Odisha news

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ‘ଏସେନସିଆଲ କମୋଡିଟି ଆକ୍ଟ 1955 ‘ ଲାଗୁ , କାମର୍ସିୟାଲ ସିଲିଣ୍ଡର ସପ୍ଲାଏ ଉପରେ ପଡିଲା ପ୍ରଭାବ  

0

କେନ୍ଦ୍ର ସରକାର ଙ୍କ ପକ୍ଷରୁ ଦେଶରେ  ‘ଏସେନସିଆଲ କମୋଡିଟି ଆକ୍ଟ 1955 ‘ ଲାଗୁ କରିଦିଆଯାଇଛି l ହାର୍ମୁଜ ଜଳମାର୍ଗ ରାସ୍ତାରେ ହେଉଥିବା ଗ୍ୟାସ ସପ୍ଲାଏ ବନ୍ଦ ହେବାପରେ ଏହି ପଦକ୍ଷେପ ନିଆଯାଇଛି l ଗ୍ୟାସ ଅସୁବିଧାକୁ ଦେଖି ଦିଲ୍ଲୀ ମଧ୍ୟପ୍ରଦେଶ ମହାରାଷ୍ଟ୍ର,ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ସମେତ ଅନେକ ରାଜ୍ୟ ର କାମର୍ସିୟାଲ ଗ୍ୟାସ ସପ୍ଲାଏ ଉପରେ ରୋକ ଲାଗିଛି l

ଏହି ରୋକ କାରଣରୁ ରେଷ୍ଟରାଣ୍ଟ ଓ ହୋଟେଲ ଗୁଡିକ ବନ୍ଦ ହେବାକୁ ବସିଲାଣି, ବିହାର ରେ ଗ୍ୟାସ ଅସୁବିଧା ସମସ୍ୟା ମଧ୍ୟରେ ଉପଭୋକ୍ତା ମାନଙ୍କ ମଧ୍ୟରେ ପାନୀକ ବୁକିଂ ଆରମ୍ଭ ହୋଇଯାଇଛି l ଗ୍ୟାସ ଏଜେନ୍ସି ଗୁଡିକ ସମୁଖରେ ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ଼ ଲାଗି ରହୁଛି l ଲୋକେ ଖାଲି ସିଲିଣ୍ଡର ନେଇ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଠିଆ ହେଉଛନ୍ତି l ଉପଭୋକ୍ତା ମାନେ ଅଭିଯୋଗ କରିଛନ୍ତି ଯେ ଅନଲାଇନ ବୁକିଂ ସତ୍ୱେ ସେମାନଙ୍କୁ ଗ୍ୟାସ ମିଳୁନାହିଁ l ଆମେରିକା ଇରାନ ଯୁଦ୍ଧ ପରେ ଗ୍ୟାସ ଅସୁବିଧା ଦେଖିବାକୁ ମିଳୁଛି ଓ ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ହୋଇ ଯାଇଛି l

‘ଏସେନସିଆଲ କମୋଡିଟି ଆକ୍ଟ କଣ ?
‘ଏସେନସିଆଲ କମୋଡିଟି ଆକ୍ଟ 1955 ର ଗୋଟିଏ ଏଭଳି ନିୟମ, ଯାହା ସରକାରଙ୍କୁ ଏଭଳି ଶକ୍ତି ଦେଇଥାଏ କି ସେ ଯେ କୌଣସି ଜରୁରୀ ଜିନିଷ ଯେପରିକି ଖାଦ୍ୟ-ଶସ୍ୟ, ଖାଇବା ତେଲ, ଔଷଧ କିମ୍ବା ଇନ୍ଧନ ସପ୍ଲାଏ ମୂଲ୍ୟ କୁ କଣ୍ଟ୍ରୋଲ କରିପାରିବେ l ଯେତେବେଳେ ଦେଶରେ କୌଣସି ଜିନିଷ ର ଅଭାବ ଅସୁବିଧା ଦେଖାଯାଇ ଥାଏ କିମ୍ବା କୌଣସି ବସ୍ତୁ ର ମୂଲ୍ୟ ଅଧିକ ବୃଦ୍ଧି ହୋଇଯାଇଥାଏ , ସେହି ସମୟରେ ସରକାର  ‘ଏସେନସିଆଲ କମୋଡିଟି ଆକ୍ଟ 1955 ‘ ଲଗାଇ ଥାଆନ୍ତି, ଏହି ନିୟମ ଅନୁସାରେ ବ୍ୟବସାୟୀ ମାନଙ୍କ ପାଇଁ ଗୋଟିଏ ଷ୍ଟକ ଲିମିଟ ସ୍ଥିର କରାଯାଏ , ସେମାନେ ଆବଶ୍ୟକତା ଠାରୁ ଅଧିକ ଜିନିଷ ଗୋଦାମ ରେ ରଖି ପାରିବେ ନାହିଁ l

ଏହି ଅସୁବିଧାରୁ ଦୁରେଇ ରହିବl ପାଇଁ ସରକାର ୪ ସୂତ୍ରୀ ନିୟମ ଲାଗୁ କରିଛନ୍ତି l ତାହା ହେଲା –

= ଦେଶର ସଙ୍କଟ କୁ ଦେଖି ପେଟ୍ରୋଲିୟମ ମନ୍ତ୍ରଣାଳୟ ୩ଟି ତେଲ କମ୍ପାନୀ ର କାର୍ଯ୍ୟକାରୀ ନିର୍ଦେଶକ ଙ୍କର ଗୋଟିଏ ହାଇ ଲେବୁଲ କମିଟି ଗଢ଼ିଛନ୍ତି l ଯିଏକି ସପ୍ଲାଏ ର ସମୀକ୍ଷା କରିବେ l

= ଗ୍ୟାସ ର ସପ୍ଲାଏ କୁ ରୋକିବା ପାଇଁ ଦେଶରେ  ‘ଏସେନସିଆଲ କମୋଡିଟି ଆକ୍ଟ 1955 ‘ ଲାଗୁ ହୋଇଛି କେନ୍ଦ୍ର ସରକାର ଙ୍କ ପକ୍ଷରୁ l

= ଘରୋଇ ସିଲିଣ୍ଡର ର ବୁକିଂ ର ନିୟମ ରେ ପରିବର୍ତ୍ତନ ହୋଇଛି ଓ ଉପଭୋକ୍ତା ଗୋଟିଏ ସିଲିଣ୍ଡର ଡେଲିଭରି ହେବାର ୨୫ ଦିନ ପରେ ଆୟୁବ  ଗୋଟିଏ ସିଲିଣ୍ଡର ବୁକିଂ କରିବେ l

= ସରକାର ଙ୍କ ପକ୍ଷରୁ ଅଏଲ ରିଫାଇନାରୀ କମ୍ପାନୀ ଗୁଡିକୁ ଏଲପିଜି ଉତ୍ପାଦନ ବଢାଇବା ପାଇଁ ନିର୍ଦେଶ ଦିଆଯାଇଛି l ଏହାଛଡା କଳାବଜାରୀ ରୋକିବା ପାଇଁ ଡେଲିଭରି ଏଜେଣ୍ଟ ଓଟିପି ଓ ବାୟୋମେଟ୍ରିକ ଭେରିଫିକେସନ ନିହାତି କରିବେ l

ଇଣ୍ଡିଆନ ଅଏଲ ର ମୁଖ୍ୟ ପ୍ରବନ୍ଧକ କହିଛନ୍ତି ଯେ ଗ୍ରାହକ ମାନେ ଭୟ କରନ୍ତୁ ନାହିଁ l ଖୁବ ଶୀଘ୍ର ସ୍ଥିତିରେ ସୁଧାର ଆସିବ l

Leave A Reply