ଆଗରପଡ଼ା : କରୋନା ପାଇଁ ଲକଡ଼ାଉନ ଆଇନକୁ କଡ଼ାକଡ଼ି କରାଯାଇଛି । ଅତି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ଓ ଯାନବାହାନ ନଚଳାଇବାକୁ ନିୟମ ରହିଛି । ମାତ୍ର ଏହାକୁ ଅମାନ୍ୟ କରିଥିବା ·ଳକଙ୍କ ଠାରୁ ୨୩ ହଜାର ଟଙ୍କା ଫାଇନ ଆଦାୟ ହେବାସହ ୨୧ଟି ବାଇକକୁ ବନ୍ତ ଓ ଆଗରପଡ଼ା ପୁଲିସ ଜବତ କରିଥିବାର ଥାନା ସୂତ୍ରରୁ ଜଣାଯାଇଛି । ବନ୍ତ ତହସିଲଦାର ଇନ୍ଦିରା ସାହୁ, ଅତିରିକ୍ତ ତହସିଲଦାର ବିନୀତା କିସ୍କୁ, ବନ୍ତ ଓ ଆଗରପଡ଼ା ଥାନାଧିକାରିଣୀ ମୀନା ବିନ୍ଧାଣି, ସୁକାନ୍ତି କେରେଇ ପ୍ରମୁଖ ଉଭୟ ଥାନାର ପୁଲିସ କର୍ମ·ରୀମାନଙ୍କ ସହ ଆଜି ବିଭିନ୍ନ ସ୍ଥାନରେ ଅତର୍କିତ ତନଖି କରିଥିଲେ । ଆଗରପଡ଼ା ବଜାର ଅଞ୍ଚଳରୁ କରୋନା କଟକଣା କୁ ନମାନି ଗାଡ଼ି ଚଳାଉଥିବା ଅମାନିଆ ·ଳକଙ୍କ ଠାରୁ ୧୭ ହଜାର ଟଙ୍କା ଫାଇନ ଆଦାୟ କରିବା ସହ ୧୫ ଗୋଟି ବାଇକକୁ ପୁଲିସ ଜବତ କରିଛି । ଅନ୍ୟ କେତେକ ବାଇକ ·ଳକଙ୍କୁ ପୁଲିସ ଛାଡ଼ି ଦେଇଛି । ସେହିପରି ବନ୍ତ ଥାନା ପକ୍ଷରୁ ୧୧ ଗୋଟି ବାଇକକୁ ଥାନାକୁ ଅଣାଯାଇଥିଲା । ସେଥିମଧ୍ୟରୁ ୬ ଗୋଟି ବାଇକ ·ଳକଙ୍କ ଠାରୁ ୬ ହଜାର ଟଙ୍କା ଆଦାୟ କରାଯାଇଛି । ଏଠାରେ ଜରୁରୀ କାର୍ଯ୍ୟରେ ଆସିଥିବା ବାଇକ ·ଳକମାନେ ଆବଶ୍ୟକୀୟ କାଗଜପତ୍ର ଦେଖାଇ ଛାଡ଼ ପାଇଥିଲେ । ଲକଡ଼ାଉନ ହେବାପର ଠାରୁ ଲୋକମାନେ କ୍ରମଶଃ ସଚେତନ ହେଉଥିବାର ଲକ୍ଷ୍ୟ କରାଯାଉଛି । ତହସିଲଦାର, ଅତିରିକ୍ତ ତହସିଲଦାର, ୨ଗୋଟି ଥାନା ଓ କେନ୍ଦୁଆପଦା ଫାଣ୍ଡିର ପୁଲିସ କର୍ମ·ରୀମାନେ ଲକଡ଼ାଉନ ନିୟମକୁ କଡ଼ାକଡ଼ି ପାଳନ କରୁଥିବାର ପରିଲକ୍ଷିତ ହୋଇଛି ।