ବାସୁଦେବପୁର(ସ.ବ୍ୟୁ.) କରୋନା ମହାମାରୀ ଭୂତାଣୁ କରାଳ ବିଷରେ ଜର୍ଜ୍ଜରିତ ସମଗ୍ର ବିଶ୍ୱରେ ଭୂତାଣୁ ସଂକ୍ରମଣ ଯେତିକି ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା ସେତିକି ବଢିବାରେ ଲାଗିଛି । ସେଥିପାଇଁ ସରକାର ଲକ୍ ଡାଉନ୍ ଓ ସଡ୍ ଡାଉନ କରି ସଂକ୍ରମଣକୁ ରୋକିବା ପାଇଁ କୋଠର ପଦକ୍ଷେପ ନେଉଛନ୍ତି । ଏବେ ଲକ୍ ଡାଉନ୍ ସମୟରେ ବାଇକ୍ ଧରି ଯୁବକମାନେ ଖାମଖିଆଲି ଭାବେ ବାଇକ୍ ଧରି ପଦଊନାରେ ବୁଲୁଥିବାରୁ ସରକାର ବାଇକ୍ ଧରି ବୁଲୁଥିବା ବ୍ୟକ୍ତିଙ୍କ ଉପରେ ରୋକ୍ ଲଗାଇଛନ୍ତି । ବିନା କାରଣରେ ବୁଲୁଥିବାର ଧରାପଡିଲେ ୨ ହଜାର ଓ ଚାରି ଚକିଆ ୫ ହଜାର ଟଙ୍କା ଜରିମାନା କରିବାର ବ୍ୟବସ୍ଥା କରାଯାଇଛି । ଆଜି ବାସୁଦେବପୁର କାଳୀ ମନ୍ଦିର ଛକରେ ବାଇକ୍ ଯାଞ୍ଚ ଚାଲିଥିବା ବେଳେ ମନ୍ଦାରୀ ଗ୍ରାମର ଅଭୟ କୁମାର ମଲ୍ଲିକ ନାମକ ଯୁବକ ଧରାପଡି ଅଟକାଉଥିବା ପୋଲିସ ଓ ଉପସ୍ଥିତ ମାଜିଷ୍ଟ୍ରେଟ ବିଶ୍ୱନାଥ ବିଶ୍ୱାଳଙ୍କୁ ଗାଳିଗୁଲଜ କରିବା ସହିତ ମାଡ ମାରିବା ପାଇଁ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିଥିଲେ । ବାସୁଦେବପୁର ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରି ଅଭୟକୁ ଥାନାରେ ଅଟକ ରଖାଯାଇଛି । ବାସୁଦେବପୁର ତହସିଲିଦାର ସୌମ୍ୟଶ୍ରୀ ପାଣିଗ୍ରାହୀ,ଅତିରିକ୍ତ ତହସିଲିଦାର ବିଶ୍ୱନାଥ ବିଶ୍ୱାଳ ଓ ପୋଲିସ ସହାୟତାରେ ବାସୁଦେବପୁର ଥାନା ଅଞ୍ଚଳରେ ବାଇକ୍ ଯାଞ୍ଚ କରି ୭ ଗୋଟି ବାଇକ୍,ନାୟକାଣୀଡିହି ଥାନା ଅଞ୍ଚଳରେ ୧୦ ଗୋଟି ବାଇକ୍,ଚୂଡାମଣୀ ସାମୁଦ୍ରିକ ଥାନା ଅଞ୍ଚଳରେ ୮ ଗୋଟି ବାଇକ୍,କସିଆ ସାମୁଦ୍ରିକ ଥାନା ଅଞ୍ଚଳର ୧୩ ଗୋଟି ବାଇକ୍ ଜବଦ ହୋଇଛି । ଜବଦ ହୋଇଥିବା ବାଇକ୍ ଚାଳକମାନଙ୍କ ଠାରୁ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହିି ଚଢାଉରେ ବାସୁଦେବପୁର ଆଇଆଇସି ମଧୁମିତା ମହାନ୍ତି,ନାୟକାଣୀଡିହି ଥାନାର ଆଇଆଇସି ଉମାଶଙ୍କର ନାୟକ,କସିଆ ସାମୁଦ୍ରିକ ଥାନାର ଆଇଆଇସି ବିଜୟ କୁମାର ମୁର୍ମୁ ଓ ଚୂଡାମଣୀ ସାମୁଦ୍ରିକ ଥାନାର ଅଧିକାରୀ ମହମ୍ମଦ ହାପିଜ୍ ବାଇକ୍ ଚଢାଉରେ ସାମିଲ୍ ହୋଇଥିଲେ । ପ୍ରଶାସନର ଏପରି ଉଦ୍ୟମକୁ କେତେକ ନାପସନ୍ଦ କରିଥିବା ବେଳେ କେତେକ ସ୍ୱାଗତ କରିଛନ୍ତି । ଅଯଥା ପଦାକୁ ବାଇକ୍ ଆଣି ବେପାରୁଆ ଭାବେ ବୁଲୁଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉତ୍ତମ ପଦକ୍ଷେପ ନେଇଛନ୍ତି । କିନ୍ତୁ ପ୍ରଶାସନ ଦିନକ ଆଗରୁ ଡାକବାଜି ଯନ୍ତ୍ରରେ ପ୍ରଚାର ନକରି ଟିଭି,ଟୁଇଟର,ଫସବୁକ୍ରେ ଆଦି ଡିଜିଟାଲ ଦୁନିଆରେ ପ୍ରଚାର ପ୍ରସାର କରିବାକୁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି ।