Odisha news

ନିର୍ବାଚନ ଆୟୋଗ ନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କ ଦ୍ୱାରା ବିହାର ଓ 8ଟି ବିଧାନସଭା ଆସନର ଉପନିର୍ବାଚନ ପ୍ରକ୍ରିୟାର ନିରୀକ୍ଷଣ

ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାନ ସୁଯୋଗ, ଅବାଧ ଓ ନିରାପକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ଆୟୋଗଙ୍କ ଉଦ୍ଦେଶ୍ୟ

0

1. ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ, 2025 ଓ 8ଟି ବିଧାନସଭା ଆସନର ଉପନିର୍ବାଚନ ସୂଚୀ ଘୋଷଣା କରିଛି।

2. ଆୟୋଗ ଧାରା 324 ଓ 1951 ଜନପ୍ରତିନିଧି ଆଇନର ଧାରା 20B ଅନୁଯାୟୀ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେଙ୍କୁ ନିଯୁକ୍ତ କରିଛି, ଯେଉଁମାନେ ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ଭାବରେ ପରିଚାଳନା କରିବାରେ ଆୟୋଗକୁ ସବୁପ୍ରକାର ସାହାଯ୍ୟ କରିବେ।

3. ଆୟୋଗ ପ୍ରଥମ ପର୍ଯ୍ୟାୟ ପାଇଁ 121 ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ 18 ଜଣ ପୋଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ 122 ଜଣ ସାଧାରଣ ପର୍ଯ୍ୟବେକ୍ଷକ ଓ 20 ଜଣ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି । ଏହାସହ 8ଟି ବିଧାନସଭା ଆସନର ଉପନିର୍ବାଚନ ପାଇଁ 8 ଜଣ ସାଧାରଣ ଓ 8 ଜଣ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

4. ନିର୍ବାଚନ ମଣ୍ଡଳୀଗୁଡ଼ିକରେ ନିଯୁକ୍ତି ପାଇବା ପରେ, ପର୍ଯ୍ୟବେକ୍ଷକମାନେ ଦାୟିତ୍ୱ ପାଇଥିବା ନିର୍ବାଚନ ମଣ୍ଡଳୀର ପରିଦର୍ଶନ କରିଥିଲେ ଏବଂ ଏବେ ସେହି ନିର୍ବାଚନ ମଣ୍ଡଳୀରେ ଅଛନ୍ତି ।

5. ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ପ୍ରକ୍ରିୟାକୁ ନିକଟରୁ ଅନୁସରଣ କରି, ସ୍ୱଚ୍ଛ, ନିରପକ୍ଷ ଓ ପାରଦର୍ଶୀ ଭାବରେ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

6. ପର୍ଯ୍ୟବେକ୍ଷକମାନଙ୍କୁ ରାଜନୈତିକ ଦଳ, ପ୍ରାର୍ଥୀ ଓ ମତଦାତାଙ୍କ ପାଇଁ ସବୁବେଳେ ଉପଲବ୍ଧ ରହି, ତାଙ୍କ ଅଭିଯୋଗ ଓ ଅସୁବିଧାଗୁଡିକୁ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

7. ପର୍ଯ୍ୟବେକ୍ଷକମାନେ ମତଦାନ କେନ୍ଦ୍ରଗୁଡ଼ିକୁ ଭ୍ରମଣ କରି, ଆୟୋଗ ଦ୍ୱାରା ନିକଟରେ ନିଆଯାଇଥିବା ପଦକ୍ଷେପମାନଙ୍କ ସଠିକ କାର୍ଯ୍ୟାନ୍ୱୟନ ଓ ମତଦାତାଙ୍କ ସୁବିଧା ସୁନିଶ୍ଚିତ କରିବେ।

Ad2
Leave A Reply