କୋଣାର୍କ : ଭୟଙ୍କର ମହାମାରୀ କରନା ର ପ୍ରତିରୋଧ ପାଇଁ ସାରା ଦେଶ କୁ 21 ଦିନ ପଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଛି। ଯାହାର ପ୍ରବାହ କୋଣାର୍କରେ ଅନୁଭୁତ ହୋଇଛି। ଲକଡା଼ଉନ ହେବା ଦ୍ଵାରା ଅଞ୍ଚଳରେ ଦୋକାନ ବଜାର ବନ୍ଧ ରହିଛି । କେବଳ ଅତ୍ୟାବଶ୍ୟକ ଦୋକାନ କୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଦୋକାନରେ ତାଲା ଝୁଲୁଛି । ଲୋକମାନେ ନିଜ ନିଜ ଘରେ ରହୁଛନ୍ତି।କୋଣାର୍କ ଏ ନ ଏ ସି ର ଅଧିକାରୀ ଶ୍ରୀ ଏ,ମ ଶ୍ରୀ ନିବାସ ଓ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ନିଜର ଟିମ ସହ ରହି ଅଂଚଳବାସୀଙ୍କୁ କରନା ସଚେତନ ବାତ୍ତା ଦେବା ସହ ଘରୁ ନବାହାରିବାକୁ ନିବେଦନ କରୁଛନ୍ତି । ଏବ ଯେଉଁ ଅମାନିଆ ଯୁବଗୋଷ୍ଠି ଗାଡି ଧରି ରାସ୍ତାରେ ବୁଲୁ ଛନ୍ତି ସେମାନଙ୍କୁ କୋଣାର୍କ ପୋଲିସ ଅଟକାଇ ଜୋରି ମାନା ଆଦାୟ କରିବା ସହ ଗାଡି କୁ ଥାନାକୁ ନେଉଛି। ମୋଟାମୋଟି ଭାବେ କହିବାକୁ ଗଲେ କରନା ଯୋଗୁଁ ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ପୁରା ନିସବ୍ବ ଓ ରାସ୍ତା ଘାଟ ଜନଶୁନ୍ୟ ହୋଇପଡିଛି।
,