Odisha news

ସିଜ ଫାୟାର କୁ ଇରାନ ର ୭ ଦଫା ଦାବି

0

ଡୋନାଲଡ ଟ୍ରମ୍ପ ଇରାନ ରେ ସିଜ ଫାୟାର କରିବା ପାଇଁ ୧୫ ଟି ସର୍ତ୍ତ ରଖିଥିଲେ, ବର୍ତମାନ ଆମେରିକାକୁ ଜବାବ ଦେଇ ଇରାନ ମଧ୍ୟ ନିଜ ଡିମାଣ୍ଡ ର ଲମ୍ବା ଲିଷ୍ଟ ଜାରି କରିଦେଇଛି, ଆମେରିକା ନିକଟରେ ଇରାନ ୭ଟି ସର୍ତ୍ତ ରଖିଛି, ଏହି ୭ଟି ସର୍ତ୍ତରେ ଉପକୂଳବର୍ତ୍ତୀ ଦେଶରୁ ଆମେରିକା ନିଜ ଏୟାର ବେଶ ହଟାଇବାରୁ ନେଇ ବାର୍ଷିକ କ୍ଷତିପୂରଣ ସାମିଲ ରହିଛି l

ନିକଟରେ ଇରାନୀ ସୈନ୍ୟ ପ୍ରବକ୍ତା ଇବ୍ରାହୀମ ଜୋଲଫାକରି ଆମେରିକାର ମଜାକ ଉଡାଇ କହିଥିଲେ ଯେ ‘ଆମେରିକା ନିଜେ ନିଜ ସହିତ କଥାବାର୍ତା କରୁଛି, କଣ ସ୍ଥିତି ଏଭଳି ହୋଇଗଲାଣି ଯେ ଆମେରିକା ନିଜେ ନିଜ ସହିତ କଥାବାର୍ତା ଚଳାଇଛି ‘ l

ସିଜ ଫାୟାର ପାଇଁ କଣ ୭ଟି ଦାବି ରଖିଛି ଇରାନ ?
– ସିଜ ଫାୟାର ପାଇଁ ଇରାନ ଆମେରିକା ନିକଟରୁ କ୍ଷତି ହୋଇଥିବା ଧନ ସମ୍ପତି ର କ୍ଷତି ପୂରଣ ମାଗିଛି l
– ଆମେରିକା ଉପକୂଳବର୍ତ୍ତୀ ଦେଶରୁ ନିଜର ଏୟାର ବେଶ ହଟାଉ l
– ହିଜବୂଲା ବିରୁଦ୍ଧରେ ଇସ୍ରାଏଲ କରୁଥିବା କାର୍ଯ୍ୟାନୁଷ୍ଠାନ ବନ୍ଦ ହେବା ଜରୁରୀ ବୋଲି ଦାବି କରିଛି l
– ଇରାନ କହିଛି ଯେ ଏଭଳି ଗୋଟିଏ ନିୟମ କରାଯାଉ ସ୍ଟ୍ରେଟ ଅଫ ହୋର୍ମୁଜ ଦେଇ ଯାଉଥିବା ଜାହାଜ ଗୁଡିକ ନିକଟରୁ ସିଧା ସଳଖ ଟ୍ୟାକ୍ସ ଅସୁଲ କରାଯିବ l
– ଇରାନ ଚାହୁଁଚି ଯେ ହୋର୍ମୁଜ ର ନିୟନ୍ତ୍ରଣ ତା ନିକଟରେ ରହୁ l
– ଇରାନ ଗ୍ୟାରେଣ୍ଟି ମାଗିଛି ଯେ ଆମେରିକା ଯେପରି ବ୍ୟବିଷ୍ୟତ ରେ ଆକ୍ରମଣ ନକରେ l
– ଇରାନ ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧ ହଟାଯାଉ l

ଆମେରିକା ଇରାନ ସମୁଖରେ ୧୫ ଟି ସର୍ତ୍ତ ରଖିଛି, ଯେଉଁଥିରେ ରହିଛି ଇରାନ ଵାଲେଷ୍ଟୀକ ମିଶଇଳ କାର୍ଯ୍ୟକ୍ରମ ପାଞ୍ଚବର୍ଷ ପାଇଁ ବନ୍ଦ କରିବ, ଏବଂ ଇରାନ ଇଜ୍ବୁଲା , ହାମାସ ଓ ଇରାକି ମିଲିସିୟା ଭଳି ଆତଙ୍କବାଦୀ ସଂଗଠନ କୁ  ଫଣ୍ଡିଙ୍ଗ ବନ୍ଦ କରିବ, ନିୟୁକ୍ଳିଅର ପାୱାର ଉପରେ ଇରାନ ଯେଉଁ କାର୍ଯ୍ୟ କରୁଛି ଅନ୍ତରାଷ୍ଟ୍ରୀୟ ପରମାଣୁ ଉର୍ଜା ଏଜେନ୍ସି ତା ଉପରେ ନଜର ରଖିବ l

Leave A Reply