Odisha news

ବାସ୍ତୁ ଦୋଷର ମୁକ୍ତି ପାଇବା ପାଇଁ ଶୁକ୍ରବାର ଦିନ କରନ୍ତୁ ଏହି ଉପାୟ

ଧାର୍ମିକ ମାନ୍ୟତା ଅନୁସାରେ ଘରେ ବାସ୍ତୁ ଶାସ୍ତ୍ରର ଖୁବ୍ ମହତ୍ତ୍ଵ ରହିଛି । କାରଣ ବାସ୍ତୁ ଶାସ୍ତ୍ରର ଉଭୟ ଖରାପ୍ ଓ ଭଲ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେଣୁ କରି ବାସ୍ତୁ ଶାସ୍ତ୍ରରେ କିଛିଟା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଦ୍ୱାରା ଆମ ଜୀବନ ଉପରେ ସକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।
* ଶୁକ୍ରବାର ଦିନ ଘରର ଐଶାନ୍ୟ କୋଣରେ କୁମ୍ଭ ସ୍ଥାପନା କଲେ ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ । ତା ସହ ଏହି କଳସୀ ନିକଟରେ ଗୋଟିଏ ଦ୍ଵିପ ଜଳାଇବେ ।
* ଯଦି ଆପଣ ମାନସିକ ଚିନ୍ତାରେ ରହୁଛନ୍ତି ତେବେ ଘରର ବୈଠକ ଘରେ ସୁଗନ୍ଧିତ ପୁଷ୍ପ ରଖନ୍ତୁ । ଯେଉଁ କାରଣରୁ ଘରର ବାତାବରଣ ଅନୁକୂଳ ରହିବା ସହ ମାନସିକ ଚିନ୍ତା ଦୁର ହେବ ।
* ଶୁକ୍ରବାର ଦିନ କଉଡ଼ି ଓ ତମ୍ବା ମୁଦ୍ରା କିଛି ଗୋଟିଏ ନାଲି କପଡ଼ା ରେ ବାନ୍ଧି ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରି ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ଘର ଭିତରକୁ ସକାରାତ୍ମକ ଶକ୍ତି ଆସିଥାଏ ।
* ଏହିଦିନ ଘରେ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରିବା ଦ୍ୱାରା ଜୀବନର ସମସ୍ତ ସଙ୍କଟ ଦୁର ହୁଏ ଓ ଏହିଦିନ ଆପଣ ଶ୍ରୀ ଯନ୍ତ୍ର ମଧ୍ୟ ସ୍ଥାପନା କରି ପାରିବେ । ଯାହା ଦ୍ଵାରା ଧନର ଅଭାବ ରହିବ ନାହିଁ ।

Comments are closed.