Odisha news

ଗାନ୍ଧୀ କଲେଜ ର ୬ ଜଣ ଛାତ୍ର ନୂଆପଡ଼ା ଜିଲ୍ଲା ଟପ୍ପର

0
ନୂଆପଡା -୨୨/୫ (ସୁରେନ୍ଦ୍ର ତିୱାରୀ) — ନୂଆପଡ଼ା ଜିଲ୍ଲା ରେ ଗାନ୍ଧୀ କଲେଜ୍‌ ଖରିଆର ଆଉଥରେ  ଜିଲ୍ଲାର ଶ୍ରେଷ୍ଠ କଲେଜ୍‌ ଭାବରେ ପରିଚିତି ହାସଲ କରିଛି। ଏହା ଲାଗାତାର ନବମ ଥର  ଜିଲ୍ଲା ରେ ଶ୍ରେଷ୍ଠତାର ମୁକୁଟ ଅଧିକାର କରିଛି, ଯାହା ଏହି କଲେଜ୍‌ର ଶିକ୍ଷାଗତ ମାନଦଣ୍ଡ ଓ ଶ୍ରେଷ୍ଠ ପରିଚାଳନା ପ୍ରଣାଳୀକୁ ପ୍ରମାଣିତ କରିଥାଏ। ଚଳିତ ବର୍ଷ  +2 ସିଏଚଏସସି ବିଜ୍ଞାନ ବିଭାଗର ଫଳାଫଳରେ ଏହି କଲେଜ୍‌ ନୂଆପଡା ଜିଲ୍ଲାର ଶୀର୍ଷ ୬ ଜଣ ଟପ୍ପର୍ ଛାତ୍ରଛାତ୍ରୀଙ୍କୁ ସଫାଲତା ପ୍ରଦାନ କରିଛି । ସେ ଛାତ୍ର ଛାତ୍ରୀ ମାନେ ହେଲେ ତାପେଶ୍ୱର ବାଗ (୮୯%), ସୌମ୍ୟ ରଞ୍ଜନ ମେହେର (୮୯%), ଲିପ୍ସା ରଣା (୮୮%), ଲିପ୍ସା ଗୌଡ (୮୮%), କରୁଣା ସାହୁ (୮୬%), ମେମରାଜ ମେହେର (୮୬%) । ସେମାନଙ୍କ ଅଭିନବ ପ୍ରଦର୍ଶନ ଓ ପାଠ ପ୍ରତି ସମର୍ପଣ କଲେଜର ଗରିମାକୁ ଆଉ ଏକ ନୂତନ ଉଚ୍ଚତାକୁ ନେଇଯାଇଛି। କଲେଜ୍‌ ର ପାସ୍ ହାର  ୧୦୦% ଶତପ୍ରତିଶତ ହୋଇ ଥିବା ବେଳେ  ମୋଟ ୧୪୨ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୧୦୯ ଜଣ ପ୍ରଥମ ବର୍ଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି  । ଏହି ସଫଳତାର ଅନ୍ୟ ଚମତ୍କାର ଦିଗ ହେଉଛି, ୨୬ ଜଣ ଛାତ୍ରଛାତ୍ରୀ ୮୦% ରୁ ଅଧିକ ଅଙ୍କ ଅର୍ଜନ କରିଛନ୍ତି, ଓ ୧୦ ଜଣ ଛାତ୍ରଛାତ୍ରୀ ୫୦୦ ରୁ ଅଧିକ ଅଙ୍କ ପାଇଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୫୦% ତାଙ୍କ ୧୦ମ ଶ୍ରେଣୀର ଫଳାଫଳ ଠାରୁ ଅଧିକ ମାର୍କ୍ସ ସହ ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ତାଙ୍କ ଉନ୍ନତିର ଦିଗରେ ଦୃଢ଼ ପଦକ୍ଷେପକୁ ଦର୍ଶାଏ। ଗାନ୍ଧୀ କଲେଜ୍‌ ଏହି ସଫଳତା ମାଧ୍ୟମରେ ନୁଆପଡା ଜିଲ୍ଲାରେ କେବଳ ଏକ ଶିକ୍ଷା ପ୍ରତିଷ୍ଠାନ ନୁହେଁ, ବରଂ ଏକ ଅନୁପ୍ରେରଣା ସ୍ତୋତ୍ର ଭାବରେ ଉଦୟ ହୋଇଛି, ଯାହା ଅନ୍ୟ କଲେଜ୍‌ମାନଙ୍କ ପାଇଁ ମାନକ ନିର୍ଦ୍ଧାରଣ କରୁଛି। ଅନ୍ୟ ଏକ ଖୁସି ର କଥା ହେଉଛି ଯେ ଗାନ୍ଧୀ କଲେଜ୍‌ ଲଗାତାର ୯ ବର୍ଷ ହେଲା +୨ ସିଏଚଏସଇ ରିଜଲ୍ଟ ରେ ନୂଆପଡା ଜିଲ୍ଲା ଟପ୍ପର ଦେଇ ଆସୁଛି ।
Nalco
Leave A Reply