Odisha news

ସରକାରୀକା ମାଲ୍‍ ଦରିଆମେ ଡାଲ୍‍ ଚାରି ବର୍ଷ ହେଲା ଭୂତଖାନା ପାଲଟିଛି ସେବାଶ୍ରମ ବିଦ୍ୟାଳୟ

0

ବାସୁଦେବପୁର, ଓଡିଆରେ ଗୋଟେ ଢଗ ଅଛି ସରକାରୀକା ମାଲ୍‍ ଦରିଆମେ ଡାଲ୍‍ । ଏହି ଉକ୍ତିଟିର ଅକ୍ଷରିକ ଅର୍ଥର ନମୁନା ଦେଖିବାକୁ ପରିଲକ୍ଷିତ ହୋଇଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ପଦ୍ମପୁର ପଞ୍ଚାୟତର ସନାନ୍ଦପୁର ଗ୍ରାମରେ ସେବାଶ୍ରମ ବିଦ୍ୟାଳୟରେ । ସରକାରଙ୍କ ରାଜକୋଷରୁ ପ୍ରାୟ ପଚାଶ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଅର୍ଥ ବ୍ୟୟ କରାଯାଇ ନିର୍ମାଣ ହୋଇଥିବା ସେବାଶ୍ରମର ଘର ଗୁଡିକ ବ୍ୟବହାର ନହୋଇ ଭୂତଖାନା ପାଲଟିଛି । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ପଦ୍ମପୁର ପଞ୍ଚାୟତର ସନାନ୍ଦପୁର ଗ୍ରାମ ଓ ଭଦ୍ରକ ବ୍ଲକର ସାହାଡ଼ା ପଞ୍ଚାୟତର ସନାନ୍ଦପୁର ଗାଁ ଅବସ୍ଥିତ । ଏହି ଭୌଗଳିକ ପରିବେଶ ମଧ୍ୟରେ ପଦ୍ମପୁର ପଞ୍ଚାୟତର ସନାନ୍ଦପୁର ଗ୍ରାମର ୨୦୦୯ ମସିହାରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସେବାଶ୍ରମ ବିଦ୍ୟାଳୟ ନାମରେ ହଷ୍ଟଲ ନିର୍ମାଣ କରାଯାଇଥିଲା । ଏହି ନିର୍ମାଣ କାର୍ଯ୍ୟ ୨୦୧୬ ମସିହାରେ ଶେଷ ହୋଇଥିଲା । ଏହି ଆଶ୍ରମକୁ ଲାଗି ସନାନ୍ଦପୁର ସେବାଶ୍ରମ ବିଦ୍ୟାଳୟ ରହିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୮୩ ଜଣ ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି । ସରକାରଙ୍କ ରାଜକୋଷରୁ ଅଧ କୋଟିଏ ଟଙ୍କା ଖର୍ଚ୍ଚ ହୋଇ ଆଦିବାସୀଙ୍କ ଛାତ୍ରଛାତ୍ରୀଙ୍କ ଆବାସିକ ଆଶ୍ରମ ନିର୍ମାଣ କରାଯାଇଥିଲା । ଚାରି ବର୍ଷ ହେଲା ନିର୍ମାଣ ଶେଷ ହୋଇ ଫାଟକରେ ତାଲା ଝୁଲୁଛି । ବ୍ୟବହାର ହେଉନଥିବାରୁ ମୁଖ୍ୟ ଫାଟକ ଓ ତାଲା କଳିଙ୍କି ଲାଗିଗଲାଣି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଆଶ୍ରମଟି ବ୍ୟବହାର ଉପଯୋଗୀ ନହୋଇ ବର୍ଷ ବର୍ଷ ଧରି ଭୂତଖାନା ପାଲଟିଛି । ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ପକ୍ଷରୁ ଦାବୀ ହେଉଛି ।

Leave A Reply

Your email address will not be published.