ବାସୁଦେବପୁର(ramakanyta dangua) : ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ କରାଯାଇଛି କଟକଣା । ହେଲେ ବାସୁଦେବପୁର ପ୍ରଶାସନ ହାତ ଟେକି ଦେଲା । ଖୋଲମ ଖୋଲା ରାସ୍ତା ପାଖରେ ବିକ୍ରି ହେଲା ଖାସି ମାଂସ । ଏପରିକି ତହସିଲ ଫାଟକକୁ ଲାଗି ଏକ ଚାଳିରେ ଖାସି କଟାଯାଇ ଖୋଲମ୍ ଖୋଲା ଭାବେ ମାଂସ ବିକ୍ରି ହେଲା । ପ୍ରଶାସନ ସବୁ ଜାଣି ପରୋକ୍ଷରେ ଦୋକାନୀକୁ ସପୋର୍ଟ କରି ଶୋଇ ରହିଲେ । ଓଡିଶାର ରେଡ ଜୋନରେ ଥିବା ୧୧ ଟି ଜିଲ୍ଲାକୁ ସପ୍ତାହରେ ଦୁଇ ଦିନ କରାଯାଇଛି ସଡ ଡାଉନ୍ । ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବା ସହ ଦୋକାନ ବଜାରକୁ ବନ୍ଦ କରାଯାଇଛି ।
ହେଲେ ନିୟମକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଅମାନିଆ ଜନସାଧାରଣ । ଆଜି ରଜରେ ସକାଳେ ସକାଳେ ବାସୁଦେବପୁର ଗୋଟିଏ ପରେ ଗୋଟିଏ ଛେଳି କାଟି ଚାଲିଲେ । ତହସିଲ ଫାଟକକୁ ଲାଗି ଏକ ଚାଳି,ଟାଉନ ହଲ ଛକ,ଫିଲ୍ମମ୍ ହଲ ପାଖ ଆଦି ବିଭିନ୍ନ ସ୍ଥାନରେ ମାଂସ ବିକ୍ରି ହେଉଥିବାର ଖବର ପାଇ ଅମାନିଆ ଗ୍ରାହକ ଭିଡ ଜମାଇ ଥିଲେ । ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବା ପରେ ମାଂସ ବେପାରୀ ମାଂସ ଧରି ଫେରାର ହୋଇ ଯାଇଥିଲେ । ସେହିପରି ମାଛ ମାର୍କେଟରେ ମାଛ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା ।
ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚିବା ପରେ ଗ୍ରାହକ ଓ ଦୋକାନୀ ଛୁ ମାରିଥିଲେ । ଗୋଟିଏ ପାଖରେ ପୌରପାଳିକା ପକ୍ଷରୁ ଜନସଚେତନତା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର ଚଳାଇଛନ୍ତି । ଅନ୍ୟ ପାଖରେ ଦୋକାନ ଖୋଲି ମାସ,ମାଂସ,ପଣସ,ତେଜରାତି ଦୋକାନ,ପାନ ଦୋକାନରେ ଖୋଲମ୍ ଖୋଲା ବିକ୍ରି ଚାଲୁଛି । ପ୍ରଶାସନିକ ଅଧିକାରୀଙ୍କୁ ଏସମ୍ପର୍କରେ ସୂଚନା ଦେବାରୁ ଓଲଟି ଯୁକ୍ତି କରିଥିଲେ ମାଂସ ଦୋକାନ ଓ ମାଛ ଦୋକାନ ଖୋଲା ରହିବ । ଓଲଟି ତୁମେ ଖବର ଛାପିଦିଅ ବୋଲି କହିଥିଲେ । ବିଭିନ୍ନ ସ୍ଥାନରେ ପସରା ମେଲାଇଥିବା ପଣସ ଦୋକାନୀ ଦିନ ଯାକ ଖୋଲମ୍ ଖୋଲା ବିକ୍ରି କରୁଛନ୍ତି । ଅବାଧରେ ଲୋକମାନେ ଯାତାୟତ କରୁଛନ୍ତି । ସରକାରୀ ଆଦେଶକୁ ପାଳନ କରିବାକୁ ବଦଳରେ ପ୍ରଶାସନିକ ଅଧିକାରୀ ମନ୍ତବ୍ୟ ସମସ୍ତଙ୍କୁ ତାଜୁବ କରିବା ସହିତ ସରକାରୀ ଆଦେଶକୁ ଜାବଡା ମାରିବା ପରି ଲାଗୁଛି । ଯଦି ମାଂସ ଦୋକାନୀଙ୍କ ସପକ୍ଷରେ ବିଭାନ୍ତି କର ବୟାନ ଦେଇ ଅଧିକାରୀ ଘରେ ଶୋଇ ରହନ୍ତି ତାହେଲେ ବାସୁଦେବପୁରରେ ଗୋଷ୍ଠି ସଂକ୍ରମଣକୁ କେହି ରୋକି ପାରିବେ ନାହିଁ । ପରେ ପୋଲିସ ପହଞ୍ଚି ବୁଢୀକାଳୀ ମନ୍ଦିର ଛକରେ ଚଢାଉ କରିଥିଲେ ।