Odisha news

ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ

ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ଆଇନ୍ ସମ୍ପର୍କରେ ସଚେତନ

0

ଭୁବନେଶ୍ୱର ତା-୧୯ .୦୯ .୨୦୨୨ : ଖୋର୍ଦ୍ଧା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ,ଭୁବନେଶ୍ୱର ପକ୍ଷରୁ ସ୍ଥାନୀୟ ଶ୍ରୀକ୍ରୀଷ୍ଣ ଆନନ୍ଦ ବରିଷ୍ଠ ନାଗରିକ ଆଶ୍ରୟସ୍ଥଳୀ , ନୂଆଁଗାଁ ଠାରେବରିଷ୍ଠ ନାଗରିକ ଦିବସ ପାଳିତପାଳିତ ହୋଇଯାଇଛି । ଶନିବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ପ୍ରାଧୀକରଣଙ୍କ ସଚିବ ତଥା ବିଚାର ବିଭାଗୀୟ ଅଧିକାରୀ ଶ୍ରୀମତୀ ସୌଦାମିନୀ ସିଂଙ୍କ ସମେତ ଡା. ରୁନିପ୍ରଭା ସାହୁ, କ୍ୟାପିଟାଲ ହସ୍ପିଟାଲଫିଜିଓ ଥେରାପିଷ୍ଟ, ଡାକ୍ତର ଇପ୍ସିତା ମହାପାତ୍ର,ଆଦିତ୍ୟ କେୟାର ହସ୍ପିଟାଲ କୋଭିଡ୍ ବିଶେଷଜ୍ଞ ଡାକ୍ତର ସତ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଉକ୍ତ ବୃଦ୍ଧାଶ୍ରମକୁ ଗସ୍ତ କରି ଅନ୍ତେବାସୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବରିଷ୍ଠ ନାଗରିକ ଦିବସ ପାଳନ କରିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସଚେତନ କରିଥିଲେ । ଆଇନରେ ସେମାନଙ୍କ ପାଇଁ ଥିବା ବିଧି, ବ୍ୟବସ୍ଥା ଓ ଏହାର ଉପକାରିତା ସଂପର୍କରେ ସୂଚନା ଦେବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଆଇନ୍ ର ସୁବିଧା ନେବା ସମ୍ପର୍କରେ ବ୍ୟାପକ ଆଲୋଚନା କରିଥିଲେ । ସଚିବ ଶ୍ରୀମତୀ ସୌଦାମିନୀ ସିଂ ଭରଣପୋଷଣ ଆଇନ୍, ବରିଷ୍ଠ ନାଗରିକମାନଙ୍କର ସୁରକ୍ଷା, ଯତ୍ନ, ଉନ୍ନତି, ମାସିକ ପେନ୍ସନ ସଂପର୍କିତ ବହୁ ଉପାଦେୟ ତଥ୍ୟ ପ୍ରଦାନ କରି ବରିଷ୍ଠ ନାଗରିକ ଦିବସ ଅବସରରେ ସମସ୍ତଙ୍କର ସୁଖ, ସମୃଦ୍ଧି ଏବଂ ଉନ୍ନତି କାମନା କରିଥିଲେ । ଏହି ଅବସରରେ ପ୍ରାଧୀକରଣଙ୍କ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଉକ୍ତ ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିଲା । ଶେଷରେ ସଚିବ ଶ୍ରୀ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply