Odisha news

ଷ୍ଟଡି ରୁମର ଏହିସବୁ ଭୁଲ ପିଲାଙ୍କ ପାଠପଢାରେ ଆଣିଥାଏ ବାଧକ , ନିହାତି ଧ୍ୟାନ ଦିଅନ୍ତୁ

0

ବାସ୍ତୁଶାସ୍ତ୍ର ସକାରାତ୍ମକ ଉର୍ଜା ଉପରେ ଆଧାରିତ ଅଟେ l ଏହାଦ୍ୱାରା ଘରର ବାତାବରଣ ସୁଧ ଓ ସକାରାତ୍ମକ ରହିଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ଯଦି ପିଲାଙ୍କ ଷ୍ଟଡି ରୁମ ରେ ବାସ୍ତୁ ଦୋଷ ରହିଥାଏ ତେବେ ପିଲା ମାନଙ୍କର ପାଠ ପଢ଼ାରେ ମନ ଲାଗି ନଥାଏ l ଏହାଛଡା ପିଲା ମାନଙ୍କ ମନରେ ଏକାଗ୍ରତା ଆସିନଥାଏ l ଏହାର ପ୍ରଭାବ ତାଙ୍କର ପାଠ ପଢ଼ା ଉପରେ ପଡିଥାଏ l ତେଣୁ ସେଥିପ୍ରତି କିଛିଟା କଥାକୁ ଧ୍ୟାନ ଦେବା ଜରୁରୀ l

– ବସ୍ତୁ ଶାସ୍ତ୍ର ଅନୁସାରେ ପିଲା ମାନଙ୍କ ଷ୍ଟଡି ଟେବୁଲ ଏପରି ସ୍ଥାନରେ ରହିବା ଜରୁରୀ, ଯେପରିକି ପାଠ ପଢିବା ସମୟରେ ମୁହଁ ଉତର , ପୂର୍ବ କିମ୍ବା ଉତର – ପୂର୍ବ ଦିଗକୁ ରହିବା ଉଚିତ l ଏହାଦ୍ୱାରା ସେମାନଙ୍କର ପାଠ ପଢ଼ାରେ ଏକାଗ୍ରତା ବଢିବ l ଏହି ଦିଗକୁ ମୁଖ କରି ପାଠ ପଢିବା ଦ୍ୱାରା ପଢ଼ାରେ ଏକାଗ୍ରତା ବଢିଥାଏ l

– ଷ୍ଟଡି ରୁମ ରେ ବହି ଗୁଡିକ ର ଆଲମାରୀ କୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଜରୁରୀ l ଏହି ଆଲମାରୀ କୁ ଦୈନନ୍ଦିନ ସଫା ସୁତୁରା ରଖିବା ଜରୁରୀ l ନଚେତ ଏହା ଶିକ୍ଷାରେ ବାଧକ ଆଣିଥାଏ l

– ପିଲାଙ୍କ ଷ୍ଟଡି ରୁମ ରେ ଗଣପତି ଙ୍କ ଫଟୋ ରଖିବା ନିହାତି ଜରୁରୀ l ଏହାଦ୍ୱାରା ବୁଦ୍ଧି ରେ ବୃଦ୍ଧି ହୋଇଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ l ଏହାଛଡା ଗଣପତିଙ୍କୁ ବିଶେଷ କୃପାରୁ ମଧ୍ୟ ପିଲା ମାନଙ୍କ ଜୀବନ ରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ l

– ପିଲାଙ୍କ ଷ୍ଟଡି ରୁମ ରେ ସର୍ବଦା ସୁଖ ସମୃଦ୍ଧି ର ଫଟୋ ଲଗାଇବା ଜରୁରୀ l କୋଠରୀ ର ପୂର୍ବ ଦିଗରେ ମାତା ସରସ୍ବତୀ ଙ୍କ ଫଟୋ ଲଗାଇବା ଜରୁରୀ l

– ଷ୍ଟଡି ରୁମ କଦାପି ଗାଧୁଆଘର ନିକଟରେ ରହିବ ଉଚିତ ନୁହେଁ , କାହିଁକି ନା ଶୌଚାଳୟ ରୁ ଆସୁଥିବା ନେଗେଟିଭ ଏନର୍ଜି ପାଠ ପଢ଼ା ଠାରୁ ଦୁରେଇ ରଖିଥାଏ l ଷ୍ଟଡି ରୁମ ସର୍ବଦା ସଫା ସୁତୁରା ରଖିବା ଜରୁରୀ l ବହିପତ୍ର ଅସଜଡ଼ା କରି ରଖିବା ଉଚିତ ନୁହେଁ l

Leave A Reply