Odisha news

ଭାରତ – ଆମେରିକା ଟ୍ରେଡ ଡିଲ ରେ ଆସିବ କି ରୁଷ ସହିତ ସମ୍ପର୍କ ରେ ଫାଟ

0

ଅଚାନକ ନଇଁଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ , ହ୍ରାସ କଲେ ଟାରିଫ୍
କଣ ରହିଛି ଏହା ପଛର ଉଦେଶ୍ୟ , ମୋଦି ସରକାର ଫସିଗଲେ କି ଟ୍ରମ୍ପ ଙ୍କ ଚାଲ ରେ , ନା ରହିଛି କିଛି ମହତ ଉଦେଶ୍ୟ ?

ଏମିତି କିଛି କଳ୍ପନା ଜଳ୍ପନା ମଧ୍ୟରେ ଭାରତ ଉପରେ ଲାଗିଥିବା ଟାରିଫ କୁ ନେଇ ବୁଦ୍ଧି ଜୀବୀ ମହଲ ରେ ହୋଇଛି ଅନେକ ଆଲୋଚନା l ଫେବୃଆରୀ ୨ ତାରିଖ ହଠାତ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା ଯେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରୁ ୨୫ ପ୍ରତିଶତ ଟାରିଫ କୁ ହ୍ରାସ କରି ୧୮ ପ୍ରତିଶତ କରିଛନ୍ତି , ଯାହାର ସୂଚନା ଡୋନାଲଡ ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ଦେଇଥିଲେ l

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ ଟ୍ରମ୍ପ ଭାରତ ଉପରେ ଚାପ ପକାଇବା ପାଇଁ ଟାରିଫ ର ବୋଝ ଲଦି ଦେଇଥିଲେ ସେ ଅଚାନକ ଏଭଳି ନଇଁ ଯାଇଥିଲେ କାହିଁକି ? ଏହା ପଛରେ କଣ ରହିଛି କାରଣ ?

ଭାରତ-ଆମେରିକା ମଧ୍ୟରେ ଟ୍ରେଡ ଡିଲ କୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା , କିନ୍ତୁ କୌଣସି ନିଷ୍କର୍ସ ବାହାରିପାରୁ ନଥିଲା , ଆମେରିକା ସର୍ତ ରଖିଥିଲା ଯଦି ଭାରତ ଟ୍ରେଡ ଡିଲ ଚାହୁଁଚି ତେବେ ରୁଷ ନିକଟରୁ କଞ୍ଚା ତେଲ କିଣିବା ବନ୍ଦ କରିବ l

ବର୍ତମାନ ଟ୍ରମ୍ପ ଦାବି କରିଛନ୍ତି ଯେ ଭାରତ ରୁଷ ନିକଟରୁ କଞ୍ଚା ତେଲ କିଣିବ ନାହିଁ ବୋଲି ରାଜି ହୋଇଛି , କିନ୍ତୁ ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ ଙ୍କ ନିଷ୍ପତି କୁ ସ୍ୱାଗତ କରିଥିଲେ ସୁଧା ରୁଷ ମାମଲାରେ ଚୁପ ରହିଛନ୍ତି l

କିନ୍ତୁ ଏହା ପଛର ବଡ଼ କାରଣ ହେଉଛି EU ଭାରତ ଟ୍ରେଡ ଡିଲ ଅଟେ , ଇଉରପିୟ ସଙ୍ଘ ଓ ଭାରତ ମଧ୍ୟରେ ହୋଇଥିବା ଟ୍ରେଡ ଡିଲ ବର୍ତମାନ ବଡ଼ କାରଣ ହୋଇଛି l ଭାରତ ଓ ଇଉରପିୟ ସଙ୍ଘ ମଧ୍ୟରେ ଫ୍ରି ଟ୍ରେଡ ଏଗ୍ରିମେଣ୍ଟ କୁ ନେଇ ଟ୍ରମ୍ପ ଙ୍କ ମୁଣ୍ଡ ଖରାପ ହୋଇଛି ଯାହାକୁ ନେଇ ଏଭଳି ନିଷ୍ପତି ନେଇଛନ୍ତି ଟ୍ରମ୍ପ l

ଏହି ଭୟରେ ଟ୍ରମ୍ପ ହେଲେ ଚିନ୍ତିତ , ଚିନ୍ତା କଲେ ତାଙ୍କ ହାତରୁ ଖସି ଯିବ କି ଭାରତ ? ଟ୍ରେଡ ଡିଲ ର ଠିକ ପୂର୍ବରୁ ଆମେରିକାର ନୂଆ ରାଜ ଦୂତ ସର୍ଜିଆ ଗୋର ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ ଯେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହିତ ଟେଲି ଫୋନ ଯୋଗେ କଥା ହୋଇଛନ୍ତି l

କିନ୍ତୁ ଆମେରିକା ପାଇଁ ଏହା ଗୋଟିଏ ଟ୍ରେଡ ନୁହେଁ , ବରଂ ଗୋଟିଏ ରାଜନୀତି ଓ ଉର୍ଜା ନୀତି ର ମାମଲା , ଆମେରିକା ଚାହୁଁଚି ଭାରତ ଭେନେଜୁଏଲା ନିକଟରୁ ତେଲ କିଣୁ l ଯାହାଦ୍ୱାରା ରୁଷ ଦୁର୍ବଳ ଅର୍ଥନୀତି ଦେଇ ଗତି କରିବ ଏବଂ ରୁଷ ଯୁକ୍ରେନ ଯୁଦ୍ଧ ର ସମାପ୍ତି ହେବ , କିନ୍ତୁ ଆଗକୁ ଦେଖିବାକୁ ରହିଲା କଣ ଟ୍ରମ୍ପ ଙ୍କ ଟ୍ରେଡ ଡିଲ ରେ ରୁଷ ଭାରତ ସମ୍ପର୍କ ରେ ହେବକି ଫାଟ ?

Leave A Reply