ ମାଫିଆ ରାଜ ଧୀରେ ଧୀରେ ବିଲୋପ ହେବାକୁ ଯାଉଛି l ମାଫିଆ ମାନଙ୍କୁ ଦଣ୍ଡ ବିଧାନ କରିବା ପାଇଁ ଯୋଗୀ ସରକାର ଅପରେସନ କ୍ଲିନ ସ୍ୱିପ ଆରମ୍ଭ କରିଛନ୍ତି, ଯାହା ଆଜି ଭାରତରେ ଚର୍ଚାର କେନ୍ଦ୍ରବିନ୍ଦୁ ଅଟେ l

ଗଜିୟାଵାଦ ର ଖୋଡା ର ନବନୀତ ବିହାର ରେ ରହୁଥିବା ୧୭ ବର୍ଷୀୟ ସୂର୍ଯ୍ୟ ପ୍ରତାପ ଚୌହାନ ଙ୍କ ହଃହତ୍ୟା ପରେ ଲଗାତାର ଆଲୋଚନା ଚାଲିଛି, ବକ୍ରୀ ଇଦ ରେ ହୋଇଥିବା ଏହି ହତ୍ୟା ଘଟଣାରେ ମୁଖ୍ୟ ଆରୋପି ଅସଦ ର ଏନକାଉଣ୍ଟର ହୋଇସାରିଛି, ଏହି ଘଟଣାକୁ ନେଇ ଅନେକ ଗିରଫ ମଧ୍ୟ ହୋଇସାରିଛନ୍ତି l ଘଟଣାର ଅନେକ ଦିନପରେ ଖୋଦା ର ସ୍ଥିତି ସାମାନ୍ୟ ହୋଇ ପାରିନାହିଁ, ସମଗ୍ର ଅଂଚଳରେ [ପୋଲିସ ପେଟ୍ରୋଲିଙ୍ଗ ଚାଲିଛି, ବଜାର ବନ୍ଦ ରହିଛି, ଡ୍ରୋନ ଜରିଆରେ ମଧ୍ୟ ଲଗାତାର ପେଟ୍ରୋଲିଙ୍ଗ ଚାଲିଛି l ଦୂରଦୂରାନ୍ତର ରୁ ଲୋକେ ସୂର୍ଯ୍ୟା ର ପରିବାରକୁ ସାକ୍ଷାତ କରିବାକୁ ପହଂଚୁଛନ୍ତି l

ସୂଚନା ଅନୁସାରେ ଘଟଣା ଦିନ ସୂର୍ଯ୍ୟା କୁ ଫୋନ କରି ଡକା ଯାଇଥିଲା ବୋଲି ପରିଜନ ମନ୍ତବ୍ୟ ଦେଇଛନ୍ତି, ଏବଂ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅସଦ , ତାର ବାପା ନବାବ, ଫରହାନ , ଅତିଫ ,ସାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ, ଏବଂ ସୂର୍ଯ୍ୟା କୁ ଘେରି ତା ଉପରେ ଆକ୍ରମଣ କରିଥିଲେ l ଏବଂ ସୂର୍ଯ୍ୟା କୁ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା, ଯେଉଁଠି ୧୭ ବର୍ଷୀୟ ସୂର୍ଯ୍ୟା କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଘଟଣା ଘଟିବା ପରେ ସ୍ଥାନୀୟ ଲୋକର, ବ୍ୟବସାୟିକ ସଂଗଠନ ଓ ବିଭିନ୍ନ ସାମାଜିକ ସଂଗଠନ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଥିଲେ l

ପୋଲିସ ଯାଞ୍ଚ ରୁ ଜଣାପଡିଥିଲା ଯେ କିଛିଦିନ ପୂର୍ବରୁ ଅସଦ ଓ ସୁର୍ଯ୍ୟ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ଘଟଣାଦିନ ମଧ୍ୟ ବାଇକ ଚଳାଇବାକୁ ନେଇ ମଧ୍ୟ ଗଣ୍ଡଗୋଳ ହୋଇଥିଲା, ଅସଦ ନିଜ ଘରେ ଯାଇ କହିବା ପରେ ସମସ୍ତେ ମିଶି ଷଡଯନ୍ତ୍ର କରି ସୁର୍ଯ୍ୟ କୁ ଉପଯୁକ୍ତ ଦଣ୍ଡ ଦେବା ପାଇଁ ଚିନ୍ତା କରିଥିଲେ l ଅଭିଯୁକ୍ତ ଫରହାନ ଅସଦ କୁ ଧାରୁଆ ଛୁରୀ ଯୋଗାଇଥିଲା l

ହତ୍ୟା ପରେ ପୋଲିସ ୩ ଆରୋପି ଙ୍କୁ ଗିରଫ କରିଥିଲା ଏବଂ ମୁଖ୍ୟ ଅଭିଯୁକ୍ତ ଅସଦ ଫେରାର ଥିବାରୁ ପୋଲିସ ପକ୍ଷରୁ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା, ଠିକ ଏହି ସମୟରେ ପୋଲିସ କୁ ସୂଚନା ମିଳିଥିଲା ଯେ ଅସଦ ସହର ଛାଡି ପଳାଇବାକୁ ବାହାରିଛି , ଏହାପରେ ପୋଲିସ ଟିମ ଅସଦ କୁ ଧରିବା ପାଇଁ ଚେଷ୍ଟା ଆରମ୍ଭ କରିଥିଲା, ପୋଲିସ କୁ ଦେଖି ଅସଦ ଖସି ପଳାଇବା ସମୟରେ ପୋଲିସ ଗୁଳି ଚଳାଇଥିଲା, ଏବଂ ଏହି ଏନକାଉଣ୍ଟର ରେ ଅସଦ ର ମୃତ୍ୟୁ ହୋଇଥିଲା l

ଏନକାଉଣ୍ଟର ପରଦିନ ପୋଲିସ ଅସଦ ଘରେ ପହଂଚିବା ବେଳକୁ ଘର ତାଲା ପଡିଥିଲା, ଏସଡ଼ିଏମ ଙ୍କ ଉପସ୍ଥିତିରେ ଅବୈଧ କବ୍ଜା ଓ ନିର୍ମାଣ ର ନୋଟିସ ପୋଲିସ ଲଗାଇଥିଲା, ଏବଂ ୧୫ ଦିନ ମଧ୍ୟରେ ଜବାବ ମାଗିଥିଲେ, ଏହାପରେ ଅଭିଯୁକ୍ତ ଘର ବାହାରେ ଲୋକଙ୍କ ଭିଡ଼ ଲାଗିଥିଲା ଏବଂ ୩ଦିନ ମଧ୍ୟରେ ଖୋଡା ଅଞ୍ଚଳ ରେ ପ୍ରଶାସନ ପକ୍ଷରୁ ‘ଅପରେସନ କ୍ଲିନ ଚିଟ ‘ ଆରମ୍ଭ ହୋଇଥିଲା l ଅପରେସନ କ୍ଲିନ ଚିଟ ଜରିଆରେ ହିଷ୍ଟ୍ରୀ ସିଟର ଓ ମାଫିଆ ମାନଙ୍କ ଘର ଉପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା, ପ୍ରଶାସନ ପକ୍ଷରୁ କୁହାଗଲା ଯେ ଅପରାଧୀ ଓ ଅପରାଧ ଅର୍ଜିତ ସମ୍ପତି ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

ଏତେ ସବୁ ଘଟଣା ପରେ ମଧ୍ୟ ସୂର୍ଯ୍ୟା ର ପରିବାର ସନ୍ତୁଷ୍ଟ ନୁହନ୍ତି ଏବଂ ସେ ଫେରାର ଥିବା ଅଭିଯୁକ୍ତ ଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି କରିଛନ୍ତି l

Govt
Leave A Reply