ବ୍ରହ୍ମପୁର ମୀରା ବିହାର ଗୋଷାଣୀ ନୂଆଗାଁସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା : ସାଧୁଚରଣ ପଟ୍ଟନାୟକଙ୍କ ସ୍ମୃତିରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚିତ
ଭୁବନେଶ୍ୱର /ବ୍ରହ୍ମପୁର ତା-୧୯.୦୧.୨୦୨୧ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଗୋଷାଣୀ ନୂଆଗାଁ, ମୀରାବିହାର ଠାରେ ୧୯୭୫ ମସିହାରେ ସ୍ଥାପିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସାଧୁ ଚରଣ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ୱତନ୍ତ୍ର ଡାକ ଲଫାପା ଗତକାଲି ଅପରାହ୍ଣରେ ବ୍ରହ୍ମପୁର
ମୁଖ୍ୟ ଡାକଘର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ବିଦ୍ୟାଳୟ ଓ ଡାକ ବିଭାଗର ମିଳିତ ଆନୁକୂଲ୍ୟରେ ଏଠାରେ
ଆୟୋଜିତ ଏକ ଉତ୍ସବରେ ଓଡିଶା ଡାକ ପରିମଣ୍ଡଳ,ଭୁବନେଶ୍ୱରର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କହଁର ମୁଖ୍ୟ ଅତିଥି ଭାବେ
ଯୋଗଦେଇ ସ୍ୱତନ୍ତ୍ର ଡାକ ଲଫାଫାକୁ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଡାକ ମୁଖ୍ୟାଳୟର ତତ୍ୱାବଧାରକ
ଶ୍ରୀ ତାରିଣୀ ଚରଣ ପାଢୀ ଯୋଗଦେଇଥିବା ବେଳେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀ ଆଶିଷ କୁମାର ପାଠୀ,
ବର୍ତମାନର ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା ପଣ୍ଡା, ବିଦ୍ୟାଳୟର ସେକ୍ରେଟାରୀ ଶ୍ରୀ ଲଲାଟେନ୍ଦୁ ସାମନ୍ତ, ସାଉଥ୍ ଓଡିଶା ଫିଲାଟେଲିକ୍
ଆସୋସିଏସନର ସଭାପତି ଡଃ. ପ୍ରାଣଚାନ୍ଦ ପଣ୍ଡା ଓ ଅବସରପ୍ରାପ୍ତ ଭିଜିଲାନ୍ସ ମୁଖ୍ୟ(ଟେଲିକମ) ଶ୍ରୀ ପ୍ରଭାତ ଚନ୍ଦ୍ର ପଟ୍ଟନାୟକ
ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ତର୍ଜାତୀୟ ଫିଲାଟେଲିଷ୍ଟ ଶ୍ରୀ ବିଜୟ କୁମାର ବିଶ୍ୱାଳଙ୍କ ଉଦ୍ୟମରେ ଏହି ସ୍ୱତନ୍ତ୍ର ଲଫାପା
ଉନ୍ମୋଚନ କାର୍ଯ୍ୟ ସଂପାଦିତ ହୋଇଥିଲା । ଫିଲାଟେଲିଷ୍ଟ ଶ୍ରୀ କାଶୀନାଥ ସାହୁ ଓ ଶ୍ରୀ ମାନସ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ
ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଭାଗିରଥୀ ମହାପାତ୍ର ଓ ବିକାଶ ଚନ୍ଦ୍ର ପାଢୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ
ଥାଉକି, ସ୍ୱର୍ଗତ ସାଧୁଚରଣ ପଟ୍ଟନାୟକ ଜଣେ ଯୋଗୀ ପ୍ରତୀମ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ଭାବେ ସୁପରିଚିତ ଥିଲେ ।
ଶ୍ରୀମା-ଶ୍ରୀଅରବିନ୍ଦଙ୍କ ମହାନ୍ ଆଦର୍ଶ, ବାଣୀ ଓ ଚିନ୍ତାଧାରାର ପ୍ରଚାର ପ୍ରସାରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ
ଅଯୋଧ୍ୟା ଓ ବ୍ରହ୍ମପୁରଠାରେ ଶ୍ରୀ ଅରବିନ୍ଦଙ୍କ ପବିତ୍ର ସ୍ମୃତିଚିହ୍ନ କେନ୍ଦ୍ର (ଜରକ୍ଷସମ ଉରଦ୍ଭଗ୍ଧକ୍ସର) ସ୍ଥାପନ କରିବା ସହିତ ଏହି ସମୟ
ମଧ୍ୟରେ ସେ ଆଶ୍ରମର ନିଦେ୍ର୍ଦଶନାରେ ‘ମାତୃମନ୍ଦିର’, ଅରୋଭିଲ ଠାରେ ତାଙ୍କର ଇଂଜିନିୟରିଂ ଜ୍ଞାନକୋ÷ଶଳର ଶ୍ରମ ପ୍ରଦାନ
କରିଥିଲେ । ମାତ୍ର ୧୬ ବର୍ଷ ବୟସରୁ ଡାକ ଟିକଟ ସଂଗ୍ରହରେ ରୁଚି ରଖି ସେ ଜୀବନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଏହି କାର୍ଯ୍ୟ କରି
ଜଣେ ୮୦ ବର୍ଷର ଡାକ ଟିକଟ ସଂଗ୍ରାହକ (ଚଷସକ୍ଷବଗ୍ଧରକ୍ଷସଗ୍ଦଗ୍ଧ) ଭାବେ ପରିଚିତ ଥିବା ସହ ପଣ୍ଡିଚେରୀ ଆଶ୍ରମ ସ୍ଥିତ ଡାକ ଟିକଟ
ବିଭାଗ ସହିତ ଜଡିତ ଥିଲେ । ସେ ଶ୍ରୀମା-ଶ୍ରୀଅରବିନ୍ଦଙ୍କ ଆଦର୍ଶବାଦକୁ ଆଧାର କରି ଏକାଧିକ ପୁସ୍ତକ ମଧ୍ୟ ରଚନା କରିଥିଲେ ।
ତାଙ୍କର ଗତ ଅକ୍ଟୋବର ୨୦୨୦ରେ ପରଲୋକ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ମୂଳ ନିବାସୀ ଏହି ବହୁମୁଖୀ
ପ୍ରତିଭାଧରଙ୍କ ମହନୀୟ କୃତି ଓ ସ୍ମୃତିକୁ ପାଥେୟ କରି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର , ଗୋଷାଣି ନୂଆଗାଁ ତରଫରୁ ତାଙ୍କ ପ୍ରତି
ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇ ଏହି ସ୍ୱତନ୍ତ୍ର ଲଫାପା ପ୍ରକାଶିତ ହୋଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ, ବରିଷ୍ଠ
ନାଗରିକ, ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦେଇଥିଲେ । କୋଭିଡ୍ କଟକଣା ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା ।