Odisha news

ସଂପ୍ରସାରଣ ପ୍ରକଳ୍ପ ଗୁଡ଼ିକର କାର୍ୟ୍ୟ ସମାପ୍ତି ଉପରେ ନାଲକୋ ସିଏମଡିଙ୍କ ଗୁରୁତ୍ତ୍ଵ

0
ଭୁବନେଶ୍ଵର, ତା ୨୨।୦୫।୨୦୨୫।ଋଖ:କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ଼(ନାଲକୋ)ଆର୍ଥିକ ବର୍ଷ ୨୦୨୪-୨୫ରେ ଐତିହାସିକ ଆର୍ଥିକ ମାଇଲଖୁଣ୍ଟ ହାସଲ କରିଛି। ବ୍ୟବସାୟ କ୍ଷେତ୍ରରେ ଉତ୍କୃଷ୍ଟତା ଏବଂ ଅଭିବୃଦ୍ଧିର ଏକ ନୂତନ ଯୁଗର ପ୍ରାରମ୍ଭ ହୋଇଛି।ଏହି ଉଲ୍ଲେଖନୀୟ ସଫଳତା କମ୍ପାନୀର ସ୍ଥିରତା, କାର୍ୟ୍ୟକ୍ଷମ ଉତ୍କର୍ଷତା ଏବଂ ମୂଲ୍ୟବୋଧ ସୃଷ୍ଟିକୁ ସୂଚିତ କରୁଅଛି।
ଗତକାଲି ଘୋଷିତ ହୋଇଥିବା ଆର୍ଥିକ ଫଳାଫଳ ଅନୁଯାୟୀ, ନାଲକୋ ସର୍ବକାଳୀନ ସର୍ବାଧିକ୫,୩୨୫କୋଟି ଟଙ୍କାର ନିଟ୍ଲାଭ ରେକର୍ଡ କରି ଏକ ନୂତନ ଆର୍ଥିକ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ବିଗତ ଆର୍ଥିକ ବର୍ଷ ତୁଳନାରେ ୧୫୮ପ୍ରତିଶତ ଅଭିବୃଦ୍ଧି ଅଟେ ।କମ୍ପାନୀ ଆର୍ଥିକ ବର୍ଷ୨୦୨୪-୨୫ ଆରଇ ମଧ୍ୟ ସର୍ବକାଳିନ ସର୍ବାଧିକ ରେକର୍ଡ ସହ ୧୬,୭୮୮ କୋଟି ଟଙ୍କାର ମୋଟ ବ୍ୟବସାୟ କରିଛି
କର୍ମଚାରୀ ମାନଙ୍କୁ ସମ୍ବୋଧିତ କରିବା ଅବସରରେ, ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ କମ୍ପାନୀର ସୁସଂଗଠିତ କାର୍ୟ୍ୟ ପ୍ରଣାଳୀ, ଆର୍ଥିକ ସୁପରିଚାଳନା, କର୍ମଚାରୀଙ୍କ ପ୍ରତିବଦ୍ଧତା ଏବଂ ନାଲକୋର ରଣ ନୈତିକ କାର୍ୟ୍ୟ ପନ୍ଥା ସଫଳତାର ଭିତ୍ତି ବୋଲି କହିଥିଲେ ।ଏହି ଉଲ୍ଲେଖନୀୟ ସଫଳତା କେବଳ ନାଲକୋ ପାଇଁ ନୁହେଁ ବରଂ ପ୍ରତ୍ୟେକ କର୍ମଚାରୀ, ଅଂଶୀଦାର, ଖଣିମନ୍ତ୍ରଣାଳୟ, ଓ ଆମ ରାଜ୍ୟ ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ।
ଶ୍ରୀ ସିଂହ କହିଥିଲେ ଯେ, “ଆଲୁମିନା ଓ ଆଲୁମିନିୟମର ବଜାର ଦରରେ ବୃଦ୍ଧି କମ୍ପାନୀର ସଫଳତାକୁ ଆଗକୁ ନେବାରେ ସହାୟକ ହୋଇଛି, କିନ୍ତୁ ଦୀର୍ଘକାଳୀନ ସଫଳତା ନିମନ୍ତେ କାର୍ୟ୍ୟ କ୍ଷମତାରେ ଉତ୍କର୍ଷତା, ଏବଂ ଉଚ୍ଚ କାର୍ୟ୍ୟ ଦକ୍ଷତା ଗୁରୁତ୍ତ୍ୱ ପୂର୍ଣ୍ଣ ଅଟେ”। ସଂପ୍ରସାରଣ କାର୍ୟ୍ୟ ଗୁଡିକ ସଂପୂର୍ଣ୍ଣ କରିବା ନିମନ୍ତେ ସେ ଗୁରୁତ୍ତ୍ଵ ଦେବା ସହ ୫ମ ଷ୍ଟ୍ରିମ ରିଫାଇନେରୀ ସଂପ୍ରସାରଣ, ପୋଟାଙ୍ଗୀ ଖଣି କାର୍ୟ୍ୟକ୍ଷମ,ସ୍ମେଲ୍ଟର ପ୍ଳାଣ୍ଟ ତଥା କ୍ୟାପ୍ଟିଭ ପାୱାର ପ୍ଳାଣ୍ଟ ର ପ୍ରସ୍ତାବିତ ସଂପ୍ରସାରଣ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ବୋଲି ଦର୍ଶାଇଥିଲେ। ଏହି ପ୍ରକଳ୍ପ ଗୁଡିକ କାର୍ୟ୍ୟକ୍ଷମ ହୋଇପାରିଲେ ବିଶ୍ୱ ଆଲୁମିନିୟମ ବ୍ୟବସାୟ କ୍ଷେତ୍ରରେ ନାଲକୋର ସ୍ଥିତି ଆହୁରି ସୁଦୃଢ଼ ହୋଇପାରିବ ବୋଲି ସେ କହିଥିଲେ।
ଏହି ଅବସରରେ ନିର୍ଦ୍ଦେଶକ (ବାଣିଜ୍ୟିକ) ଶ୍ରୀ ସଦାଶିବ ସାମନ୍ତରାୟ,ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମା,ନିର୍ଦ୍ଦେଶକ (ପିଆଣ୍ଡଟି)ଶ୍ରୀ ଜଗଦୀଶ ଅରୋରା, ନିର୍ଦ୍ଦେଶକ (ମାନବ ସମ୍ବଳ) ଡ. ତାପସ କୁମାର ପଟ୍ଟନାୟକ ଏବଂ ମୁଖ୍ୟ ସତର୍କତା ଅଧିକାରୀ ଶ୍ରୀ ପ୍ରଣବଜ୍ୟୋତି  ନାଥ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ନିଜ ଅଭିଭାଷଣରେ କମ୍ପାନୀର କାର୍ୟ୍ୟ ଦକ୍ଷତା ଏବଂ ଉତ୍ପାଦକତାରେ ପ୍ରତିଯୋଗିତା ମୂଳକ ଧାରାବଜାୟ ରଖିବା ପାଇଁ ନାଲକୋ ପରିବାରକୁ ହୃଦୟର ସହିତ ଅଭି ନନ୍ଦନ ଜଣାଇଥିଲେ।
Leave A Reply