Odisha news

ଅପରେସନ ସିନ୍ଦୁର ସଫଳାତା ରେ ପରାକ୍ରମ ଶୋଭା ଯାତ୍ରା                     

0

ନୂଆପଡ଼ା -୨୨/୫ ଆଜି ଭାରତୀୟ ଜନତା ପାର୍ଟି ନୂଆପଡ଼ା ର କଣାଭଏରା ମଣ୍ଡଳ ସଭାପତି ସୁନିଲ ସାହୁଙ୍କ ନେତୃତ୍ୱରେ ପରାକ୍ରମ ଶୋଭାଯାତ୍ରାରେ ବିଧାୟକ ପ୍ରାର୍ଥୀ ତଥା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି  ଅଭିନନ୍ଦନ ପଣ୍ଡାଙ୍କ ସହିତ ତୁଳସ ପଟେଲ୍, ଥାନ ସିଂ ଠାକୁର,ସଦାନନ୍ଦ ଯୋଶୀ, ଦୟାଲାଲ ସାହୁ, ଲକ୍କି ସାହୁ, ଭିକାରି ମାଝୀ, ଖେମରାଜ୍ ସାହୁ,ବଳରାମ ରାଉତ, ରୁପଧରର ସାହୁ, ନରେଶ ନାଏକ,ମୁରଲୀ ସାହୁ ପ୍ରମୁଖ ସହ ଶତାଧିକ ଦେଶ ପ୍ରେମୀ ଭାଇମାନେ ମୋଟରସାଇକେଲ ଶୋଭାଯାତ୍ରା ମାଧ୍ୟମରେ କଣାଭଏରା ମଣ୍ଡଳର ସମସ୍ତ ପଞ୍ଚାୟତରେ ପହଞ୍ଚି ସହିଦ ସ୍ମୃତି ସ୍ତମ୍ଭ ସାଲିହା ଗଡ ଠାରେ ଶୋଭା ଯାତ୍ରା ସମାପନ ହୋଇଥଲା। ଶୋଭା ଯାତ୍ରା କୁ ବିଭିନ୍ନ ସ୍ଥାନ ରେ ସ୍ଵାଗତ କରାଯାଇ ଥିଲା। ସ୍ଵତଃସ୍ଫର୍ତ୍ତ ଭାବରେ ଉପରୋକ୍ତ ପରାକ୍ରାମ୍ ଶୋଭା ଯାତ୍ରା ରେ ଦେଶ ପ୍ରେମୀ ଜନସାଧାରଣ ଯୋଗ ଦେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଳିଷ୍ଠ ନେତୃତ୍ବ ରେ ଆତଙ୍କବାଦ ବିରୁଦ୍ଧ ରେ ଅପରେସନ ସିନ୍ଦୁର ମଧ୍ୟମ ରେ ପାକିସ୍ତାନ କୁ ଭାରତୀୟ ସେନବାହିନୀ ର ଜୋରଦାର ଆକ୍ରମଣ ଦ୍ଵାରା କଡ଼ା ଜବାବ ଫଳ ରେ ବିଶ୍ଵ ଦରବାର ରେ ଭାରତ ର ନାମ ଗୁଞ୍ଜରିତ ହେଉ ଥିବା ଦେଶ ପ୍ରେମୀମାନେ ଗର୍ବ ରେ ପରିପ୍ରକାଶ କରୁଥିବା ଓ ବିଭିନ୍ନ ଦେଶ ଭକ୍ତି ସ୍ଲୋଗାନ ଦେଉ ଥିବା ଦୃଷ୍ଟି ଗୋଚର ହୋଇଥିଲା।

Nalco
Leave A Reply