ବାସ୍ତୁ ଶାସ୍ତ୍ରରେ ପ୍ରକୃତିର ସମସ୍ତ ଉପାୟ ସୀମିତ ହୋଇ ରହିଛି । ଯାହା ଜୀବନକୁ ସନ୍ତୁଳିତ କରି ରଖି ପାରିବ । ବେଳେବେଳେ କାନ୍ଥ ର ରଙ୍ଗ ମଧ୍ୟ ଜୀବନ ଉପରେ ପ୍ରଭାବ ପାକାଇଥାଏ । ରୋଷେଇ ଘରେ କିଛି ବାସ୍ତୁ ଦୋଷ ରହିବା ଦ୍ଵାରା ଜୀବନକୁ ପ୍ରଭାବିତ କରିଥାଏ । ଆଜି ଆମେ ଆପଣଙ୍କୁ କହୁଚୁ ଏପରି କିଛି ବାସ୍ତୁ ଟିପ୍ସ ଯାହା ଆପଣଙ୍କ ଜୀବନରୁ ଅସୁବିଧା କୁ ଦୂର କରିବ ।
* ସବୁବେଳେ ନିଜ ଘରର ଉତ୍ତର ପୂର୍ବ ଦିଗରେ ଦ୍ଵିପ ଦିଅନ୍ତୁ । ଯେତେବଳେ ଆପଣ ନିଜ ମୁଖ୍ୟ ଦ୍ଵାରରେ ଦ୍ଵିପ ଦେଉଛନ୍ତି ତାହା ବାହାର ଆଡ଼କୁ ଜାଳିବା ଆବଶ୍ୟକ ।
* ଚିନ୍ତା ଓ ଉତେଜନା ଦୁର କରିବା ପାଇଁ ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ପଢନ୍ତୁ ।
* ନିଜ ଘରର ଐଶାନ୍ୟ କୋଣରେ ଶୌଚାଳୟ କିମ୍ବା ସିଢି ଘର ରଖିବା ଉଚିତ୍ ନୁହେଁ । ଆପଣଙ୍କ ଶୌଚାଳୟ ଏହି ଦିଗରେ ରହିଲେ ଧନ ସମ୍ବନ୍ଧୀୟ ଅସୁବିଧା ହେବ ଓ ଶରୀର ଅସୁସ୍ଥ ରହିବ ।
* ଘରର ମୁଖ୍ୟ ଦ୍ଵାରରେ ଦର୍ପଣ ରଖିବା ଅଶୁଭ ଅଟେ ।
* ବାସ୍ତୁ ଶାସ୍ତ୍ରରେ ଇଣ୍ଡୋର୍ ପ୍ଲାଣ୍ଟ ଆପଣଙ୍କ ଘରେ ଗୋଟିଏ ସୁଧ ବାତାବରଣ ସୃଷ୍ଟି କରିଥାଏ । ଭଲ ସ୍ବାସ୍ଥ୍ୟ ଓ ଚିନ୍ତା ମୁକ୍ତ ଜୀବନ ପାଇଁ ନିଜ ଘର ଅଗଣାରେ ତୁଳସୀ ବୃକ୍ଷ ଲଗାନ୍ତୁ ।
* ଭଲ ନିଦ ପାଇଁ ଶୋଇବା ଘରେ ଲଭେଣ୍ଡର ଗଛ ଟିଏ ଲଗାନ୍ତୁ । ଏହା ସବୁଠୁ ଭଲ ପ୍ରାକୃତିକ ଚିନ୍ତା ନିବାରକ ଅଟେ ।
* ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ବାରା ଚିନ୍ତା ମୁକ୍ତ ରହିବେ ଓ ଭଲ ନିଦ ହେବ ।
Comments are closed.