ବାଲିଗୁଡା ,ତା, ୧୭/୦୩ (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର କରାଳ ରୂପ ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ଓ କୁଆପଥର ପଡ଼ିବାରୁ ଅନେକ ଆଜବେଷ୍ଟସ ଛପର ଘର ଭାଙ୍ଗି ନଷ୍ଟ ହୋଇଥିବା ଜଣାପଡିଛି। ହଠାତ ପବନ ବହିବା ସହିତ ପ୍ରବଳ ବର୍ଷା ଓ କୁଆପଥର ପଡ଼ିଥିଲା । ଏତେ କୁଆପଥର ବୃଷ୍ଟି ହୋଇଥିଲା ଯେ ବେଶ୍ କିଛି ସମୟ ପର୍ଯ୍ୟନ୍ତ ପୂରା ଅଞ୍ଚଳ କାଶ୍ମୀରର ଭ୍ରମ ସୃଷ୍ଟି କରିଥିଲା ଏହି କିଛି ଦିନ ପୂର୍ବରୁ ଜି. ଉଦୟଗିରି ଠାରେ ମଧ୍ୟ ଏହି ଭଳି କୁଆ ପଥର ବର୍ଷୀଥିଲା।ଏହା ହେଉଛି ଦାରିଙ୍ଗବାଡ଼ି ରେ ଚଳିତ ବର୍ଷର ପ୍ରଥମ କୁଆପଥର ବର୍ଷା ।କାଳବୈଶାଖୀ ଝଡ଼ରେ ପ୍ରଥମ କୁଆପଥର ବର୍ଷା ହୋଇ ରାସ୍ତା ସହ ଚାରିଆଡ ଭର୍ତ୍ତି ହୋଇଯାଇଥିଲା। କାଳବୈଶାଖୀ ସମୟରେ ପ୍ରବଳ ପବନ ସହ ବର୍ଷା ହୋଇ କୁଆପଥର ପଡ଼ିଥିଲା ।