Odisha news

ଏହିସବୁ ବାସ୍ତୁ ଟିପ୍ସ କୁ ଆପଣାଇ ଆଣନ୍ତୁ ଜୀବନରେ ସଫଳତା

ବାସ୍ତୁ ଶାସ୍ତ୍ରର ଖୁବ୍ ମହତ୍ତ୍ଵ ଆମ ଜୀବନରେ ରହିଛି । ଏହା ଆମ ଜୀବନକୁ ଗୋଟିଏ ସଠିକ୍ ରାସ୍ତା ରେ ନେବା ସହିତ ଜୀବନକୁ ଆଲୋକିତ ମଧ୍ୟ କରିଥାଏ । ବାସ୍ତୁ ଆମ ଜୀବନରେ ସକରାତ୍ମକ ଶକ୍ତି ଜାଗ୍ରତ କରିଥାଏ । ତେଣୁ ଆମେ ଆମ ଦୈନନ୍ଦିନ ଜୀବନରେ କିଛିଟା ବାସ୍ତୁ ଟିପ୍ସ କୁ ସାମିଲ କରି ଜୀବନକୁ ଆଲୋକିତ କରି ପାରିବା ।

* ଆଲମାରୀ କିମ୍ବା ଟ୍ରେଜେରି ସବୁବେଳେ ଉତ୍ତର ଦିଗ ଆଡ଼କୁ ମୁହଁ ରହିବା ଆବଶ୍ୟକ । ଏହାଦ୍ବାରା ଭଗବାନଙ୍କ ଆଶୀର୍ବାଦ ରହିଥାଏ । ସେହି ସ୍ଥାନଟି ସବୁବେଳେ ସଫା ରଖିବା ଉଚିତ୍ । ଏହା ଜୀବନରେ ଅନୁକୂଳ ସ୍ଥିତି ଆଣିଥାଏ ।
* ସପ୍ତାହରେ କେବଳ ଗୁରୁବାର ଦିନଟିକୁ ଛାଡ଼ି ଅନ୍ୟ ସବୁଦିନ ପାଣିରେ ଲୁଣ ପକାଇ ଘର ପୋଛିବା ଉଚିତ୍ । ଏହାଦ୍ବାରା ବାସ୍ତୁ ଦୋଷ ଦୁର ହୋଇଥାଏ ଓ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ।
* ଘରର ଉତ୍ତର ପୂର୍ବ ଦିଗରେ ଗୋଟିଏ କୋଣରେ କାଚ ପାତ୍ରରେ ଲୁଣ ପୁରାଇ ରଖିବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ହୁଏ ।
* କେବେବି ଶୋଇବା ଘରେ ଠାକୁରଙ୍କୁ ରଖିବା ଉଚିତ୍ ନୁହେଁ ଓ ରୋଷେଇ ଘରେ ମଧ୍ୟ ଠାକୁରଙ୍କୁ ରଖିବା ଅଶୁଭ ଅଟେ । ତେଣୁ ଠାକୁରଙ୍କୁ ସବୁବେଳେ ସ୍ଵତନ୍ତ୍ର ସ୍ଥାନରେ ରଖିବା ଉଚିତ୍ ।
* ବାଥ୍ ରୁମ୍ ବ୍ୟବହାର କରିବା ପରେ କେବେବି ତାହାକୁ ଖୋଲା ଛାଡ଼ିବା ଉଚିତ୍ ନୁହେଁ । ଏହାଦ୍ବାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ ଓ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ।
ସେହିଭଳି ବାଥ୍ ରୁମ୍ ଓ କିଚେନ୍ ର ନଳରୁ ପାଣି ପଡ଼ିବା ମଧ୍ୟ ଅଶୁଭ ଅଟେ ।
* ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ପାରିବାରିକ କଳହ ଦୂର ହୁଏ ।
* ବାସ୍ତୁ ଶାସ୍ତ୍ରରେ ଶୋଇବା ସମୟରେ ଯଦି ଦର୍ପଣ ରେ ସ୍ବାମୀ ସ୍ତ୍ରୀଙ୍କ ଛବି ଦେଖାଗଲା ତେବେ ତାହା ଅଶୁଭ ହୋଇଥାଏ ଏବଂ ସେମାନଙ୍କ ସଂପର୍କ ରେ ଫାଟ ସୃଷ୍ଟି ହୋଇଥାଏ ।
* ଘରେ ଭଙ୍ଗା ଦର୍ପଣ ରଖିବା ଦ୍ଵାରା ସମୃଦ୍ଧି ରେ ଫାଟ ସୃଷ୍ଟି ହୋଇଥାଏ ।

Comments are closed.