Odisha news

ନିଶାସକ୍ତ ଯୁବକଙ୍କ ଆତ୍ମହତ୍ୟା

0

ଭୁବନେଶ୍ୱର,(ନି.ପ୍ର): ରାତିରେ ଦୁଇ ଭାଇ ମିଶି ଖାଇଲେ, ପରିବା ସହ ଗପସପ କଲେ । ସକାଳୁ ସକାଳୁ ପରିବାର ଲୋକେ ଦେଖିବାକୁ ପାଇଥିଲେ ଏକ ଅଭାବନୀୟ ଘଟଣା । ସିଡି ରୁମରେ କୁକୁର ସିଙ୍କୁଳିରେ ଝୁଲି ପଡିଥିଲେ ପ୍ରଶାନ୍ତ କୁମାର ପଟ୍ଟନାୟକ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା ଖଣ୍ଡଗିରି ଥାନା ଡୁମୁଡୁମା ପାଲାମଣ୍ଡପରେ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚô ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲା । ପରେ ମୃତ ଦେହକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପ୍ରଶାନ୍ତ ମୃତକୁ ନେଇ ପରିବାର ଲୋକେ କହିଛନ୍ତି ଯେ, ସେ ସବୁବେଳେ ପ୍ରବଳ ଡ୍ରଗ୍ସ ସେବନ କରନ୍ତି । ନିଶା ନ ଖାଇଲେ ତାର ହାତ ଥରୁଥିଲା । ରାତିରେ ଖିଆପିଆ ମଧ୍ୟ କଲା । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିଲା । ପ୍ରଶାନ୍ତ ମୃତୁ୍ୟକୁ ନେଇ ପୋଲିସ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ଖୋଳତାଡ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ନିକଟସ୍ଥ ଡୁମୁଡୁମା-ପାଲାମଣ୍ଡପ ୧୦୧୨ ପ୍ରଶାନ୍ତ କୁମାର ପଟ୍ଟନାୟକ(୪୩)ବିବାହ ନ କରି ପରିବାର ସହ ରହୁଥିଲେ । ପ୍ରଶାନ୍ତ ପ୍ରଚୁର ଡ୍ରଗ୍ସ ସେବନ କରିବା ଯୋଗୁଁ ପରିବାର ମଧ୍ୟରେ ବହୁ ଅଶାନ୍ତି ଲାଗି ରହୁଥିଲା । ତାଙ୍କର ମାନସିକ ସ୍ଥିତ ଭଲ ନଥିବାରୁ ଭିଣୋଇଙ୍କ ବିଲ୍ଡର୍ସ କାମରେ ତାଙ୍କୁ ନିୟୋଜିତ କରାଯାଇଥିଲା । ଗତ କିଛି ଦିନ ହେବ ପ୍ରଶାନ୍ତଙ୍କ ମାନସିକ ସ୍ଥିତ ଭଲ ନଥିଲା । ପୂର୍ବରୁ ସେ ଅନେକ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଗୁରୁବାର ବିଳମ୍ବିତ ରାତିରେ ସିଡି ଘରେ କୁକୁର ସିଙ୍କୁଳିରେ ସେ ଆତ୍ମହତ୍ୟା କରିଥିଲେ । ଶୁକ୍ରବାର ପରିବାର ଲୋକେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୋଲିସ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି ।

Ad2
Leave A Reply