ମହାରାଷ୍ଟ୍ର ର ପୁଣେ ଜିଲ୍ଲା ରେ ଗୁରୁବାର ଦିନ ବାରାମତି ସ୍ଥିତ ବିଦ୍ୟା ପ୍ରତିଷ୍ଠାନ ରେ ନେସନାଲିଷ୍ଟ କଂଗ୍ରେସ ପାର୍ଟି ର ଚିଫ ଓ ମହାରାଷ୍ଟ୍ର ସରକାରର ଡେପୁଟି ଚିଫ ମିନିଷ୍ଟାର ଅଜିତ ପାୱାର ପଞ୍ଚତତ୍ତ୍ୱ ରେ ଲୀନ ହୋଇଛନ୍ତ, ବୁଧବାର ଜାନୁଆରୀ ୨୮ ତାରିଖରେ ବରାମତି ବିମାନ ବାଣ୍ଡର ନିକଟରେ ରନୱେ ମାତ୍ର ୨୦୦ ମିଟର ଦୂରତାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ୫ଜଣ ଙ୍କର ମୃତ୍ୟୁ ହୋଇଥିଲା, ଅଜିତ ଙ୍କର ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନର ସହିତ କରାଯାଇଥିଲା l
ଅନ୍ତିମ ସଂସ୍କାର ସମୟ ରେ ଅଜିତ ଦାଦା ଅମର ରହେ ଧ୍ୱନିରେ ପ୍ରକମ୍ପଟ ହୋଇଥିଲା, ଅଜିତ ଙ୍କୁ ତାଙ୍କର ୨ପୁଅ ପାର୍ଥ ଓ ଜୟ ମୁଖାଗ୍ନି ଦେଇଥିଲେ, ଅନ୍ତିମ ସଂସ୍କାର ସମାରୋହ ରେ ଗୃହ ମନ୍ତ୍ରୀ ଅମିତ ସାହା , କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡ଼କରୀ, ବିଜେପି ମୁଖ୍ୟ ନୀତିନ ନବୀନ , ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ , ଡେପୁଟି ଚିଫ ମିନିଷ୍ଟାର ଏକନାଥ ସିନ୍ଧେ, MNS ମୁଖ୍ୟ ରାଜ ଠାକରେ ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l
ଦାଦା ନାମରେ ପ୍ରସିଧ ଥିବା ଅଜିତ ପାୱାର ୬୬ ବର୍ଷରେ ନିଧନ ହୋଇଥିଲା, ଏହି କ୍ଷତି କେବଳ ମହାରାଷ୍ଟ୍ର ରାଜନୀତିରେ ନୁହେଁ ଏହା ଦେଶର ଗୋଟିଏ ବଡ଼ କ୍ଷତି ବୋଲି ନିତିନ ନବୀନ କହିଛନ୍ତି l ଅଜିତ ପାୱାର ଙ୍କ ଚାଚା ଓ NCP ର ସଂସ୍ଥାପକ ଶରତ ପାୱାର କହିଛନ୍ତି ଏହା ncp ର ଗୋଟିଏ ବଡ଼ ଶୂନ୍ୟସ୍ଥାନ, ଏହା କେବଳ ଗୋଟିଏ ଦୁର୍ଘଟଣା ଥିଲା ଏହାକୁ ରାଜନୈତିକ ରଙ୍ଗରେ ରଙ୍ଗୀନ କରାଯିବା ଉଚିତ ନୁହେଁ l