ବର୍ତମାନ ସାରା ବିଶ୍ୱରେ ଯୁଧର ବିଭୀଷିକା , ଗୋଟିଏ ପଟରେ ଦୀର୍ଘ ଦିନରୁ ରୁଷ- ଯୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ , ଆଉ ଗୋଟିଏ ପଟରେ ଆମେରିକା ଓ ଇସ୍ରାଏଲ ଙ୍କ ମିଳିତ ଆକ୍ରମଣ ରେ ଇରାନ ଧ୍ବଂସ ସ୍ତୁପ ପାଲଟିବାକୁ ବସିଛି l ଯାହା ମଧ୍ୟ – ପୂର୍ବ ର ଅନେକ ଦେଶ କୁ ଯୁଦ୍ଧ ର ନିଆଁରେ ଝାସ ଦେଇଛି l
ଏବଂ ଠିକ ଏହି ସମୟ ରେ ପୂର୍ବ ଏସିଆ ରେ ମଧ୍ୟ ଯୁଦ୍ଧ ପାଦ ଥାପିବାକୁ ବସିଛି l ମିଳିଥିବା ତାଜା ସୂଚନା ଅନୁସାରେ ଶନିବାର ଦିନ ଉତ୍ତର କୋରିଆ ନିଜ ପୂର୍ବ ତଟ ରୁ ସମୁଦ୍ର ମଧ୍ୟକୁ ଅନେକ ଗୁଡିଏ ବାଲେଶ୍ଟିକ ମିସାଇଲ ଉତ୍କ୍ଷେପଣ କରିଛି l ଯାହାର ସୂଚନା ଦକ୍ଷୀଣ କୋରିଆ ଓ ଜାପାନ ନିକଟ ରୁ ମିଳିଛି l ଏହି ଘଟଣା ପରେ କ୍ଷେତ୍ରୀୟ ସୁରକ୍ଷା କୁ ନେଇ ଜାପାନ ଚିନ୍ତା ପ୍ରକାଶ କରିଛନ୍ତି l
ଦକ୍ଷିଣ କୋରିଆ ସେନା ଓ ଯାପାନି ସେନା ଙ୍କ ସୂଚନା ଅନୁସାରେ ଉତ୍ତର କୋରିଆ ପାଖାପାଖି ୧୦ ଟି ବାଲେଶ୍ଟିକ ମିସାଇଲ ଉତ୍କ୍ଷେପଣ କରିଛି l ମିଳିଥିବା ସୂଚନା ଅନୁଯାୟୀ ମିସାଇଲ ଗୁଡିକୁ ଜାପାନ ସାଗର ଆଡକୁ ଉତ୍କ୍ଷେପଣ କରାଯାଇଛି l ଯାହାକୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସାଧାରଣ ଭାବରେ ପୂର୍ବ ସାଗର କହି ଥାଆନ୍ତି l
ଦକ୍ଷିଣ କୋରିଆ ସୈନ୍ୟ. ପ୍ରଶାସନ ଦ୍ୱାରା କୁହାଯାଇଛି ଯେ ଏହା ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ତୃତୀୟ ବାଲେଶ୍ଟିକ ମିସାଇଲ ଉତ୍କ୍ଷେପଣ ଅଟେ l ମିସାଇଲ ପରୀକ୍ଷଣ ପରେ ଦକ୍ଷିଣ କୋରିଆ ଓ ଜାପାନ ସତର୍କ ହୋଇ ଯାଇଛନ୍ତି l
ମିସାଇଲ ପରୀକ୍ଷଣ ପରେ ଜାପାନ ମଧ୍ୟ ସତର୍କ ହୋଇ ଯାଇଛି l ଜାପାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରୁ ସୋସିଆଲ ମିଡିଆ x ହ୍ୟାଣ୍ଡେଲ୍ ରେ କୁହାଯାଇଛି ଯେ ଉତ୍ତର କୋରିଆ ପକ୍ଷରୁ ମିସାଇଲ ପରୀକ୍ଷଣ କୁ ନେଇ ଜାପାନ ସତର୍କ ରହିଛି l ଏହି ମିସାଇଲ ପରୀକ୍ଷଣ ଏଭଳି ସମୟ ରେ ହୋଇଛି ଯେତେବେଳେ ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ଭାବରେ ବାର୍ଷିକ ଯୁଦ୍ଧ ଅଭ୍ୟାସ କରୁଛନ୍ତି l ଏହି ଯୁଦ୍ଧ ଅଭ୍ୟାସ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ ଓ ଏଥିରେ ଉଭୟ ଦେଶ ର ହଜାର ହଜାର ସୈନ୍ୟ ଯୋଗ ଦେଇ ଥାଆନ୍ତି l କିନ୍ତୁ ଉତ୍ତର କୋରିଆ ଅନେକ ବର୍ଷରୁ ଏହି ଯୁଦ୍ଧ ଅଭ୍ୟାସ କୁ ବିରୋଧ କରି ଆସୁଛି l