ଜାନୁଆରୀ ୨୨ , ୨୦୨୬ ଓଡିଶା ସରକାର ନେଲେ ବଡ଼ ନିଷ୍ପତି, ଓଡିଶା ହେବ ତମ୍ବାଖୁ ମୁକ୍ତ, ଓଡ଼ିଶାରେ ବ୍ୟାନ ହେବ ବିଡି, ସିଗାରେଟ, ଗୁଟଖା , ତମ୍ବାଖୁ, ଖଇନି ଓ ଜର୍ଦା ସମେତ ସମସ୍ତ ପଦାର୍ଥ ଉପରେ ବ୍ୟାନ ଲଗାଇ ଦିଆଯିବ, ଏହି ଜିନ୍ସ ଗୁଡିକର ପ୍ରଡକ୍ସନ, ପ୍ୟାକେଜିଙ୍ଗ, ଡିଷ୍ଟ୍ରିବ୍ୟୁସନ ଓ ରାଜ୍ୟରେ ବିକ୍ରୀକୁ ନେଇ ପ୍ରତିବନ୍ଧ ଲଗାଇ ଦିଆଯାଇଛି l ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ର ଅଧିସୂଚନା ଜାରି କରି ନୂଆ ନିୟମ ଲାଗୁ କରିଛନ୍ତି l
ଗୁଟଖା , ପାନ ମସଲା, ଜର୍ଦା, ଖଇନି ସମସ୍ତ ପ୍ରକାରର ସୁଗନ୍ଧିତ ପାନ ମସଲା ସହିତ ପାନ ମସଲାରେ ବ୍ୟବହୃତ ହେଉଥିବା ବିଭିନ୍ନ ଫ୍ଲେଭର ଉପରେ ମଧ୍ୟ ବ୍ୟାନ ଲାଗିଛି l କିଛିଟା ଏଭଳି ପ୍ରଡକ୍ସନ ରହିଛି ଯେଉଁଥିରେ ନିକୋଟୀନ ରହିଛି ଯାହା ଉପରେ ରାଜ୍ୟ ସରକାର ବ୍ୟାନ ଲଗାଇଛନ୍ତି l
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଜର୍ଦା, ଖଇନି , ଗୁଟଖା ଓ ତମ୍ବାଖୁ ସେବନ କ୍ୟାନ୍ସର ର ବଡ଼ କାରଣ ହୋଇଛି, ଏହା ବ୍ୟତୀତ ପାନ ମସଲା, ପାନ, ଗୁଆ, ଧୂଆଁ ପତ୍ର ଭଳି ଉତ୍ପାଦନ ସ୍ୱାସ୍ଥ୍ୟ ପାଇଁ ହାନିକାରକ l
ଏହିସବୁ ପ୍ରଡକ୍ସନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଇଣ୍ଟରନେଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନ୍ସର ଓ WHO ର ମତ ଅନୁସାରେ ଏହିସବୁ ଜିନିଷ କ୍ୟାନ୍ସର ଉତ୍ପାଦନକାରୀ ଅଟେ, ଏହିସବୁ ଜିନିଷ ପାଟି, ଗଳା , ପେଟ, କିଡ୍ନୀ, ଫୁସଫୁସ ଭଳି କ୍ୟାନ୍ସର ର ବିପଦ ବଢୁଛି l ଓଡିଶା ରେ ୪୨ ପ୍ରତିଶତ ରୁ ଉର୍ଧ୍ଵ ବ୍ୟକ୍ତି ଶ୍ମୋକ ଲେସ ତମ୍ବାଖୁ ବ୍ୟବହାର କରି ଥାଆନ୍ତି l ବିଶେଷ ଭାବରେ ଆଜିର ଯୁବପିଢ଼ି ଓ ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି l
ଏହି ନିଷ୍ପତି ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ ଓ ଫୁଡ FSSAI ର ନିୟମ ଅନୁସାରେ ହେଲଥ ଏଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟ ର ପ୍ରତିବନ୍ଧ ର ନୋଟିସ ଜନସାଧାରଣ ଙ୍କ ସଚେତନତା ପାଇଁ ଦିଆଯାଇଛି l