ଭୁବନେଶ୍ୱର : ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଚଳିତ ଆର୍ଥିକ ବର୍ଷ 2025-26ର ପ୍ରଥମ ତିନି ତ୍ରୈମାସିକରେ ପଣ୍ୟ ପରିବହନ ଏବଂ ଟ୍ରାଫିକ୍ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ ରେକର୍ଡ କରିଛି ଯାହା ନିରନ୍ତର ଅଭିବୃଦ୍ଧି, ଅଧିକ ୱାଗନ୍ ବ୍ୟବହାର ଏବଂ ବର୍ଦ୍ଧିତ କାର୍ଯ୍ୟକ୍ଷମତାକୁ ପ୍ରତିଫଳିତ କରୁଅଛି ।
2025 ଏପ୍ରିଲରୁ ଡିସେମ୍ବର ସମୟ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ 130.36 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ 119.56 ନିୟୁତ ଟନ୍ ପଣ୍ୟ ପରିବହନ ତୁଳନାରେ 9% ବୃଦ୍ଧି କରି ଗତ ବର୍ଷ ତୁଳନାରେ 10.80 ନିୟୁତ ଟନ୍ ଅଧିକ ପଣ୍ୟ ବୋଝେଇ କରିପାରିଛି ।
ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ସମୁଦାୟ 209.97 ନିୟୁତ ଟନ୍ ପଣ୍ୟ ପରିବହନ କରି ପୂର୍ବ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ପଣ୍ୟ ପରିବହନ 188.64 ନିୟୁତ ଟନ୍ ତୁଳନାରେ 11.3% ପ୍ରଭାବଶାଳୀ ଅଭିବୃଦ୍ଧି ହାସଲ କରିଛି ଯାହା ଅତିରିକ୍ତ 21.33 ନିୟୁତ ଟନ୍ ଅଧିକ ବୋଝେଇ ହାସଲ କରିଛି ।
କେବଳ ଡିସେମ୍ବର 2025 ରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ 15.23 ନିୟୁତ ଟନ୍ ପଣ୍ୟ ପରିବହନ କରିଥିଲା ଯାହା ଡିସେମ୍ବର 2024 ର ପଣ୍ୟ ପରିବହନ 14.73 ନିୟୁତ ଟନ୍ ବୋଝେଇ ତୁଳନାରେ 3% ବୃଦ୍ଧି ପାଇଛି । ସେହିପରି, କେବଳ ଡିସେମ୍ବର ମାସରେ ପୂର୍ବ ତଟ ରେଳପଥ ପୂର୍ବ ଆର୍ଥିକ ବର୍ଷ ପଣ୍ୟ ବୋଝେଇ 23.27 ନିୟୁତ ଟନ୍ ତୁଳନାରେ 25.25 ନିୟୁତ ଟନ୍ ପଣ୍ୟ ପରିବହନ କରି 9% ଅଭିବୃଦ୍ଧି ଆଣିପାରିଛି ।
ଏପ୍ରିଲ ରୁ ଡିସେମ୍ବର 2025 ସମୟ ମଧ୍ୟରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପ୍ରତିଦିନ ହାରାହାରି 7068 ୱାଗନ୍ ବ୍ୟବହାର କରିଥିଲା ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ 6596 ୱାଗନ୍ ବ୍ୟବହାର ଠାରୁ 7% ଅଧିକ ଅଟେ । ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ପ୍ରତିଦିନ ହାରାହାରି 11,389 ୱାଗନ୍ ବ୍ୟବହାର କରିଥିଲା ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ 10415 ୱାଗନ୍ ବ୍ୟବହାର ଠାରୁ 9% ଅଭିବୃଦ୍ଧି କରିପାରିଛି ।
କେବଳ ଡିସେମ୍ବର 2025 ରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପ୍ରତିଦିନ ହାରାହାରି 7,331 ୱାଗନ୍ ବ୍ୟବହାର ହାସଲ କରି ଡିସେମ୍ବର 2024 ରେ ହାରାହାରି ଦୈନିକ 7,088 ୱାଗନ୍ ବ୍ୟବହାର ତୁଳନାରେ 3% ବୃଦ୍ଧି ଆଣିପାରିଛି । ଏହି ମାସରେ ପୂର୍ବତଟ ରେଳପଥ ଦୈନିକ ହାରାହାରି 12,112 ୱାଗନ୍ ବ୍ୟବହାର କରି ଗତ ଆର୍ଥିକ ବର୍ଷର ସମାନ ସମୟ ମଧ୍ୟରେ ୱାଗନ୍ ବ୍ୟବହାର 11250 ତୁଳନାରେ 8% ଅଭିବୃଦ୍ଧି ପଞ୍ଜିକରଣ କରିଅଛି ।
ଏହି ସମୟ ମଧ୍ୟରେ ପୂର୍ବତଟ ରେଳପଥ ବିଭିନ୍ନ ସାମଗ୍ରୀରେ ଯଥେଷ୍ଟ ପଣ୍ୟ ପରିବହନ ରେକର୍ଡ କରିଅଛି ଯାହା ମୁଖ୍ୟତଃ ଶିଳ୍ପ ଏବଂ ଅତ୍ୟାବଶ୍ୟକୀୟ ଯୋଗାଣକୁ ସମର୍ଥନ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଲ୍ଲେଖ କରିଅଛି । ପଣ୍ୟ ବୋଝେଇରେ 117.83 ନିୟୁତ ଟନ୍ କୋଇଲା, ଷ୍ଟିଲ୍ ପ୍ଲାଣ୍ଟ ପାଇଁ 7.89 ନିୟୁତ ଟନ୍ କଞ୍ଚାମାଲ, 19.76 ନିୟୁତ ଟନ୍ ଲୁହା ଏବଂ ଇସ୍ପାତ, 27.51 ନିୟୁତ ଟନ୍ ଲୁହା ପଥର, 0.75 ନିୟୁତ ଟନ୍ ସିମେଣ୍ଟ, 2.43 ନିୟୁତ ଟନ୍ ଖାଦ୍ୟଶସ୍ୟ, 7.22 ନିୟୁତ ଟନ୍ ସାର, 2.43 ନିୟୁତ ଟନ୍ ଖଣିଜ ତୈଳ ଏବଂ 4.03 ନିୟୁତ ଟନ୍ କଣ୍ଟେନରରେ ପରିବହନ ହେଉଥିବା ସାମଗ୍ରୀ ଅନ୍ତର୍ଭୁକ୍ତ ଅଟେ । ଏହା ବ୍ୟତୀତ, 20.13 ନିୟୁତ ଟନ୍ ଅନ୍ୟାନ୍ୟ ସାମଗ୍ରୀ ବୋଝେଇ କରାଯାଇଥିଲା ଯେଉଁଥିରେ ଇସ୍ପାତ କାରଖାନା ପାଇଁ କଞ୍ଚାମାଲ, ଆଲୁମିନା, ବକ୍ସାଇଟ୍, କଷ୍ଟିକ୍ ସୋଡା, ଜିପସମ୍, କ୍ୱାର୍ଟଜାଇଟ୍, ଫ୍ଲାଏ ଆସ୍, ମାଙ୍ଗାନିଜ୍ ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ ଯାହା ଶିଳ୍ପ ଅଭିବୃଦ୍ଧି ଏବଂ ଜାତୀୟ ଲଜିଷ୍ଟିକ୍ସରେ ପୂର୍ବତଟ ରେଳପଥର ଦୃଢ଼ ଅବଦାନକୁ ରେଖାଙ୍କିତ କରୁଅଛି ।
ପଣ୍ୟ ପରିବହନ, ୱାଗନ୍ ବ୍ୟବହାର ଏବଂ ରୋଜଗାରରେ ସ୍ଥିର ଅଭିବୃଦ୍ଧି ପଣ୍ୟ ପରିବହନ କାର୍ଯ୍ୟକୁ ବୃଦ୍ଧି କରିବା, ବନ୍ଦର-ରେଳ ସଂଯୋଗକୁ ସୁଦୃଢ଼ କରିବା ଏବଂ ଦେଶର ଲଜିଷ୍ଟିକ୍ସ ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ପାଇଁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରତିବଦ୍ଧତାକୁ ଗୁରୁତ୍ୱାରୋପ କରିଆସୁଅଛି ।
