ଭାରତୀୟ ମାନଙ୍କ ଠାରେ ଚା-କଫି ପିଇବାର ଅଭ୍ୟାସ ଖୁବ ପୁରୁଣା, ଏହି ଦୁଇଟି ପାନୀୟ ଆମର ଆଳସ୍ୟ ଦୂର କରିଥାଏ, ନିଦ ଦୂର କରେ, କିନ୍ତୁ ଏହା ଜାଣି ରଖନ୍ତୁ ଯେ କଫି କେବଳ ଆଳସ୍ୟ ଦୂର କରେନାହିଁ, ମୁଡ଼ ଠିକ କରିବାରେ ମଧ୍ୟ ସାହାଯ୍ୟ କରିଥାଏ, କିନ୍ତୁ ରିସର୍ଚ ରୁ ଜଣାପଡିଛି ଯେ କଫିକୁ ଉପଯୁକ୍ତ ସମୟରେ ପିଇବା ଜରୁରୀ l
ସକାଳ ସମୟରେ ଚା ପିଇବାର ଲାଭ –
ବାଇଲିଫେଲଡ଼ ୟୁନିଭର୍ସିଟି ଓ ୟୁନିଭର୍ସିଟି ଅଫ ବାରବିକ ର ବୈଜ୍ଞାନିକ ୨୩୬ ଜଣ ଯୁବକ ଙ୍କୁ ନେଇ ଗୋଟିଏ ଅଧ୍ୟୟନ କରିଥିଲେ, ଏହି ଗବେଷଣା ରେ ଜଣାପଡିଥିଲା ଯେ କଫି ସେବନ ମୁଡ଼ ଠିକ ରହିଥାଏ, ସକାଳୁ କଫି ସେବନ ଦ୍ୱାରା ଆକ୍ଟିଭ ଲାଗିଥାଏ, ଏବଂ ଏନରଜେଟୀକ ଲାଗିଥାଏ l
କାଫିନ କିପରି ପ୍ରଭାବଶାଳୀ ହୋଇଥାଏ –
କଫି ରେ କାଫିନ ରହିଥାଏ, ଯାହା ଆମ ବ୍ରେନ ରେ ଏ ଡେନୋସୀନ ରିସେପ୍ଟର କୁ ବ୍ଲକ କରିଥାଏ, ଯାହାଦ୍ୱାରା ନିଦ ଦୂର ହୋଇଥାଏ, ଏବଂ ଡୋପାମାଇନ ନାମକ ହାପି ହର୍ମୋନ ଆକ୍ଟିଭ ହୋଇଥାଏ, ଏହାଦ୍ୱାରା ବ୍ୟକ୍ତିର ମୁଡ଼ ଠିକ ହୋଇଯାଇଥାଏ, ଏବଂ ମେଣ୍ଟାଲ ଏନର୍ଜୀ ମିଳିଥାଏ, ତେଣୁ ସକାଳ କଫି ଶରୀର ପାଇଁ ଠିକ l
ରିସର୍ଚ୍ଚ ରିଏହା ମଧ୍ୟ ଜଣାପଡିଲା ଯେ କଫି ଦ୍ୱାରା ପ୍ରାୟ ସମସ୍ତଙ୍କ ମୁଡ଼ ଉପରେ ଠିକ ପ୍ରଭାବ ମିଳିଥାଏ, ଏହା ସେମାନଙ୍କ ଉପରେ ନିର୍ଭର କରିଥାଏ ଯେ ସେମାନେ କମ କଫି ପିଇବେ ନା ଅଧିକ କାଫିନ , ଯେଉଁ ବ୍ୟକ୍ତିମାନେ ଡିପ୍ରେସନ ରେ ଥିବେ ସେମାନଙ୍କ ଜୀବନ ଉପରେ କାଫିନ ପଜିଟିଭ ପ୍ରଭାବ ପଡିଥାଏ, ଏହି ରିସର୍ଚ୍ଚ ଅନୁସାରେ କାଫିନ ଦ୍ୱାରା କାହାର କ୍ଷତି ହୁଏନାହିଁ, ବରଂ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ l
ଅଧିକ ଡେରିରେ କାଫି ସେବନ କରିବା ଠିକ ନୁହେଁ , ଏହାକୁ ନିଦକୁ ପ୍ରଭାବିତ କରିଥାଏ, କଫି ସୀମିତ ମାତ୍ରାରେ ସେବନ କରିବା ସର୍ବଦା ଜରୁରୀ ଅଟେ l