ଗୌତମ ଗମ୍ଭୀର କୋଚ ହେବାପରେ ଭାରତୀୟ କ୍ରିକେଟ ଦଳ ସହିତ ଏଭଳି କିଛି ଘଟିଛି, ଯାହା ପୂର୍ବରୁ କେବେ ହୋଇନଥିଲା, ନିୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତର ଦୁର୍ବଳ ପ୍ରଦର୍ଶନ, ଘରୋଇ ଟେଷ୍ଟ ରେ ସବୁଠୁ କମ ସ୍କୋର, ଟେଷ୍ଟ ରେ ସବୁଠୁ ବଡ଼ ପରାଜୟ, ୨୭ ବର୍ଷ ମଧ୍ୟରେ ଶ୍ରୀଲଙ୍କା ନିକଟରୁ ଏକଦିବସୀୟ ସିରିଜ ପରାଜିତ ଇତ୍ୟାଦି ସାମିଲ ରହିଛି, ତଥାପି ଗମ୍ଭୀର ଙ୍କ କୋଚିଂ ରେ ଭାରତ ଅନେକ ଇତିହାସ ରଚିଛି, ଏସିଆ କପ ଓ ଚମ୍ପିଆନ୍ସ ଟ୍ରଫି ମଧ୍ୟ ହାସଲ କରିଛି l
କିନ୍ତୁ ଆଲୋଚକ ଭାରତୀୟ ଦଳର ପ୍ରତ୍ୟେକ ପରାଜୟ ପରେ ଗମ୍ଭୀର ଙ୍କୁ ଆକ୍ଷେପ କରି ଆଲୋଚନା କରିଛନ୍ତି, ଏପରିକି ଲୋକେ ତାଙ୍କୁ କୋଚ ପଦବୀ ରୁ ହଟାଇବାର ଦାବି ମଧ୍ୟ କରିଛନ୍ତି, କିଛି ଉଡା ଖବର ଆସିଥିଲା ଯେ ଟି-20 ବିଶ୍ୱକପ ୨୦୨୬ ପରେ ଗମ୍ଭୀର ଙ୍କୁ କୋଚ ପଦବୀ ରୁ ହଟାଇ ଦିଆଯିବ l କିନ୍ତୁ ଏହି ଖବର କୁ ବିସିସିଆଇ ସଚିବ ଦେବଜୀତ ସାଇକିଆ ଖାରଜ କରିଛନ୍ତି l
ଷ୍ଟାର ସ୍ପୋର୍ଟ୍ସ ସହିତ ଗୋଟିଏ ସାକ୍ଷାତକାର ରେ ଦେବଜୀତ କହିଛନ୍ତି ଯେ ” ଲୋକମାନେ ନିଜ ରାୟ ରଖିବାର ସମ୍ପୂର୍ଣ ଅଧିକାର ରଖିଛନ୍ତି, କିନ୍ତୁ ବିସିସିଆଇ ନିକଟରେ ଏହି ମାମଲାରେ ନିଷ୍ପତି ନେବାକୁ ଅନେକ ଉପଯୁକ୍ତ ବ୍ୟକ୍ତି ଅଛନ୍ତି l ସେ କହିଛନ୍ତି ୧୪୦ କୋଟି ଜନସାଧାରଣ ବିଶିଷ୍ଟ ଦେଶରେ ପ୍ରତ୍ୟେକ ବ୍ୟକ୍ତି ନିଜକୁ କ୍ରିକେଟ ଏକ୍ସପର୍ଟ ଭାବି ଥାଆନ୍ତି, ସମସ୍ତଙ୍କ ମତ ଅଲଗା ଅଲଗା ରହିଛି, ଭାରତ ଗୋଟିଏ ଲୋକତନ୍ତ୍ରିକ ଦେଶ, ମିଡ଼ିଆ ସମେତ ସମସ୍ତେ ନିଜ ନିଜର ମତ ଦେବାରେ ସ୍ୱତନ୍ତ୍ର ଅଧିକାର ରଖିଛନ୍ତି, କିନ୍ତୁ ସତ୍ୟତା ଏହାକି ବୋର୍ଡ ନିକଟରେ ଗୋଟିଏ କ୍ରିକେଟ ସମର୍ପିତ ସମିତି ରହିଛି, ଯେଉଁଥିରେ ପୂର୍ବ କ୍ରିକେଟର୍ସ ସାମିଲ ରହିଛନ୍ତି, ସେମାନେ ହିଁ ନିଷ୍ପତି ନିଅନ୍ତି, ଚୟନ କରିବା ପାଇଁ ଆମ ନିକଟରେ ୫ଜଣ ସିଲେକ୍ଟର୍ସ ରହିଛନ୍ତି, ତେଣୁ ଶେଷ ନିଷ୍ପତି ସେହିମାନେ ହିଁ ନିଅନ୍ତି l ”
ଟି 20 ବିଶ୍ୱକପ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଭାରତ-ଶ୍ରୀଲଙ୍କା ମିଳିତ ଭାବରେ କରୁଛନ୍ତି, ସମୁଦାୟ ୨୦ ଟି ଦଳ ଏଥିରେ ଖେଳିବେ, ଯାହାକୁ ୫ -୫ଟି କରି ୪ଟି ଗୃପ ରେ ଭାଗ କରାଯାଇଛି l