ଵାସ୍ତୁ ବିଜ୍ଞାନ ଅନୁସାରେ ଏପରି କିଛି ପ୍ରଣାଳୀ ରହିଛି ଯାହା ଆମର ଦୈନଦିନ ଜୀବନ ସହିତ ଯୋଡି ହୋଇଛି ,କିଛି ଘଟଣା ଏପରି ଘଟିଥାଏ ଯାହାକୁ ନେଇ ଆମେ ଶୁଭ ଓ ଅଶୁଭର ପ୍ରଭାବ ବିଷୟରେ ଚିନ୍ତା କରିଥାଉ l ଅଧିକାଂଶ ସମୟ ଆମ ହାତରୁ କୌଣସି ବସ୍ତୁ ଯଦି ଖସି ଭାଙ୍ଗିଯାଏ ତେବେ ଏହାକୁ ଵାସ୍ତୁ ସହିତ ଯୋଡି ଦେଖିବା ବଶ୍ୟକ l
* ଲୁଣ ଗୋଟିଏ ଏପରି ଜିନିଷ ଯାହାକୁ ଆମେ ଦିନକୁ ୪ ରୁ ୫ ଥର ହାତରେ ଧରିଥାଉ ବାସ୍ତୁଶାସ୍ତ୍ରରେ ଯଦି ଆପଣଙ୍କ ହାତରୁ ଲୁଣ ଅଚାନକ ଖସି ତଳେ ପଡ଼ିଯାଏ ତେବେ ଏହା ଋଣ ଭାରକୁ ବଢ଼ାଇ ଦେଇଥାଏ l ଯଦି କେବେ ଲୁଣ ହାତରୁ ଖସି ଯାଉଛି ତେବେ ତାହାକୁ ତଳୁ ଉଠାଇ ପାତ୍ରରେ ଭରନ୍ତୁ ନାହିଁ l ସେହି ଲୁଣକୁ ନେଇ ପାଣିରେ ମିଶାଇ ଫୋପାଡ଼ି ଦିଅନ୍ତୁ l ଏହା ଦ୍ୱାରା ଘରର ବାସ୍ତୁଦୋଷ ଦୂର ହୋଇଥାଏ l
* ତେଲକୁ ଶନି ଦେବଙ୍କ ପ୍ରତୀକ ଭାବରେ ଗ୍ରହଣ କରାଯାଏ ଓ ଏହା ପ୍ରାୟ ସମସ୍ତ ଘରେ ପ୍ରୟୋଗ ହୋଇଥାଏ l ନବଗ୍ରହଙ୍କ ମଧ୍ୟରେ ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ l ଯଦି ତେଲ ଆପଣଙ୍କ ହାତରୁ ଖସି ତଳେ ପଡ଼ିଯାଏ ତେବେ ଏହି ତେଲକୁ କୌଣସି ପାତ୍ରରେ ଭାରି ରଖିବେ ନାହିଁ l ଏହାକୁ ଗୋଟିଏ କପଡ଼ାରେ ପୋଛି ଫୋପାଡ଼ି ଦିଅନ୍ତୁ l
ପାତ୍ରରେ ଭରିବା ଦ୍ୱାରା ଘରକୁ ନକାରାତ୍ମକ ଶକ୍ତି ଆସିଥାଏ l
* ଯଦି ଖାଇବା ପରଷିବା ସମୟରେ ଖାଇବା ଜିନିଷ ଆପଣଙ୍କ ହାତରୁ ଖସି ଯାଉଛି ତେବେ ଜାଣିବେ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି l ଓ ତାସାହିତ ଆପଣଙ୍କ ରୋଷେଇ ଘରେ ବାସ୍ତୁଦୋଷ ରହିଛି l ତେଣୁକରି ଆପଣଙ୍କ ରୋଷେଇ ଘରେ ଗୋଟିଏ ଛୋଟ ଆଲୋକ ଲଗାଇବେ ଯାହା ଦ୍ୱାରା ବାସ୍ତୁଦୋଷ ଦୂର ହେବ l
* ଯଦି ଆପଣ ସିନ୍ଦୁର ଲଗାଇବା ସମୟରେ ଆପଣଙ୍କ ହାତରୁ ବାରମ୍ବାର ସିନ୍ଦୁର ଖସି ପଡୁଛି ତେବେ ଏହା ଠିକ ନୁହେଁ ,ତେଣୁକରି ଆପଣ ଭଗବାନ ଶିବଙ୍କ ନିକଟରେ ବେଲପତ୍ର ଓ ନଡ଼ିଆ ଅର୍ପଣ କରିବା ଦ୍ୱାରା ସମସ୍ତ ସଙ୍କଟ ଦୂର ହୋଇଯିବ l
Comments are closed.