ବାସୁଦେବପୁର (Ramakanta dangua): ମହାମାରୀ କୋରନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଚାରିଆଡେ ସଡ୍ ଡାଉନ୍ ଚାଲିଥିବା ବେଳେ ବାସୁଦେବପୁର ବ୍ଲକର ଏଡତାଳ ମେଙ୍କି ଛକ ନିକଟରୁ ୫୦ ଲିଟର ଚୋରା କିରୋସିନ୍ ବେପାରୀ ଓ ବାଇକ୍ ପୋଲିସ ଜବଦ କରିଛି । କମଳାକାନ୍ତ ଦାସ ନାମକ ଚୋରା କିରୋସିନ୍ ବେପାରୀ ଆଜି କାଳନ୍ଦୀ ବାରିକ ନାମକ ରିଟେଲରଙ୍କ ଠାରୁ ୫୦ ଲଇଟର କିରୋସିନ ୪୫ ଟଙ୍କା ମୂଲ୍ୟରେ କିଣି ନେଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ମେଙ୍କି ଛକରେ ଅଟକାଇ ଦେଇଥିଲେ । ଏହି ସମୟରେ ଅନ୍ୟ ଏକ ପିକ୍ଅପ୍ରେ ବୋଝେଇ ହୋଇ ଚୋରା କିରୋସିନ୍ ଯାଉଥିବା ବେଳେ ଲୋକମାନେ ଅଟକାଇବା ବେଳେ ସାଇଟ୍ ମାରି ଚାଲିଯାଇଥିଲା ।
ଅଟକ ଥିବା କମଳାକାନ୍ତକୁ ପଚରା ଉଚରା କରିବା ପରେ ସେ କହିଥିଲେ ଏଡତାଳର କାଳନ୍ଦି ବାରିକଙ୍କ ଠାରୁ କିରୋସିନ୍ କିଣି ଆଣିଛନ୍ତି । ଖବର ପାଇ ପୋଲିସ ପହଞ୍ଚିବା ପୂର୍ବରୁ କମଳା ଦୌଡି ଚମ୍ପଟ ମାରିଥିଲା । ପୋଲିସ କିରୋସିନ ଓ ବାଇକ୍ ନେଇ ପଳାଇ ଯାଇଥିଲା । ସ୍ଥାନୀୟ ଗ୍ରାମବାସୀମାନେ ଚୋରା ବେପାରୀଙ୍କ ପଛରେ ଦୌଡି କାବୁ କରିଥିଲେ । ପୋଲିସକୁ ପୁନଶ୍ଚ ଖବର ଦେଇଥିଲେ । ପୋଲିସ ଆସିବା ପୂର୍ବରୁ ପାଣି ବିଲରେ ପସିିକମଳା ଦୌଡିବାକୁ ଲାଗିଲା । ପଛରେ ଯୁବକମାନେ ଦୌଡି ପାଣି ବିଲରେ କାବୁ କରିଥିଲେ । ବାସୁଦେବପୁର ପୋଲିସ ପହଞ୍ଚି ଥାନାକୁ ଆଣି ଅଟକ ରଖିଛନ୍ତି । ତେବେ ଗରିବ ଲୋକଙ୍କ କିରୋସିନ୍ ତେଲ କାଟି ଚୋରାରେ ବିକ୍ରି କରୁଥିବା ରିଟ୍ଲେର ଉପରେ କାର୍ଯ୍ୟାନୁଷ୍ଠାନ ହେବ ନା ଯୋଗାଣ ବିଭାଗ ଚୁପ୍ ହୋଇ ବସି ରହିବ ।